ସ୍ୱାସ୍ଥ୍ୟ

ଗୋଇଠି ଯନ୍ତ୍ରଣା ରୋକିବେ କିପରି? ଜଣାନ୍ତୁ ଏହାର ସମ୍ପୃଣ ଚିକିତ୍ସା

ଗୋଇଠିି ଯନ୍ତ୍ରଣା ଏକ ସାଧାରଣ ସମସ୍ୟା। ମୁଖ୍ୟତଃ ପୁରୁଷ ମାନଙ୍କ ଅପେକ୍ଷା ଏହା ମହିଳା ମାନଙ୍କ କ୍ଷେତ୍ରରେ ଅଧିକ ଦେଖା ଯାଇଥାଏ। କେତେକ ଡିଜିଜ୍ କାରଣରୁ ଏହା ଦେଖା ଯାଇଥାଏ। ଅଧିକ ସମୟ ଛିଡ଼ା ହୋଇ ରହିଲେ ସାଧାରଣତଃ ଗୋଇଠି ଯନ୍ତ୍ରଣା ହୋଇଥାଏ । କିନ୍ତୁ ଏହା ବିଶ୍ରାମ ନେବା ଦ୍ବାରା ଭଲ ହୋଇ ଯାଇଥାଏ । କିନ୍ତୁ କେତେକ କ୍ଷେତ୍ରରେ ଗୋଇଠି ଯନ୍ତ୍ରଣା ଅଧିକ ଦିନ ଧରି ଲାଗି ରହିଥାଏ ,ଏଭଳି କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ କରିବା ନିହାତି ଜରୁରୀ । ତେବେ ଗୋଇଠି ଯନ୍ତ୍ରଣାର କାରଣ କ’ଣ ? ଏହା କେମିତି ଭଲ ହେବ ? ଆସନ୍ତୁ ବିଶିଷ୍ଟ ଆଣ୍ଠୁ ରୋଗ ବିଶେଷଜ୍ଞ ଡାକ୍ତର ଏମ୍ ଜଗତଜିତ୍ କ’ଣ କହୁଛନ୍ତି ସେ ବାବଦରେ ଜାଣିବା।

ଗୋଇଠିି ଯନ୍ତ୍ରଣାର କାରଣ:-ଗୋଇଠିି ଯନ୍ତ୍ରଣାର ବିଭିନ୍ନ କାରଣ ରହିଛି। ପାଦର କିଛି ସମସ୍ୟା ରହିଥିଲେ ଯଦି ପାଦ ଉପରେ ଅଧିକ ପ୍ରେସର୍ ପଡୁଛି ତେବେ ଗୋଇଠିି ଯନ୍ତ୍ରଣାର ହେବାର ଦେଖା ଯାଇଥାଏ। ମେଦବହୁଳତା, ପାଦକୁ ଫିଟ୍ ହେଉନଥିବା ଜୋତା ପିନ୍ଧିବା ଦ୍ବାରା ମଧ୍ୟ ଏହି ସମସ୍ୟା ଦେଖା ଯାଇଥାଏ। ଚଟାଣ ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଠିଆ ହୋଇ ରହିବା , ଦୌଡିବା କିମ୍ବା ଡେଇଁବା ଅସ୍ବାଭାବିକ ଚାଲିବା ଶୈଳୀ , ଯେପରିକି ପାଦକୁ ଭିତର ଆଡକୁ ମୋଡି ଚାଲିବା ଗୋଇଠିରେ ଆଘାତ ଲାଗିବା ଯେପରିକି ଚାପ ଜନିତ ଫ୍ରାକ୍ଚର୍। କେତେକ ବେମାରୀ ଯେପରିକି ଡାଏବେଟିସ୍ ଓ ଆର୍ଥରାଇଟିସ୍ ଇତ୍ୟାଦି। ସ୍ନ୍ୟାୟୁ ଜନିତ ସମସ୍ୟା ପାଇଁ ମଧ୍ୟ ରେ ଗୋଇଠିି ଯନ୍ତ୍ରଣାର ଏକ ପ୍ରମୁଖ କାରଣ। ୟୁରିକ୍ ଏସିଡ ଶରୀରରେ ଅଧିକ ମାତ୍ରାରେ ଥିଲେ ମଧ୍ୟ ଏହି ସମସ୍ୟା ଦେଖା ଯାଇଥାଏ।

ଗୋଇଠିି ଯନ୍ତ୍ରଣାର ଚିକିତ୍ସା:-ସାଧାରଣ ଭାବେ ଦେଖିବାକୁ ଗଲେ ଏହାର ଚିକିତ୍ସା ଖୁବ୍ ସହଜ ହୋଇଥାଏ। ମହିଳା ମାନେ ଘରେ ଯେତେବେଳେ କାମ କରୁଛନ୍ତି ସଫ୍ଟ ବା ସିଲିକନ୍ ଟାଇପ ର ଜୋତା ବ୍ଯବହାର କରନ୍ତୁ। ରେଗୁଲାର କିଛି ଫିଜଥିରାପି କରିବା ଉଚିତ୍। ଶରୀରକୁ ବା ପାଦ କୁ ଆରାମ ଲାଗିଲା ପରି ଏକ୍ସାସାଇଜ କରନ୍ତୁ।ନିୟମିତ ପାଦ ରେ ମାଲିସ କରିବା ଆବଶ୍ୟକତା ରହିଛି। ସବୁଠାରୁ ମୁଖ୍ୟ କଥା ହେଉଛି କି ଏମିତି କିଛି କରନ୍ତୁ ନାହିଁ ଯେପରି ଗୋଇଠିି ଉପରେ ପ୍ରେସର୍ ପକାଇବ। ମହିଳା ମାନଙ୍କ କ୍ଷେତ୍ରରେ ଯଦି କ୍ୟାଲସିୟମ ଅଭାବରୁ ଏହି ସମସ୍ୟା ଦେଖା ଯାଇଥାଏ ତେବେ ଲଗାତାର ଭାବେ କିଛି ଦିନ ପାଇଁ କ୍ୟାଲସିୟମ ଟ୍ୟାବଲେଟ୍ ଖାଇବା ଆବଶ୍ୟକ।

ଗୋଇଠିି ଯନ୍ତ୍ରଣାକୁ କେମିତି ରୋକିବେ:-ପ୍ରଥମେ ନିଜ ଜୀବନଶୈଳୀ ରେ ପରିବର୍ତ୍ତନ ଆଣିବା। ଏହା ସହିତ ନିଜ ଚାଲିବା ଓ ବସିବା ଉଠିବା ଶୈଳୀ କୁ ପରିବର୍ତ୍ତନ କରିବା। ପ୍ରତିଦିନ ଷ୍ଟ୍ରେଚିଂ ବ୍ୟାୟାମ କରିବା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button