ମନୋରଞ୍ଜନ

ଏଭଳି କିଛି ଘଟଣା, ଯାହାକୁ ଦେଖିଲେ ଆପଣ ହସି ହସି ଗଡିଯିବେ

ସାଧାରଣତଃ ଏହି ଦୁନିଆଁରେ ପ୍ରତିଦିନ କିଛି ନା କିଛି ଆଶ୍ଚର୍ଯ୍ୟକର ଘଟଣା ଘଟିଥାଏ , ଯାହାକୁ ଦେଖିଲେ ସମସ୍ତେ ଅବାକ ହୋଇ ଯାଇଥାନ୍ତି । ଆଉ ଏମିତି କିଛି ଘଟଣା ଘଟିଥାଏ, ଯାହାକୁ ଦେଖିଲେ କିମ୍ବା ଯାହା ବିଷୟରେ ଶୁଣିଲେ ଆମେ ପେଟ ଧରି ଧରି ହସିବାରେ ଲାଗିଥାନ୍ତି । ଆମେ ପ୍ରତିଦିନ ଆମ ଚାରିପାଖରେ ଅନେକ ପଶୁପକ୍ଷୀଙ୍କୁ ଦେଖିଥାନ୍ତି । ଆଉ ସେହି ପଶୁପକ୍ଷୀ ମାନେ ଏଭଳି କିଛି କାର୍ଯ୍ୟକଳାପ କରିଥାନ୍ତି , ଯାହା ଆମକୁ ହସିବାକୁ ବାଧ୍ୟ କରିଥାଏ ।

ତେବେ ଆମେ ସମସ୍ତେ ଜାଣିଥିବା ଯେ , ସମସ୍ତଙ୍କ ନିକଟରେ ଶକ୍ତି ରହିଥାଏ , ସେ ମଣିଷ ହେଉ କିମ୍ବା ପଶୁ । ଆଉ ଆମେ ନିଜ ଇଚ୍ଛା ଅନୁସାରେ ତାର ସଦୁପଯୋଗ କିମ୍ବା ଦୁରୁପଯୋଗ କରିଥାଉ । କିଏ କିଏ ଏହି ଶକ୍ତିକୁ ଭଲ କାମରେ ଲଗାଇଥାନ୍ତି ତ ଆଉ କିଏ ଖରାପ କାମରେ । ତେବେ ମଣିଷ ହେଉ କିମ୍ବା ପଶୁ , ସମସ୍ତେ ନିଜ ଶକ୍ତି ଅନୁସାରେ ଦୁର୍ବଳ ମାନଙ୍କୁ କଷ୍ଟ ଦେଇଥାନ୍ତି ।

କିନ୍ତୁ ପରିସ୍ଥିତି ସବୁବେଳେ ସମାନ ରହେନାହିଁ । କେତେବେଳେ ଓଲଟି ଯାଇଥାଏ ମଧ୍ୟ । କାହିଁକି ନା କେତେବେଳେ କେତେବେଳେ ଏହି ଦୁର୍ବଳ ମାନେ ସବଳ ଉପରେ ଆକ୍ରମଣ କରି ଦେଇଥାନ୍ତି । ଆଉ ଏହା ଶୁଣିବା ପାଇଁ ମଜାଦାୟକ ଲାଗିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଘଟଣା ବିଷୟରେ ଉଲ୍ଲେଖ କରିବାକୁ ଯାଉଛୁ , ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

୧) ଆପଣ ମାନେ ଶୁଣିଥିବେ ଯେ , ସାପ ସର୍ବଦା ବୁଢିଆଣିକୁ ଆକ୍ରମଣ କରିଥାଏ । କିନ୍ତୁ ଆପଣ କେବେ ଶୁଣି ନଥିବେ ଯେ , ବୁଢିଆଣି ସାପ ଉପରେ ଆକ୍ରମଣ କରୁଛି । କଥାଟା ଆଶ୍ଚର୍ଯ୍ୟକର ଲାଗୁଥିଲେ ମଧ୍ୟ ସତ । ଆପଣ ଭିଡ଼ିଓରେ ଦେଖିପାରିବେ ଯେ , ବୁଢିଆଣିଟି ସାପ ଉପରେ ଆକ୍ରମଣ କରୁଛି । ଆଉ ଏହି ବୁଢିଆଣିର ନାମ ବ୍ରାଉନ ଉଇଣ୍ଡୋ ଅଟେ । ତେବେ ଏହି ବୁଢିଆଣିର ଗୋଟିଏ ଖାସ କଥା ଏହା କି ଯେ , ଏହି ବୁଢିଆଣି ନିଜ ସାର ଠାରୁ ୩୦ ଗୁଣ ବଡ଼ ଜୀବ ମାନଙ୍କୁ ମାରିବାରେ ସକ୍ଷମ ହୋଇଥାଏ । ଏହା ସମ୍ପୂର୍ଣ୍ଣ ଭିନ୍ନ ପ୍ରଜାତିର ଅଟେ ।

