ଦେଶ ବିଦେଶ

ବନ୍ଧୁଙ୍କ ସହିତ ମଦ ପିଇବା ପାଇଁ ଚାଲିଗଲେ ସ୍ବାମୀ, ରାଗରେ ସ୍ତ୍ରୀ କାଟିଦେଲେ ସ୍ୱାମୀର ପ୍ରାଇଭେଟ ପାର୍ଟ

ରାତ୍ରିର ଖାଦ୍ୟ ପ୍ରସ୍ତୁତ କରିବା ପରିବର୍ତ୍ତେ ନିଜ ବନ୍ଧୁଙ୍କ ସହିତ ମଦ ପିଇବା କଥା କହିବା ସ୍ବାମୀଙ୍କୁ ବହୁତ ଭାରି ପଡି ଯାଇଥିଲା। ନିରାଶ ସ୍ତ୍ରୀ ମାଛ ଧରିବା ବାଲା ବର୍ଚ୍ଛାରେ ସ୍ବାମୀଙ୍କ ପ୍ରାଇଭେଟ ପାର୍ଟ ଉପରେ ଆକ୍ରମଣ କରି ଦେଇଥିଲେ, ଯାହାଦ୍ଵାରା ତାଙ୍କ ପାର୍ଟ ଅଧା କଟି ଯାଇଥିଲା।

‘ଦ ସନ’ର ରିପୋର୍ଟ ମୁତାବକ ଥାଇଲାଣ୍ଡର Buriramରେ ରହୁଥିବା ୪୩ବର୍ଷର Chanita Kuedrum କ୍ଷେତରେ ଆଖୁ କାଟିବା କାମ କରିଥାନ୍ତି। ଯେତେବେଳେ କି ତାଙ୍କ ସ୍ବାମୀ Boonchuey Mooseeton ନଦୀରୁ ମାଛ ଧରି ଜୀବିକା ନିର୍ବାହ କରିଥାନ୍ତି।

ରିପୋର୍ଟ ମୁତାବକ ୩ ମାର୍ଚ୍ଚର ସନ୍ଧ୍ୟାରେ ସେ ଭୋକ-ଉପାସରେ କାମରୁ ନିଜ ଘରକୁ ଫେରିଥିଲେ। ତାଙ୍କର ଆଶା ଥିଲା କି ତାଙ୍କ ସ୍ବାମୀ ଘରେ ଭୋଜନ ପ୍ରସ୍ତୁତ କରି ସାରିଥିବେ। ଯେତେବେଳେ ସେ ଘରେ ପଶିଥିଲେ ତ ତାଙ୍କ ଆଶାକୁ ବଡ଼ ଝଟକା ଲାଗିଥିଲା।

ବନ୍ଧୁଙ୍କ ସହିତ ମଦ ପିଇବା ପାଇଁ ଚାଲିଗଲେ ସ୍ବାମୀ

ସ୍ତ୍ରୀଙ୍କୁ ଜଣା ପଡିଥିଲା କି ତାଙ୍କ ସ୍ବାମୀ ବନ୍ଧୁଙ୍କ ସହିତ ବାହାରେ ମଦ ପିଇବା ପାଇଁ ଯାଇଥିଲେ, ଯେଉଁ କାରଣରୁ ସେ ଖାଦ୍ୟ ବନେଇବା ଭୁଲି ଯାଇଥିଲେ। ସ୍ତ୍ରୀ ରାତି ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ଲାଗିଥିଲେ କିନ୍ତୁ ସେ ଆସିନଥିଲେ। ଏଥିପାଇଁ ସ୍ତ୍ରୀଙ୍କ ତାପମାତ୍ରା ବହୁ ମାତ୍ରାରେ ଉଚ୍ଚ ହୋଇ ଯାଇଥିଲା।

ସ୍ତ୍ରୀ କରିଛନ୍ତି ସ୍ବାମୀଙ୍କ ପ୍ରାଇଭେଟ ପାର୍ଟ ଉପରେ ଆକ୍ରମଣ

ପରିଶେଷରେ ସ୍ବାମୀ ବିଳମ୍ବ ରାତିରେ ନିଶାରେ ଜୁଡୁବୁଡୁ ହୋଇ ଘରକୁ ଫେରିଥିଲେ। ପ୍ରଥମେ କ୍ରୋଧିତ ହୋଇ ଥିବା ସ୍ତ୍ରୀଙ୍କ ସହିତ ତାଙ୍କର ବହୁ ମାତ୍ରାରେ ଝଗଡ଼ା ହୋଇଥିଲା। ଏହାପରେ ସ୍ତ୍ରୀ ମାଛ ଧରିବା ବାଲା ବର୍ଚ୍ଛା ଉଠାଇ ସ୍ବାମୀଙ୍କ ପ୍ରାଇଭେଟ ପାର୍ଟ ଉପରେ ଚଲେଇ ଦେଇଥିଲେ।ଏହି ଆକ୍ରମଣରେ ପ୍ରାଇଭେଟ ପାର୍ଟ ତଳୁ ଅଧା କଟି ଯାଇଥିଲା, ଯାହାଦ୍ଵାରା ସ୍ବାମୀ ରକ୍ତରେ ଲହୁଲୁହାଣ ହୋଇ ଯାଇଥିଲେ। ଏହାପରେ ମଧ୍ୟ ସ୍ବାମୀ ନିଶାରେ ଏତେ ପରିମାଣରେ ବୁଡି ରହିଥିଲେ କି ତାଙ୍କୁ ଏହି ଆକ୍ରମଣର କୈାଣସି ଅନୁଭବ ହୋଇନଥିଲା ଏବଂ ସେ ଘରୁ ପଳେଇ ଯାଇଥିଲେ।

ପାର୍ଟକୁ ଯୋଡିବା ପାଇଁ ଲଗା ଯାଇଥିଲା ୧୭ଟି ସିଲେଇ

ଆଗାମୀ ଦିନ ଯେତେବେଳେ ତାଙ୍କ ଅବସ୍ଥା ଗୁରୁତର ହୋଇ ଯାଇଥିଲା ତ ସ୍ବାମୀଙ୍କ ବନ୍ଧୁ ତାଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ। ଯେଉଁଠାରେ ୧୭ଟି ସିଲେଇ ଲଗାଇ ସ୍ବାମୀଙ୍କ ପ୍ରାଇଭେଟ ପାର୍ଟକୁ ଯୋଡା ଯାଇଥିଲା। ବର୍ତମାନ ନିଜ ସ୍ତ୍ରୀଙ୍କ ରୌଦ୍ର ରୂପକୁ ସ୍ବାମୀ ଡରି ଅଛନ୍ତି। ସ୍ବାମୀଙ୍କର କହିବା କଥା ହେଉଛି କି ଯେପର୍ଯ୍ୟନ୍ତ ସ୍ତ୍ରୀଙ୍କର ରାଗ ଶାନ୍ତ ହୋଇ ଯିବନାହିଁ, ସେପର୍ଯ୍ୟନ୍ତ ସେ ନିଜ ଘରକୁ ଫେରିବେ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button