ଦେଶ ବିଦେଶ

ସକାଳୁ ଉଠି କବାଟ ଖୋଲିବା କ୍ଷଣି କରନ୍ତୁ ଏହି କାର୍ଯ୍ୟ, ଘରୁ ଦୂର ହୋଇଯିବ ଦାରିଦ୍ର୍ୟତା

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ସକାଳୁ ଉଠି କେଉଁ କାର୍ଯ୍ୟ କଲେ ଜୀବନରେ କେବେବି ସମସ୍ୟା ଆସିବ ନାହିଁ, ଆସନ୍ତୁ ଜାଣିବା। ଘରର ମୁଖ୍ୟ ଫାଟକ କେବେବି ଗୋଟେ କବାଟ ବିଶିଷ୍ଟ ହେବା ଉଚିତ ନୁହେଁ। ଘରର ମୁଖ୍ୟ କବାଟ ବଡ଼ ଓ ଦୁଇ କବାଟ ବିଶିଷ୍ଟ ହେବା ଉଚିତ।

ଘରର ମୁଖ୍ୟ ଦୁଆର ମୁହଁ ଦେଇ ଦେବୀ ଲକ୍ଷ୍ମୀ ପ୍ରବେଶ କରିଥାନ୍ତି। ଏବେ ଆସନ୍ତୁ ଜାଣିବା ଘରର ମହିଳା ମାନେ ସକାଳୁ ଉଠି ଏଭଳି କେଉଁ କାର୍ଯ୍ୟ କରିବା ଉଚିତ, ଯାହାଦ୍ଵାରା ଘରେ ସୁଖଶାନ୍ତି ବିଦ୍ୟମାନ ହେବ।

ସକାଳୁ ଉଠି ମହିଳା ମାନେ ମୁଖ୍ୟ ଦୁଆର ଦୁଇ ପଟରେ ଅଳ୍ପ ଅଳ୍ପ ଜଳ ପକାଇବା ଆବଶ୍ୟକ। ଶନିବାର ଓ ରବିବାର ଦିନ ଦୁଇ ବାଲଟି ପାଣି ପକାଇ ଝାଡୁ ଲଗାନ୍ତୁ। ଏଭଳି କରିବା ଦ୍ଵାରା ମାନା ଯାଇଥାଏ କି, କୌଣସି ବ୍ୟକ୍ତି ଆପଣଙ୍କ ପରିବାର ଉପରେ ନଜର ଲଗାଇବା ପରେ ମଧ୍ୟ କିଛି କ୍ଷତି ହୋଇ ନଥାଏ।

ଘରର ମୁଖ୍ୟ କବାଟର ରଙ୍ଗ ଲାଲ, ମେରୁନ ଆଦି ରଖିବା ଆବଶ୍ୟକ। ଘରର ମୁଖ୍ୟ ଦୁଆର ମୁହଁରେ ଆମ୍ବ ପତ୍ର ଓ ଫୁଲ ଦେଇ ମାଳା କରି ସଜାନ୍ତୁ। ଏହାଦ୍ବାରା ଦେବୀ ଲକ୍ଷ୍ମୀ ଘର ପ୍ରତି ଖୁବ୍ ଶୀଘ୍ର ଆକର୍ଷିତ ହୋଇଥାନ୍ତି।

ଘରର ମୁଖ୍ୟ କବାଟ ଉପରେ ଭଗବାନ ଶ୍ରୀଗଣେଶଙ୍କର ମୂର୍ତ୍ତି ବସାନ୍ତୁ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ମୁଖ୍ୟ କବାଟର ଦୁଇ ପଟରେ ଅର୍ଥାତ୍ କାନ୍ଥରେ ସିନ୍ଦୂରରେ ସ୍ଵସ୍ତିକ ଚିହ୍ନ ଲଗାନ୍ତୁ। ଯଦି ଦୁଆର ମୁହଁ ସାମ୍ନାରେ ଅଶ୍ୱତ୍ଥ ଗଛ ଉଠିଛି, ତାହେଲେ ଏହାକୁ ଉପାଡ଼ି ଅନ୍ୟ କୌଣସି ସ୍ଥାନରେ ଲଗାଇ ଦିଅନ୍ତୁ।

ଘର ସାମ୍ନାରେ କେବେବି ଅଳିଆ ଆବର୍ଜ୍ଜନା ପକାଇବା ଉଚିତ ନୁହେଁ। ଏହାଦ୍ବାରା ଦେବୀ ଲକ୍ଷ୍ମୀ ଘରକୁ ପ୍ରବେଶ କରନ୍ତି ନାହିଁ। ପ୍ରତ୍ୟେକଦିନ ସକାଳୁ ଉଠି ପୁରୁଷ ଲୋକେ ଘରର ଦୁଆର ମୁହଁରେ ଗୋବର ପାଣିର ସିଞ୍ଚନ କରିବା ଏବଂ ସ୍ନାନ ସାରି ଝୁଣା ଲଗାଇବା ଆବଶ୍ୟକ। ଏହାଦ୍ବାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button