ଓଡିଶା

ଚତୁରତା ର ସହ ଚୋରାଇନେଲେ ଦୁଇ ମୋବାଇଲ ଫୋନ :ସି ସି କ୍ୟାମେରା ରେ ରହିଗଲା ଛବି

ଟାଙ୍ଗୀ -ଚୌଦ୍ୱାର :ଆଜି ସକାଳୁ ଚୌଦ୍ୱାର ବିରାଟ ବଜାର ରେ ଥିବା ଶାନ୍ତି ମୋବାଇଲ ଷ୍ଟୋର ରୁ ଦୁଇଟି ମୋବାଇଲ ଚୋରି ହୋଇଥିବା ର ଜଣାପଡିଛି ।ଚୋର କୌଶଳ କ୍ରମେ ଦୁଇ ଟି ଦାମି ମୋବାଇଲ ଚୋରି କରି ଚମ୍ପଟ ମାରିଥିବା ର ଦୃଶ୍ୟଏବେ ମମ ଗ୍ଧଙ୍ଖ କ୍ୟାମେରା ରେ କଏଦ ହୋଇଛି ।ଦୋକାନ ରେ କାମକରୁଥିବା ପିଲା କହିବା ମୁତାବକ ପ୍ରଥମେ ଜଣେ ବ୍ୟକ୍ତିଦୋକାନ କୁ ଆସି ପ୍ରଥମେ ଇଅର କର୍ଡ କିଣି ସାରି ପରବର୍ତ୍ତୀ ସମୟରେ ବାହାରକୁ ଯାଇ ତା ସାଥୀକୁ ଡାକି ଦୋକାନ ଭିତରକୁ ଦୁହେଁ ଆସିଥିଲେ । ଦୁହେଁ ଉକ୍ତ ଦୋକାନୀପିଲା କୁ ଇଆଡୁ ସିଆଡୁ ପଚରା ପଚରି କରି ବ୍ୟତୀବ୍ୟସ୍ତ କରାଇ ଦୁଇଟା ଫୋନେ କୁ ବ୍ୟାଗ ରେ ନେଇ ଚମ୍ପଟ ମାରିଥିଲେ ।ପରେ ମଲିକ ଆସି ଥାକରେ ଦେଖନ୍ତି ଥାକ ଫାଙ୍କା ଥିବାର ସନ୍ଦେହ ହେବାରୁ ମମଗ୍ଧଙ୍ଖ ରୁ ଫୋନ ଚୋରି ହୋଇଥିବା ଜଣାପଡିଛି ।ଯାହାର ମୂଲ୍ୟ ଚାଳିଶି ହଜାର ଟଙ୍କା ହେବ ।ପରବର୍ତୀ ମୁହୂର୍ତ୍ତ ରେ ସନ୍ତୋଷ ଥାନାରେ ଏକ ଅଭିଯୋଗ କରିଥିଲେ ।ଅଭିଯୋଗ କୁ ଭିତ୍ତିକରି ଚୌଦ୍ୱାର ଥାନା ଭାରପ୍ରାପ୍ତ ଅଧିକାରୀ ବିରଞ୍ଚି ନାରାୟଣ ପତି ଖୁବଶୀଘ୍ର ଚୋରି କରିଥିବା ଚୋର କୁ ଧରାହେବ ବୋଲି ପ୍ରକାଶ କରିଛନ୍ତି ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button