ଦେଶ ବିଦେଶ

ଚୀନ ସୀମାରେ ଆମେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ: ସେନା ମୁଖ୍ୟ

ନୂଆଦିଲ୍ଲୀ: ସେନା ଦିବସ ପୂର୍ବରୁ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଦିଲ୍ଲୀରେ ବାର୍ଷିକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଜେନେରାଲ ପାଣ୍ଡେ କହିଛନ୍ତି ଯେ, ଉତ୍ତରୀ ସୀମାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଚୀନ ସହ ସୈନ୍ୟ ଓ କୂଟନୈତିକ ସ୍ତରରେ ଲଗାତାର ଆଲୋଚନା ହେଉଛି । ଏଥିରେ ୭ରୁ ୫ଟି ପ୍ରସଙ୍ଗର ସମାଧାନ ହୋଇଯାଇଛି । ଭାରତୀୟ ସେନା ସବୁ ସମସ୍ୟା ଓ ସ୍ଥିତି ସହ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି । କୌଣସି ଆକସ୍ମିକ ସ୍ଥିତି ସହ ଲଢ଼ିବା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ଭଣ୍ଡାର ରହିଛି ।

ରାଜୋରୀ ଘଟଣା ଉପରେ ପାକିସ୍ତାନକୁ ଅଙ୍ଗୁଳି ଦେଖାଇ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ଯେ, ଆମ ଶତ୍ରୁ ଟାର୍ଗେଟ କିଲିଂ କରୁଛନ୍ତି । ପୀର ପଞ୍ଜାଲ ରେଞ୍ଜର ଦକ୍ଷିଣରେ ଅଳ୍ପସଂଖ୍ୟକଙ୍କ ବିରୋଧରେ ଟାର୍ଗେଟ କିଲିଂ ହେଉଛି । ଜମ୍ମୁ କ୍ଷେତ୍ର- ଅନ୍ତରାଷ୍ଟ୍ରୀୟ ସୀମାରେ ଅନୁପ୍ରବେଶର ପ୍ରୟାସ ହେଉଛି । ଡ୍ରୋନ ଅନୁପ୍ରବେଶକୁ ବିଏସଏଫ ଏବଂ ସେନା ଉଭୟ ମିଶି ରୋକୁଛନ୍ତି । ଜାମର୍ସ କିଣାଯାଇଛି ଯାହାର ପରିଣାମ ଭଲ ରହିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button