ମନୋରଞ୍ଜନ

କମ୍ ପାରିଶ୍ରମିକ ରେ କାମ କରିବା ପାଇଁ ଖୁସି ଲାଗୁଥିଲା, ମୋର ୮୦ ଜଣ ସ୍ୱାମୀ। ଏପରି କହିଲେ କୁସୁମ ତ୍ରିପାଠୀ। : ଦେଖନ୍ତୁ ଭିଡିଓ

ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଓ ଅଭିନେତା ଅଛନ୍ତି ଓ ଏହି କଳାକାରମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି। ନିଜର ଅଭିନୟ କଳା ମାଧ୍ୟମରେ ଅନେକ ଲୋକଙ୍କ ହୃଦୟରେ ରାଜ କରନ୍ତି। ତେବେ ଆଜି ଆମେ ଆପଣଙ୍କୁ ଘରେ ଘରେ ପରିଚିତ କୁସୁମ ତ୍ରିପାଠୀ ଙ୍କ ବିଷୟରେ କହିବାକୁ ଯାଉଛୁ। ସେ ଆସିଥିବା ସାକ୍ଷାତକାର ରେ କଣ ମତ ଦେଇଥିଲେ ସେ ବିଷୟରେ ଆଜି ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ।

କୁସୁମ ଜଣେ ମହାନ ଏବଂ ପୁରୁଣା କଳାକାର। ସେ ବିଜୟ ମହାନ୍ତି ଏବଂ ମିହିର ଦାସଙ୍କ ଭଳି ଦିଗଜ କଳାକାର ମାନଙ୍କ ସହ ଅଭିନୟ କରିଛନ୍ତି। ତାଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା ଯେ କୁସୁମ ତ୍ରିପାଠୀ ରିଲ ଲାଇଫରେ ଅଧିକ ରୋମାଣ୍ଟିକ ନା ରିୟଲ ଲାଇଫରେ। ତେବେ ସେ ତିଳେ ମାତ୍ର ଡେରି ନ କରି କହିଥିଲେ ଯେ ରିୟଲ ଲାଇଫରେ ଅଧିକ ରୋମାଣ୍ଟିକ ଅଟେ। ଯେତିକି ଅଭିନୟ କରିବାକୁ କୁହାଯାଇଥାଏ ସେତିକି କରିଥାଏ। ରିଲ ଲାଇଫରେ ଦରକାର ପଡିଲେ ଆମେ ରୋମାଣ୍ଟିକ ହବୁ।

ଏହାପରେ ସେ ନିଜର ଅଭିନୟ ବିଷୟରେ କହିଥିଲେ। ଆଜି ପର୍ଯ୍ୟନ୍ତ ୫୦ ରୁ ଅଧିକ ଫିଲ୍ମ କରି ସାରିଛନ୍ତି। ସେ ଅଭିନୟ କରିବା ଭିତରେ ପାଖାପାଖି ୮୦ ପୁରୁଷଙ୍କ ପତ୍ନୀ ହୋଇଛନ୍ତି। ସେ ଅଧିକ ଅଶ୍ରୁ ମୋଚନଙ୍କ ସ୍ତ୍ରୀ ଭାବରେ ଅଭିନୟ କରିଛନ୍ତି। ଯେତେବେଳେ ଯେଉଁ ସମୟରେ ସେମାନେ ମୋ ଅପୋଜିଟରେ ଯାହାକୁ ରଖନ୍ତି ମୁଁ ତାଙ୍କ ସହ ଅଭିନୟ କରିଥାଏ। ମୁଁ ନିଜ ଇଚ୍ଛାରେ ସ୍ଵାମୀ ବାଛି ନାହିଁ। ଯେଉଁଠି ସେମାନେ ଯାହା ସହିତ ଯୋଡି କରନ୍ତି ମୁଁ ତାଙ୍କ ସହ ଅଭିନୟ କରିନିଏ।

ଏହାପରେ ଯେତେବେଳେ ସାକ୍ଷାତକାର ଜଣକ ପାରିଶ୍ରମିକ ବିଷୟରେ ପଚାରି ଥିଲେ ସେତେବେଳେ କୁସୁମ ଉତ୍ତର ରଖିଥିଲେ ଯେ ପୁରୁଣା କାଳରେ କମ୍ ପାରିଶ୍ରମିକରେ କାମ କରିବାକୁ ଭଲ ଲାଗୁଥିଲା। ଯଦିଓ ବର୍ତ୍ତମାନ ସମୟରେ ଆଗ ଅପେକ୍ଷା ଅଧିକ ଟଙ୍କା ମିଳୁଥିଲେ ମଧ୍ୟ ଆଗ ଭଳି ସମ୍ମାନ ମିଳୁ ନାହିଁ। ସିନିୟର କଳାକାରମାନଙ୍କୁ ଆମେ ସମ୍ମାନ ଦେଉଥିଲୁ । ସ୍ଵର୍ଗତ ବିଜୟ ଭାଇ ଓ ମିହିର ଭାଇ ଯେଉଁମାନେ କି ଚାଲିଗଲେଣି, ସେମାନେ ଯେଉଁଠି ବସୁଥିଲେ ଆମେ ସେହି ସ୍ଥାନରେ ଛିଡ଼ା ହୋଇ ରହୁଥିଲୁ। ଏହା ଆମ ମାନଙ୍କର ସିନିୟର କଳାକାର ମାନଙ୍କ ପ୍ରତି ସମ୍ମାନ ଥିଲା ବୋଲି କହିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button