କ୍ରାଇମ

ଗାର୍ଲଫ୍ରେଣ୍ଡଙ୍କ ବଡ ଭଉଣୀ ଏକ ସନ୍ତାନ ଚାହୁଁଥିଲେ, ପରେ ପ୍ରେମିକ ସମସ୍ତ ସୀମା ଅତିକ୍ରମ କରି କଳରିଦେଲେ ଏମିତି କାଣ୍ଡ….

ମଧ୍ୟପ୍ରଦେଶ ସତନାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ପ୍ରେମିକ ନିଜ ପ୍ରେମିକାଙ୍କ ବଡ଼ ଭଉଣୀଙ୍କୁ ସନ୍ତାନ ପ୍ରାପ୍ତ କରାଇବା ପାଇଁ ରକ୍ତର ହୋଲି ଖେଳିଛନ୍ତି । ଯଦିଓ ପୋଲିସ ମଧ୍ୟ 48 ଘଣ୍ଟା ମଧ୍ୟରେ ମାମଲାର ସମାଧାନ କରିଛି । ଯେତେବେଳେ ଅଭିଯୁକ୍ତ ପ୍ରେମିଙ୍କୁ ଧରାଗଲା ସେ ହତ୍ୟା ପଛରେ ଥିବା ସମ୍ପୂର୍ଣ୍ଣ କାହାଣୀ କହିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ।

ରୁମରୁ ବିବାହିତ ମହିଳାଙ୍କ ଶବ ମିଳିଛି :

ମାର୍ଚ୍ଚ 13 ରେ ସତନାର ହନୁମାନ ନଗରରେ ସଞ୍ଜୟ ଗୁପ୍ତାଙ୍କ ଘରୁ ଦୁର୍ଗନ୍ଧ ବାହାରିବା ପରେ ତାଲା ଭଙ୍ଗା ଯାଇଥିଲା ଏବଂ ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା । ରୁମରୁ ଏକ ଯୁବତୀଙ୍କ ଶବ ମିଳିଥିଲା । ଯୁବତୀଙ୍କ ପରିଚୟ ସିଟି କୋତୱାଲୀ ଅଞ୍ଚଳର ରାଜେନ୍ଦ୍ର ନଗର 13 ନମ୍ବର ରାସ୍ତାର ବାସିନ୍ଦା ଅବିନାଶ ଚୌଧୁରୀଙ୍କ ପତ୍ନୀ କେଶନୀ ବୋଲି ଜଣାପଡିଛି । ସେ ମଧ୍ୟ ଗତ କିଛି ଦିନରୁ ନିଖୋଜ ଥିଲେ। ଯୁବତୀ ବିବାହ ଏବଂ ପାର୍ଟରେ କାମ କରୁଥିଲେ ।

କେଶନୀର ପରିବାର ଲୋକମାନଙ୍କ କହିବା ଅନୁସାରେ ସେ ମାର୍ଚ୍ଚ 2 ରେ କୌଣସି ଲୋକର ଘରକୁ କାମ କରିବାକୁ ଯାଇଥିଲା ଏବଂ ସେ ନିଜ ସହିତ 4 ମାସର ଶିଶୁ ଅଭିରାଜକୁ ମଧ୍ୟ ନେଇଥିଲା । କିନ୍ତୁ ସେ ଫେରିନଥିଲେ । ଯେତେବେଳେ ପୋଲିସ ଏହି ମାମଲାର ଯାଞ୍ଚ କରିଥିଲା ତେବେ ଗୌରବ ସିଂ ନାମକ ଏକ ବ୍ୟକ୍ତିଙ୍କ ଉପରେ ସନ୍ଦେହ ହୋଇଥିଲା । ଯୁବତୀଙ୍କୁ ଶେଷଥର ପାଇଁ ତାଙ୍କ ସହିତ ମାର୍ଚ୍ଚ 5 ରେ ଦେଖାଯାଇଥିଲା । ପୋଲିସ ଦିନରାତି ଏକ କରି ଗୌରବକୁ ପ୍ରୟାଗରାଜର ଏକ ଇଟାଭାଟିରୁ ଗିରଫ କରିଥିଲା ।

4 ମାସର ଶିଶୁ ପାଇଁ ହତ୍ୟା ହୋଇଛି :

