ଦେଶ ବିଦେଶ

ସାମ୍ନାକୁ ଆସିଲା ଉତ୍ତର କୋରିଆର କିଛି ରହସ୍ୟ:- ମହିଳା କଏଦୀମାନଙ୍କ ସହ ଜେଲରେ ଏପରି ବ୍ୟବହାର କରାଯାଏ ଯେଉଁ ବିଷୟରେ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଦେଖନ୍ତୁ ଏହି ଭିଡ଼ିଓ।

ତେବେ ଆପଣ ମାନେ ଜାଣିଛନ୍ତି ଯେ ଜଣେ ଭଲ ପ୍ରଶାସକ ସେତେବେଳେ ହୋଇପାରିବ ଯେତେବେଳେ ଜନସାଧାରଣଙ୍କ ହିତ କାର୍ଯ୍ୟ କରିବ। ଆଜିର ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରାୟ ଅନେକ ଦେଶରୁ ରାଜତନ୍ତ୍ରର ଲୋପ ପାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ଏକ ଛାତ୍ରବାଦ ଶାସନ ଅନେକ ଦେଶରେ ଜୀବିତ ରହିଛି। ଚୀନ୍ ଭଳି ଜନବହୁଳ ରାଷ୍ଟ୍ରରେ ମଧ୍ୟ ଏକଛତ୍ର ବାଦ ଶାସନ ଦେଖିବାକୁ ମିଳେ। କାରଣ ସେଠାରେ ଏକ ଦଳୀୟ ସରକାର ଦେଖିବାକୁ ମିଳେ। ହେଲେ ସେଠାରେ ଜନସାଧାରଣଙ୍କ ଉପରେ କୌଣସି ଅତ୍ୟାଚାର ଦେଖିବାକୁ ମିଳେ ନାହିଁ।

ବର୍ତ୍ତମାନ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ହେଉଛି ଉତ୍ତର କୋରିଆ। ଉତ୍ତର କୋରିଆ ପାଖରେ ପ୍ରଚୁର ପରିମାଣରେ ପରମାଣୁ ବୋମା ରହିଛି। ଯାହାକି ଏକା ସାଙ୍ଗରେ ସାରା ପୃଥିବୀକୁ ଧ୍ୱଂସ କରିଦେବାର କ୍ଷମତା ରହିଛି। ହେଲେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଏଠାରେ ଥିବା ସରକାରଙ୍କ ଏକଚାଟିଆ ଶାସନ ଚାଲୁଛି ଏବଂ ଏଠାର ସରକାର ନିଜ ଦେଶର ଜନସାଧାରଣଙ୍କ ପାଇଁ ସର୍ବଦା କଠୋର ନୀତି ଅବଲମ୍ବନ କରିଥାନ୍ତି। ଯାହାକି ବର୍ତ୍ତମାନ ସମୟରେ ଜଣା ପଡ଼ିଛି ଯେ ଉତ୍ତର କୋରିଆରେ ଏପରି ଏକ ଜେଲ ଅଛି ଯେଉଁଠାରେ ମହିଳା କଏଦୀମାନଙ୍କ ସହ କିଛି ଏପରି ବ୍ୟବହାର କରାଯାଏ। ତେବେ ଆସନ୍ତୁ ଏହି ବିଷୟରେ ଅଧିକ ଜାଣିବା।

ଉତ୍ତର କୋରିଆ ଏପରି ଏକ ଦେଶ ଯେଉଁ ଦେଶରେ ଅନେକ ରହସ୍ୟ ଜନକ ଘଟଣା ଘଟିଥାଏ। ତେବେ ଏହି ସବୁ ଘଟଣା ସାରା ବିଶ୍ୱର ନଜରକୁ ଆସି ନଥାଏ। ବେଳେବେଳେ କିଛି ଘଟଣା ସାରା ବିଶ୍ୱର ନଜରକୁ ଚାଲି ଆସିଥାଏ। ତେବେ ଉତ୍ତର କୋରିଆର ଏକ ଜେଲରେ କାମ କରୁଥିବା ଲିମ୍ ହାଇ ଜିନ ନାମକ ମହିଳା ଗାର୍ଡ ଉତ୍ତର କୋରିଆରୁ ବାହାରି ଆସିବା ପରେ ଗଣମାଧ୍ୟମ ସମ୍ମୁଖରେ ଏକ ରହସ୍ୟ କଥା ଉପରୁ ପରଦା ଉଠେଇଛନ୍ତି। ଯାହାକୁ ଶୁଣିବା ପରେ ରିପୋର୍ଟର ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ।

ତେବେ ଲିମ୍ ଙ୍କ କହିବାନୁଯାୟୀ, ସେ ୧୭ ବର୍ଷ ବୟସରୁ ବର୍ଡର ପାଖରେ ଥିବା ଏକ ଜେଲରେ ଗାର୍ଡ ହିସାବରେ କାମ କରୁଥିଲେ। ତେବେ ସେଠାରେ ସେ ବିଗତ ୭ ବର୍ଷ ଧରି କାମ କରିଛନ୍ତି। ସେହି ୭ ବର୍ଷ ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ଅଟେ।ଲିମ୍ ଙ୍କ ଅନୁସାରେ, ଉତ୍ତର କୋରିଆର ମହିଳା କଏଦୀ ମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଅଟେ। ତାଙ୍କୁ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦିଆଯାଇଥାଏ।

ଏପରିକି ମହିଳା କଏଦୀମାନେ ସେଠାରେ କାମ କରୁଥିବା ପୁରୁଷ ଗାର୍ଡ ମାନଙ୍କ ଦ୍ୱାରା ବଳା-ତ୍କାର ର ଶିକାର ହୁଅନ୍ତି। ଏହି ପୁରୁଷ ଗାର୍ଡ ମାନେ ଭୋକିଲା କୁକୁର ଭଳି ମହିଳାଙ୍କ ଉପରେ ଧର୍ଷଣ କରିଥାନ୍ତି। କେବଳ ସେତିକି ନୁହେଁ ପୁରୁଷ ଗାର୍ଡ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେଠାରେ ମହିଳା କଏଦୀମାନଙ୍କୁ ମଣିଷଙ୍କ ଭଳି ଦେଖିବା ନାହିଁ। କେବଳ ସେତିକି ନୁହେଁ କିଛି ପୁରୁଷ ଗାର୍ଡ ଜଣେ ମହିଳା କଏଦୀଙ୍କୁ ଜୀଅନ୍ତା ଜାଳି ଦେଇଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button