ଦେଶ ବିଦେଶ

ପ୍ରଳୟକାରୀ ବନ୍ୟାରେ ଡବୁଟୁବୁ ହେଉଛି ପାକିସ୍ତାନ

ଇସଲାମବାଦ: ବନ୍ୟାରେ ବେହାଲ ପାକିସ୍ତାନ। ପ୍ରାୟ ୬୦ ବର୍ଷ ପରେ ପ୍ରଳୟକାରୀ ବନ୍ୟାରେ ଡବୁଟୁବୁ ହେଉଛି ପାକିସ୍ତାନ। ଚାରିଆଡ଼େ ହା ହା କାର ସ୍ଥିତି, ଦେଶର ଏକ ତୃତୀୟାଂଶ ଜଳମଗ୍ନ ହୋଇ ଯାଇଛି। ଚଳିତ ବର୍ଷ ପାକିସ୍ତାନରେ ହୋଇଥିବା ମୌସୁମୀ ବର୍ଷା ସ୍ୱାଭାବିକ ବର୍ଷାଠୁ ୧୦ ଗୁଣ ଅଧିକ। ସିନ୍ଧୁ ନଦୀର ଦ୍ରୁତ ପ୍ରବାହ ହେତୁ ପ୍ରାୟ ଦଶ କିଲୋମିଟର ଚଉଡାର ଏକ ନୂତନ ହ୍ରଦ ସୃଷ୍ଟି ହୋଇଛି। ଏହି ଅସମ୍ଭବ ବନ୍ୟା ହେତୁ ପାକିସ୍ତାନର ବହୁ ଧନଜୀବନ ନଷ୍ଟ ହୋଇଥିବା ବେଳେ ଖାଦ୍ୟଅଭାବର ଏକ ବଡ଼ ସଙ୍କଟ ଦେଖା ଦେଇଛି। ମିଳିତ ଜାତିସଂଘ କାର୍ଯ୍ୟାଳୟର ମାନବ ସମ୍ୱଳ ସମନ୍ୱୟ କାର୍ଯ୍ୟାଳୟର ଏକ ଷ୍ଟାଟସ ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ପ୍ରାୟ ୨ ମିଲିୟନ ଏକର ଫସଲ ପ୍ରଭାବିତ ହୋଇଛି ଏବଂ ପାକିସ୍ତାନରେ ପ୍ରାୟ ୮ ଲକ୍ଷ ପଶୁ ପ୍ରାଣ ହରାଇଥିବା ସୂଚନା ମିଳିଛି। ଏହି ବନ୍ୟାରେ ୧୦ ବିଲିୟନ ଡଲାରୁ ଅଧିକ କ୍ଷତି ଘଟିଥିବା ଅନୁମାନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button