ଓଡିଶା

ମେଡିକାଲ କର୍ମଚାରୀ ସଂଘର ପ୍ରଥମ କୋଭିଡ୍ ଯୋଦ୍ଧାଙ୍କ ସ୍ମୃତିଚାରଣ ସଭା

କଟକ, ୪/୯ : ଓଡିଶା ମେଡିକାଲ କର୍ମଚାରୀ ସଂଘର ପ୍ରଥମ କୋଭିଡ ଯୋଦ୍ଧା ନୃସିଂହ ଚରଣ ଦାସ(ଟିକନ)ଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଟିତ ହୋଇଯାଇଛି । ଏସସିବି ମେଡିକାଲର କର୍ମଚାରୀ କୋଭିଡ ମହାମାରୀ ତଥା କରୋନା କାଳର ସାହସୀ ଲଢୁଆ ସାଥୀ ସ୍ୱର୍ଗତ ଟିକନ ଭାଇଙ୍କର ପ୍ରଥମ କୋଭିଡ୍ ଯୋଦ୍ଧା ଭାବେ ମୃତ୍ୟୁ ଘଟିଥିଲା । ଓଡିଶା ମେଡିକାଲ କର୍ମଚାରୀ (କେନ୍ଦ୍ର)ସଂଘ ତରଫରୁ ସଂଘ ସଭାଗୃହରେ ଉପସଭାପତି ସାକିର ଖାଁ, ସାଂଗଠିନକ ସଂପାଦକ ବିଜୟ ନାୟକ, ଉପ ସାଧାରଣ ସଂପାଦକ ଶିବ ପ୍ରସାଦ ମହାନ୍ତି, ଯୁଗ୍ମ ସଂପାଦକ ନରେନ୍ଦ୍ର ଟୋପାକଙ୍କ ସମେତ ସଂଘର ବହୁ ସଭ୍ୟ ପ୍ରିୟ ଟିକନ ଭାଇଙ୍କ ଦ୍ୱିତୀୟ ଶ୍ରାଦ୍ଧ ଦିବସରେ ତାଙ୍କର ସେବା ଓ ସାହସିକତା ଉପରେ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ସ୍ୱର୍ଗତ କୋଭିଡ ଯୋଦ୍ଧା ଟିକନ ଭାଇଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇ ପ୍ରାର୍ଥନା କରାଯାଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button