ଜୀବନଶୈଳୀ

ନିର୍ଯ୍ୟାତନା ସହି ନ ପାରି ମଦ ନିଶାରେ ହାତ କାଟି ଦେଲେ ବିବାହିତା ଯୁବତୀ। କଣ କହୁଛନ୍ତି ଯୁବତୀ : ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ ସମୟରେ ସାରା ଭାରତରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି। କୁନି ଝିଅ ଠାରୁ ଆରମ୍ଭ କରି ବୟସ୍କ ମହିଳା ପର୍ଯ୍ୟନ୍ତ ବଳତ୍କାରର ଶିକାର ହେଉଛନ୍ତି। କେବଳ ସେତିକି ନୁହେଁ ଶାଶୁଘରେ ମଧ୍ୟ ବିବାହିତ ନାରୀମାନେ ଯୌତୁକ ନିର୍ଯ୍ୟାତନାକୁ ସହ୍ୟ ନ କରି ପାରି ଆତ୍ମ-ହତ୍ୟା କରୁଛନ୍ତି। ତେବେ ସମାଜରେ ରହୁଥିବା ଲୋକମାନେ ଯେତେ ଶିକ୍ଷିତ ହେଉଛନ୍ତି ଲୋକ ମାନଙ୍କ ବ୍ୟବହାର ଅତ୍ୟନ୍ତ ଲଜ୍ୟାଜନକ ହେବାରେ ଲାଗିଛି।

ବର୍ତ୍ତମାନ ସମାଜରେ ଶିକ୍ଷିତ ଗୋଷ୍ଠୀଙ୍କ ସହ ବସ୍ଥାନ ହୋଇଥିଲେ ମଧ୍ୟ ପ୍ରାଚୀନ କାଳରୁ ଚାଲି ଆସୁଥିବା ଯୌତୁକ ପ୍ରଥା ଏ ପର୍ଯ୍ୟନ୍ତ ଆମ ସମାଜରେ ରହିଛି। ତେବେ ଏହି ଯୌତୁକ ପାଇଁ ଅନେକ ମହିଳା ନିଜ ଶାଶୁ ଘର ହରେଇବା ସହ ନିଜର ଜୀବନ ମଧ୍ୟ ହରାଇଛନ୍ତି। ଯୁବତୀ ମନେ ଶୋଷଣର ଶିକାର ହେଉଛନ୍ତି। ପୁରୁଷ କେନ୍ଦ୍ରିକ ସମାଜରେ ପୁରୁଷ ମାନଙ୍କ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଏକ ଯୁବତୀଙ୍କ ଭିଡ଼ିଓ ଭାଇରାଲ ହେଉଛି। ଯିଏକି ଯୁବତୀ ଜଣକ ଜଣେ ବିବାହିତା ଅଟନ୍ତି। ଏହି ଭିଡ଼ିଓ ଲୋକଲୋଚନକୁ ଆସିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ଭିଡ଼ିଓରେ ଯୁବତୀ ଜଣକ ମଦ ନିଶାରେ ହାତ କାଟି ଦେଇଥିବାର ଆପଣ ଦେଖିବାକୁ ପାଇବେ। ଯୁବତୀଙ୍କ କହିବା ଅନୁସାରେ, ତାଙ୍କ ସ୍ୱାମୀଙ୍କ ସହ ତାଙ୍କର ଝଗଡା ହେବା ପରେ ପୀଡିତାଙ୍କ ସ୍ୱାମୀ ଗଣ୍ଡମୁଣ୍ଡା ବସ୍ତିକୁ ଉଠେଇ ଆଣି ଜବରଦସ୍ତି ମଦ ପିଆଇ ଥିଲେ ଏବଂ ମଦ ପିଇବା ପରେ ଯୁବତୀ ଜଣକ ନିଜ ଉପରୁ ନିୟନ୍ତ୍ରଣ ହରାଇ ଥିଲେ। ଏହାପରେ ସେ ତାଙ୍କର ସମସ୍ୟା ବିଷୟରେ କହିଥିଲେ।

ଯୁବତୀ ଜଣକ କହିଥିଲେ, ” ମୁଁ ପଟିଆ ଚୁଁଗୁଡି ଗୋଦାମରେ କାମ କରୁଥିଲେ। ତେବେ ମୋତେ ସେଠାରେ ଖାଇ ପିଇ ୧୦,୦୦୦ ହଜାର ଟଙ୍କା ମିଳୁଥିଲା। ମୋ ବୋଉ ମୋତେ ୩୦,୦୦୦ ଟଙ୍କା ମାଗିଲା ଏବଂ ମୁଁ ମୋ ମାଲିକଙ୍କୁ କହି ତାକୁ ଟଙ୍କା ଦେଇଥିଲି। ହେଲେ ମୋ ବାପା ମୋ ଜୀବନ ସହ ଖେଳିଥିଲେ। ମୁଁ ଯାହାକୁ ଭଲ ପାଉଥିଲି ମୋତେ ତା’ ସହ ବାହାଘର ନ କରାଯାଇ ଅନ୍ୟ କାହା ସହ ବାହାଘର କରେଇ ଦେଇଥିଲେ। ମୁଁ ଯାହାକୁ ଭଲ ପାଉଥିଲି ସେ ମଧ୍ୟ ମୋ ଜୀବନ ସହ ଖେଳିଲା। ଭଲ ପାଉ ନାହିଁ ବୋଲି କହିଦେଇ ଏଡେଇ ଦେଲା ଏବଂ ମୁଁ ନବମ ଶ୍ରେଣୀରେ ପଢ଼ିବା ସମୟରେ ମୋ ସହ ସେ ବହୁତ କିଛି କରିଛି।

 

ଯେତେବେଳେ ବ୍ୟକ୍ତି ଜଣକ ଯୁବତୀଙ୍କୁ ଆଜିର ଏପରି ଅବସ୍ଥା ବିଷୟରେ ପଚାରି ଥିଲେ ସେତେବେଳେ ଯୁବତୀ ଜଣକ କହିଥିଲେ, ” ମୋ ଶାଶୁ ମୋତେ ବହୁତ ନିର୍ଯ୍ୟାତନା ଦେଉଛନ୍ତି। ମୋତେ ଖରାପ ଭାଷରେ ଗାଳିଗୁଲଜ ମଧ୍ୟ କରୁଛନ୍ତି।” ତେବେ ଯୁବତୀ ଜଣକ ନିର୍ଯ୍ୟାତନା ସହି ନ ପାରି ନିଜ ହାତ କାଟି ଦେଇଛନ୍ତି ଏବଂ ଲୋକଙ୍କୁ ନେହୁରା କରୁଛନ୍ତି କି ତାଙ୍କୁ କେହି ତାଙ୍କ ବୋଉଙ୍କ ପାଖରେ ପହଞ୍ଚାଇବା ଦେବା ପାଇଁ।

ଯୁବତୀ ଜଣକ କେଉଁଝର ଜିଲ୍ଲାର ପଲାପଡା ଥାନା ଅନ୍ତର୍ଗତ ବିଶା ଗ୍ରାମର କୃଷ୍ଣଚନ୍ଦ୍ର ପାତ୍ରଙ୍କ ଝିଅ ଅଟନ୍ତି। ତେବେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଯୁବତୀଙ୍କ ଏଭଳି ଅବସ୍ଥା ଯାହାକି ଚିନ୍ତାର ବିଷୟ ଅଟେ। ଯୁବତୀଙ୍କ ଶରୀରରୁ ଅନେକ ରକ୍ତ ବୋହି ଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button