୨) ଅନ୍ୟ ଏକ ଭଡ଼ିଓ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯାହାକୁ ଦେଖିଲେ ଆପଣ ବି ବାଃ ବାଃ କହିବେ । ଆପଣ ସାଧାରଣତଃ ଜଙ୍ଗଲର ରାଜା ବାଘକୁ ହିଁ କହିଥାନ୍ତି । କିନ୍ତୁ ଏହି କ୍ଷେତ୍ରରେ ଭାଲୁ ଜଙ୍ଗଲର ରାଜା ପାଲଟି ଯାଇଅଛି । କାରଣ ବାଘ ଆଗରେ ଚାଲି ଚାଲି ଯାଉଥିବା ବେଳେ ଭାଲୁ ତା ପଛରେ ଚାଲି ଚାଲି ଯାଉଛି । ଆଉ ବାଘ ଭାଲୁ ଉପରେ ଆକ୍ରମଣ କରିବାପାଇଁ ପ୍ରସ୍ତୁତ ହୋଇଯାଉଛି । କିନ୍ତୁ ପରିସ୍ଥିତି ଏଭଳି ହୋଇଯାଉଛି କି ବାଘକୁ ଭୟ ନ କରି ଭାଲୁ ଦୁଇ ଗୋଡ଼ରେ ଛିଡା ହୋଇ ଯାଇ , ବାଘକୁ ଭୟଭୀତ କରିଦେଉଛି ।

୩) ବର୍ତ୍ତମାନ ଆମେ ଆପଣଙ୍କୁ ଏଭଳି ଏକ ଭିଡ଼ିଓ ବିଷୟରେ କହିବାକୁ ଯାଉଛୁ , ଯାହା ଶୁଣି ଆପଣ ହସି ହସି ବେଦମ ହୋଇଯିବେ । ଏହି ଭିଡିଓରେ ସିମ୍ପାଞ୍ଜି ନିଜ ଠାରୁ ଏକ ଛୋଟ ଜୀବ ସହ ଲାଗୁଥିଲା । ଆଉ ଜୀବଟି ଦେହରେ ହାତ ମାରି ବାରମ୍ବାର ତାକୁ ଡ଼ରାଇବାକୁ ଚେଷ୍ଟା କରୁଥିଲା । କିନ୍ତୁ ଏଭଳି କିଛି ଘଟିଲା , ଯାହା ଦେଖିଲେ ଆପଣ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ । ଜୀବଟି ସିମ୍ପାଞ୍ଜିର ଆଙ୍ଗୁଳିକୁ କାମୁଡି ଦେଇଥିଲା ।

୪) ତାପରର ଭିଡ଼ିଓ ଅତ୍ୟନ୍ତ ମଜାଦାୟକ ଅଟେ । ବିଲେଇ ତାର ଆଗରେ ଥିବା ଏକ ଛୋଟ ସାପକୁ ଦେଖୁଥିଲା । ତାକୁ ସେ ଏଭଳି ଦେଖୁଥିଲା କି , ଯେମିତି ତାକୁ କେଇ ସେକେଣ୍ଡ ମଧ୍ୟରେ ଆକ୍ରମଣ କରିଦେବ । କିନ୍ତୁ ତାପରେ ଯାହା ଘଟିଲା ତାହା ଅତ୍ୟନ୍ତ ମଜାଦାୟକ ଅଟେ । କାରଣ ବିଲେଇ ଭିତରୁ ବହୁତ ଭୟରେ ଥରୁଥିଲା । ଆଉ ସେହି ସମୟରେ ତାର ମାଲିକ ତା ଦେହରେ ହାତ ମାରୁ ମାରୁ ସେ ଭୟଭୀତ ହୋଇ ଯାଇଥିଲା ।

୫) ଆଉ ଏକ ଭିଡିଓରେ ଗୋଟିଏ ମାଙ୍କଡ଼ ଗାଈ ମୁଣ୍ଡରେ ହାତ ମାରୁଥିଲା । ତାକୁ ଆଦୌ ଭୟ ନ କରି ସେ ତାର ମୁଣ୍ଡ ଉପରେ ବାରମ୍ବାର ହାତ ମାରୁଛି । କିନ୍ତୁ ତାପରେ ଗାଈଟି ତାର ମୁଣ୍ଡ ହଲେଇ ଦେଉଛି ଆଉ ମାଙ୍କଡ଼ଟି ସେଠାରୁ ପଳାଇ ଯାଉଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button