ପଚରାଉଚରା ବେଳେ ଅଭିଯୁକ୍ତ କହିଥିଲା ଯେ ପ୍ରାୟ 6 ମାସ ପୂର୍ବେ ସେ ଫେସବୁକରେ ଶହଡୋଲର ବାସିନ୍ଦା ସୁଧା ଗୋଲେଙ୍କୁ ଭେଟିଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଏକୁଟିଆ ଥିଲେ ଏବଂ ନିଜ ବାପ ଘରେ ରହୁଥିଲେ । ଖୁବଶୀଘ୍ର ଦୁହେଁ ପ୍ରେମରେ ପଡ଼ିଗଲେ ଏବଂ ବିବାହ ପର୍ଯ୍ୟନ୍ତ ମାମଲା ପହଞ୍ଚିଲା ।

ଏହି ସମୟରେ ସୁଧା ବଡ ଭଉଣୀ ଅର୍ଚ୍ଚନା ଗୋଲେର ବାସିନ୍ଦା ରିୱାଙ୍କ ପାଇଁ ଏକ ନବଜାତ ଶିଶୁକୁ ଆଣିବା ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଭଉଣୀର 2 ଟି ଝିଅ ଅଛନ୍ତି , ବନ୍ଧ୍ୟାକରଣ କରାଯାଇଛି, କିନ୍ତୁ ଶାଶୁ ଘର ଲୋକମାନେ ପୁଅ ପାଇଁ ଚାପ ପକାଉଛନ୍ତି।

ଅଭିଯୁକ୍ତ ବହୁତ ଚେଷ୍ଟା କରି ନବଜାତ ଶିଶୁ ଆଣିବାରେ ବିଫଳ ହୋଇଥିଲେ। ପରେ ତାଙ୍କର ବିବାହ ପାର୍ଟିରେ କାମ କରୁଥିବା କେଶନୀ ଚୌଧୁରୀଙ୍କ କଥା ମନେପଡିଥିଲା । ତାଙ୍କର ଏକ ଛୋଟ ଛୁଆଟିଏ ଥିଲା । ଏଭଳି ପରିସ୍ଥିତିରେ ମାର୍ଚ୍ଚ 4 ରେ ଅଭିଯୁକ୍ତ କାମ ଦେବା ବାହାନାରେ କେଶନୀଙ୍କୁ ବସଷ୍ଟାଣ୍ଡକୁ ଡାକିଥିଲେ । ଏଠାରୁ ସେ ମା ଏବଂ ପୁଅକୁ ସୁଧାଙ୍କ ଘରକୁ ନେଇଥିଲା । ଏଠାରେ ସେ ସୁଧାଙ୍କ ସହ ମିଶି କେଶନୀଙ୍କ ପୁଅକୁ ଛଡ଼ାଇନେବା ପାଇଁ ଯୋଜନା କରିଥିଲା ।

ପ୍ରେମିକାଙ୍କ ବଡ଼ ଭଉଣୀଙ୍କୁ ପିଲା ଦେବାର ଥିଲା :

ଅଭିଯୁକ୍ତ କେଶନୀଙ୍କୁ ନିଜ ସହିତ ନୂଆ ବସ୍ତିରେ ଥିବା ଭଡା ଘରକୁ ଆଣିଥିଲା । ଏଠାରେ ସେ ନିଜ ସାଙ୍ଗ ଲବକୁଶକୁ ଚାହା ତିଆରି କରିବାକୁ କହିଥିଲା । ସାଙ୍ଗ 19 ଟି ନିଶା ଔଷଧକୁ ଗୁଣ କରି ଚାହାରେ ମିଶାଇଥିଲା । କେଶନୀ ଚେତାଶୂନ୍ୟ ହେବାପରେ ଗୌରବ ନିଜ ସାଙ୍ଗମାନଙ୍କ ସହିତ ମିଶି ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ।

ଏହାପରେ ଅଭିଯୁକ୍ତ କେଶନୀଙ୍କ ପିଲାକୁ ନିଜ ପ୍ରେମିକା ସୁଧାଙ୍କ ଭଉଣୀ ଅର୍ଚ୍ଚନାକୁ ଦେଇଥିଲା । ସେ ଯେତେବେଳେ ପିଲା ନେଇ ରିୱାରେ ଥିବା ନିଜ ଶଶୁର ଘରକୁ ଯାଇଥିଲେ ସେତେବେଳେ ଶଶୁର ଘର ଲୋକମାନେ ତାକୁ ନେବାକୁ ବାରଣ କରିଥିଲେ । ତେଣୁ ସୁଧା ସେହି ପିଲାଟିକୁ କଟନୀରେ ଛାଡି ଚାଲିଯାଇଥିଲା । ବର୍ତ୍ତମାନ ପୋଲିସ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସହିତ 7 ଜଣଙ୍କୁ ଗିରଫ କରିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button