ଦେଶ ବିଦେଶ

ଦେଖନ୍ତୁ ଭିଡ଼ିଓ:- ଝିଅ ମୁଁହରେ ହସ ଆଣିବା ପାଇଁ ରଣକ୍ଷେତ୍ରରେ ନାଚିଲେ ୟୁକ୍ରେନ ସୈନିକ, ଭିଡ଼ିଓ ଦେଖିବା ପରେ ଆପଣଙ୍କ ଆଖିରେ ମଧ୍ୟ ଲୁହ ରହିବ ନାହିଁ…

ସାରା ବିଶ୍ୱ ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ର ପରିଣାମ ଏବଂ ଭୟ ବହତା ଦେଖି ସାରିଛି। ଯୁଦ୍ଧ ହେଲେ କଣ କ୍ଷତି ହୋଇଥାଏ ତାହା ସାରା ବିଶ୍ୱ ଭଲ ଭାବରେ ଅବଗତ ହୋଇଛି। ତେବେ ଅନେକ ଲୋକଙ୍କ ମନରେ ଆଶଙ୍କା ଥିଲା ଯେ ତୃତୀୟ ବିଶ୍ଵଯୁଦ୍ଧ ଯଦି ହୁଏ ତେବେ ତାହା କେବଳ ପାଣି ପାଇଁ ହେବ। କିନ୍ତୁ ଏପରି କିଛି ଘଟି ନାହିଁ ଏବଂ ତୃତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହୋଇସାରିଛି ବୋଲି କହିଲେ କୌଣସି ଅତ୍ୟୁକ୍ତି ହେବ ନାହିଁ। ତେବେ ଆପଣମାନେ ବର୍ତ୍ତମାନ ୠଷିଆ ଏବଂ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧ ବିଷୟରେ ଜାଣିଥିବେ।

ତେବେ ଆମେରିକା ୟୁକ୍ରେନର ସାଥ ଦେବ କହି ପଛରୁ ହଟି ଯାଇଛି। ଯାହାଫଳରେ ୟୁକ୍ରେନ ଛୋଟିଆ ଦେଶ ହୋଇଥିଲେ ମଧ୍ୟ ୠଷିଆ ଭଳି ବିଶାଳ ଦେଶ ଆଗରେ ମୁଣ୍ଡ ନୁଆଁଇ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଲଢେଇ ଜାରି ରଖିଛି। ତେବେ ସାରା ବିଶ୍ୱର ନଜର ବର୍ତ୍ତମାନ ଏହି ଦୁଇ ଦେଶ ଉପରେ ରହିଛି। କାରଣ ୟୁକ୍ରେନ ୠଷିଆ ସାମ୍ନାରେ ବହୁତ ଛୋଟ ଦେଶ ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ରୁଷିଆ ତୁଳନାରେ କମ୍ ରହିଛି।

ତେବେ ୠଷିଆ ଆକ୍ରମଣରେ ନା ୟୁକ୍ରେନର ରାଷ୍ଟ୍ରପତି ଡରୁଛନ୍ତି ନା ହିଁ ୟୁକ୍ରେନ ବାସିନ୍ଦା। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ୟୁକ୍ରେନ ରାଷ୍ଟ୍ରପତି ବାର୍ତ୍ତା ଦେଇଛନ୍ତି ଏଥିସହିତ ସେ ନିଜ ଦେଶର ନାଗରିକ ମାନଙ୍କ ଆତ୍ମବଳ ବୃଦ୍ଧି କରିବାରେ ଲାଗିଛନ୍ତି। ୠଷିଆ ଗୋଟେ ପରେ ଗୋଟେ ବୋମା ବିସ୍ଫୋରଣ, କ୍ଷେପଣାସ୍ତ୍ର ନିକ୍ଷେପଣ କରିବାରେ ଲାଗିଛି। ତଥାପି ୟୁକ୍ରେନ ମୁଣ୍ଡ ନୁଆଇଁ ନାହିଁ। ତେବେ ଏହି ସମୟରେ ୟୁକ୍ରେନ ସୈନିକଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ଯାହାକି ସମସ୍ତଙ୍କ ଆଖିରେ ଲୁହ ନେଇ ଆସିଛି।

ତେବେ ଆପଣମାନେ ଜାଣିଛନ୍ତି ଯେ ଝିଅକୁ ତା’ର ବାପା ସବୁଠୁ ଅଧିକ ଭଲ ପାଇଥାଏ। ଝିଅ ଆଖିରେ ବାପା କେବେବି ଲୁହ ଦେଖି ପାରେ ନାହିଁ। ଠିକ କିଛି ଏହିଭଳି ୟୁକ୍ରେନର ରଣକ୍ଷେତ୍ରରେ ଦେଖିବାକୁ ମିଳିଥିଲା। ତେବେ ସୂଚନା ଅନୁସାରେ, ବାପା ଯୁଦ୍ଧ କରିବା ପାଇଁ ଘର ଛାଡ଼ି ଚାଲି ଯାଇଛି ମାଆ ଠାରୁ ଶୁଣିବା ପରେ ବାପାକୁ ଝୁରି ଝୁରି କାନ୍ଦିବାକୁ ଲାଗିଲା। ତେବେ ବାପା ଏହା ଜାଣିବା ପରେ ଯୁଦ୍ଧ କ୍ଷେତ୍ରରେ ଥିଲେ ମଧ୍ୟ ନିଜ ଝିଅ ଛଡା ସବୁକିଛି ଭୁଲି ଯାଇଥିଲା ଏବଂ ଝିଅକୁ ପ୍ରଥମେ ହସେଇବା ପ୍ରାଥମିକତା ଭାବିଥିଲା।

ତେବେ ଝିଅକୁ ହସେଇବା ପାଇଁ ସେ ନାଚିବାରେ ଲାଗିଲା। କେଉଁ ମୂହୁର୍ତ୍ତରେ ଗୁଳିଟି ଆସି ଛାତିରେ ବାଜିଯିବ କେହି ବି ଜାଣି ନାହାନ୍ତି। ତଥାପି ବାପା ତାହାକୁ ଭୟ ନ କରି ଝିଅ ପାଇଁ ଭିଡ଼ିଓ ଶୁଟିଂ କରିଥିଲେ। ତେବେ ସୈନିକ ଜଣଙ୍କ ପିତୃ ଭାବ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଖୁବ ଭାଇରାଲ ହେଉଛି। ତେବେ ଭିଡ଼ିଓ ଦେଖିବା ପରେ ୟୁଜର ମାନେ ମଧ୍ୟ ଆଖିର ଲୁହକୁ ଲୁଚେଇ ପାରୁ ନାହାଁନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button