ରାଜନୀତି

ଏସସିଏଫ ସୌମ୍ୟରଞ୍ଜନ ହତ୍ୟାକାଣ୍ଡ, ୨୪ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରାଯାଉ : ବିଜେପି

ଭୁବନେଶ୍ୱର : ବହୁଚର୍ଚ୍ଚିତ ଏସସିଏଫ ସୌମ୍ୟରଞ୍ଜନ ମୃତ୍ୟୁକୁ ୨ବର୍ଷ ବିତିଯାଇଥିଲେବି ଏଯାଏଁ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ କି ଦୋଷୀଙ୍କୁ ଗିରଫ ମଧ୍ୟ କରାଯାଉନାହିଁ । ଏହି ଘଟଣାରେ ରାଜ୍ୟ ସରକାରଙ୍କ ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତଥା ବର୍ତମାନର ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମ୍ପୃକ୍ତି ଥିବା କାରଣରୁ ତଦନ୍ତ ପ୍ରକ୍ରିୟାକୁ ବାଟବଣା କରିବାକୁ ଜୋରସୋର ପ୍ରୟାସ କରାଯାଇଥିଲା । କିନ୍ତୁ ଗତ ୨୮ ତାରିଖ ଦିନ ଜାରୀ ହୋଇଥିବା ଅଦାଲତଙ୍କ ନିର୍ଦ୍ଦେଶ ଶାସକ ବିଜେଡିର ଅସଲ ମୁଖା ଖୋଲି ଦେଇଛି । ମାନ୍ୟବର ଅଦାଲତଙ୍କ ଦ୍ୱାରା ଜାମିନ ବିହୀନ ଗିରଫଦାରୀର ନିର୍ଦ୍ଦେଶ ଗୋଟିଏ ଅପରାଧକୁ ଲୁଚାଉଥିବାର ଅନ୍ୟ ଏକ ଅପରାଧକୁ ପ୍ରମାଣିତ କରିଛି । ଏସସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଅଦାଲତ ଅଭିଯୁକ୍ତ ଡିଏଫଓ ସଂଗ୍ରାମ କେଶରୀ ବେହେରା, ପତ୍ନୀ ବିଦ୍ୟାଭାରତୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିବା ସତ୍ତ୍ୱେ କାହିଁକି ଏଯାଏଁ ପୋଲିସ ଗିରଫ କରୁନାହିଁ? ମନ୍ତ୍ରୀ ଆରୁଖ ଏବଂ ଶାସକ ବିଜୁ ଜନତା ଦଳ ଡିଏଫଓଙ୍କ ପଛରେ ଢ଼ାଲ ହୋଇ ରହିଥିବା କାରଣରୁ କାର୍ଯ୍ୟାନୁଷ୍ଠାନ ହୋଇପାରୁନାହିଁ ବୋଲି ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ କହିଛନ୍ତି ।

ଓଡିଶାରେ ଶାସନ ବ୍ୟବସ୍ଥା ସଂପୁର୍ଣ୍ଣ ଧ୍ୱଂସ ପାଇଛି । ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ନ୍ୟାୟ ଦେବାରେ ସମ୍ପୂର୍ଣ୍ଣ ବିଫଳ । ବରଂ ପୃଷ୍ଠପୋଷକତା ସାଜି ଅଭିଯୁକ୍ତଙ୍କୁ ସୁରକ୍ଷା ଓ ସହାୟତା କରୁଛନ୍ତି । ଶାସକ ଦଳର ହାତ ବାରିସ ସାଜି ପୋଲିସ ସୌମ୍ୟଙ୍କ ହତ୍ୟାକୁ ଦୁର୍ଘଟଣାର ରୂପ ଦିଆଯାଇ ଡିଏଫଓ ଓ ପତ୍ନୀ ବିଦ୍ୟାଭାରତୀଙ୍କୁ ସୁରକ୍ଷା ଦିଆଯାଉଥିଲା । ଆଜି ଯେତେବେଳେ କୋର୍ଟରୁ ନ୍ୟାୟ ମିଳିଛି ପୋଲିସ ଶାସକ ଦଳର ମନ୍ତ୍ରୀଙ୍କ କଥାରେ ସୌମ୍ୟଙ୍କ ପରିବାରକୁ ନ୍ୟାୟ ଦେବାରେ ବଞ୍ଚିତ ରଖିଛନ୍ତି । ୨୪ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସୌମ୍ୟଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ଦାସ ଦାବି କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button