ମନୋରଞ୍ଜନ

କାମ ଅଧିକ କଲେ ବି ସେ ହିସାବରେ ମୋତେ ପାରିଶ୍ରମିକ ମିଳୁନି: ଭାରତୀ ସିଂହ – Utkal Mail


ମୁମ୍ବାଇ: ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଜଣେ ସଫଳ ତାରକା। ସେ ତାଙ୍କ କମେଡି ସହିତ ଲୋକଙ୍କ ମନୋରଞ୍ଜନ କରି ଆଜି ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ଭାରତୀ ଅନେକ ଟିଭି ସୋ’ରେ କାମ କରିବା ସହ କିଛି ଫିଲ୍ମ ଏବଂ କିଛି ଆୱାର୍ଡ ସୋ’ ମଧ୍ୟ ହୋଷ୍ଟ କରିସାରିଛନ୍ତି। କମେଡି ସହ ସେ ୟୁଟ୍ୟୁବରେ ବ୍ଲଗ ମଧ୍ୟ କରନ୍ତି। ବ୍ଲଗ ମାଧ୍ୟମରେ, ସେ ପ୍ରଶଂସକମାନଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ଅପଡେଟଗୁଡିକ ଦେଉଥିବା ଦେଖାଯ‌ାଏ। ଏବେ ଭାରତୀ ସିଂ ତାଙ୍କ ପାରିଶ୍ରମିକ ବିଷୟରେ ପ୍ରକାଶ କରି ଚର୍ଚ୍ଚାକୁ ଆସିଛନ୍ତି। ମହାମାରୀ ପରେ ତାଙ୍କର ପାରିଶ୍ରମିକ ହ୍ରାସ ପାଇଛି ବୋଲି ସେ କହିଛନ୍ତି।

ଭାରତୀଙ୍କ କହିବା ମୁତାବକ, ‘ଯଦି କୌଣସି କଳାକାରଙ୍କୁ ତା’ର କାମ ହିସାବରେ ପାରିଶ୍ରମିକ ମିଳୁନାହିଁ, ତା’ହେଲେ କେହି କାମ କରିବାକୁ ଇଚ୍ଛା କରିବେ ନାହିଁ। ଯଦି ମୁଁ ନେଉଥିବା ପାରିଶ୍ରମିକର ୨୫ପ୍ରତିଶତ ମଧ୍ୟ ଆପଣ ଦେବେନାହଁ, ତେବେ କାମ ହୋଇପାରିବନାହିଁ। ଯଦି ତୁମେ ମୋତେ ଏକ ସୋ’ ପାଇଁ ମାସର ୨୬ଦିନ ଦେବାକୁ କହି ଭଲ ପାରିଶ୍ରମିକ ଦେବ ନାହିଁ, ତେବେ ମୁଁ ମଧ୍ୟ କାମ କରିପାରିବି ନାହିଁ। କାରଣ ମୁଁ ମଧ୍ୟ ମୋ ପିଲାକୁ ୧୨ଘଣ୍ଟା ଘରେ ଛାଡି କାମ ପାଇଁ ବାହାରକୁ ଆସିବି। ମୁଁ ଆଜି ପର୍ଯ୍ୟନ୍ତ କେବେ ବି ଅଧିକ କାମ କରିବାକୁ ମନା କରିନାହିଁ। ମୁଁ କେବେ କି କହେନି କି, ଆଗରୁ ଲ‌କ୍ଷେ ନେଉଥିଲି, ହେଲେ ‌ଏବେ ୫୦ହଜାର ନେଉଛି ମାନେ ୬ଟି ଜାଗାରେ ୩ଟି ମଜାକଥା କହିବି। ସେସବୁ ମୁଁ କରେନି। ହେଲେ ଯଦି ମୁଁ ନିଷ୍ଠାରେ କାମ କରୁଛି ତେବେ ମୋତେ ଭଲ ପାରିଶ୍ରମିକ ବି ମିଳିବା ଉଚିତ୍।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button