ଏକ୍ସପ୍ରେସ୍ ଟ୍ରେନ୍ ଏସି କୋଚ୍ ଭିତରେ ସାପ, ଯାତ୍ରୀ ଛାନିଆ

ଘର, ବସ୍ ଗାଡି ପରେ ଏବେ ଟ୍ରେନ୍ ଏସି କୋଚ୍ ଭିତରେ ପଶିଲା ସାପ। ଛାନିଆ ହେଲେ ଯାତ୍ରୀ । ନିକଟରେ ମଧ୍ୟପ୍ରଦେଶର ଜବଲପୁରରୁ ମୁମ୍ବାଇ ଯାଉଥିବା ଗରିବ ରଥ ଏକ୍ସପ୍ରେସରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଏକ ବଡ଼ କୋବ୍ରା ସାପ ଗାରିବ ରଥ ଏକ୍ସପ୍ରେସ ଟ୍ରେନର ବର୍ଥ ଉପରେ ଫଣା ଟେକି ଶୋଇଛି।
ଏହାକୁ ଦେଖି ସମଗ୍ର କମ୍ପାର୍ଟମେଣ୍ଟରେ ଆତଙ୍କ ଖେଳିଯାଇଛି। ଲୋକମାନେ ନିଜ ଆସନ ଛାଡି ଭୟରେ ଦୌଡିବାକୁ ଲାଗୁଛନ୍ତି। ଏହି ସମୟ ମଧ୍ୟରେ ସେଠାରେ ଉପସ୍ଥିତ ଜଣେ ଯାତ୍ରୀ ଏହି ଘଟଣାର ଭିଡିଓକୁ ମୋବାଇଲରେ ରେକର୍ଡ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ, ଯାହା ବର୍ତ୍ତମାନ ଭାଇରାଲ ହେଉଛି।
ସୂଚନା ମୁତାବକ, ଟ୍ରେନଟି କାସରା ରେଳ ଷ୍ଟେସନରେ ଥିଲାବେଳେ ଯାତ୍ରୀମାନେ ଏସି କୋଚ୍ ଭିତରେ ସାପ ଥିବା ଦେଖିଥିଲେ। କୁହାଯାଉଛି ଯେ ୫ ଫୁଟ ଲମ୍ବର ସାପ କୋଚ ନମ୍ବର G17 ରେ ସିଟ୍ ତଳେ ଲୁଚି ରହିଥିଲା, ଯାହା ହଠାତ୍ ସାଇଡ୍ ବର୍ଥରୁ ହଠାତ୍ ବାହାରକୁ ଚାଲି ଆସିଥିଲା। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି।