ସ୍ୱାସ୍ଥ୍ୟ

ହଳଦି ଦ୍ଵାରା ନିଜ ଇମ୍ୟୁନିଟି ସିଷ୍ଟମ ବଢାନ୍ତୁ ଓ କରୋନା ଠାରୁ ବଞ୍ଚିକି ରୁହନ୍ତୁ- ଜାଣନ୍ତୁ ହଳଦୀ ଖାଇବାର ଫାଇଦା

ଏବେ ପୁରା ସଂସାର ଖତର୍ନାକ କରୋନା ଭାଇରସ ଦ୍ଵାରା ପ୍ରଭାବିତ ଅଛି, ଇମ୍ୟୁନିଟି ସିଷ୍ଟମ ସବୁ ପ୍ରକାର ବ୍ୟାକ୍ଟେରିଆ ବା ଭାଇରସ ଠାରୁ ଆମ ଶରୀରକୁ ରକ୍ଷା କରିଥାଏ, ଯାହା ଦ୍ଵାରା ମଣିଷ ରୋଗ ରେ ପଡି ନଥାଏ ବା କମ ରୋଗ ରେ ପଡିଥାଏ । ଇମ୍ୟୁନିଟି ସିଷ୍ଟମ ଖରାପ ହବାରୁ ମଣିଷ ଏହି ଭଳି କରୋନା ଭାଇରସ ଓ ଅନ୍ୟ ମହାମାରୀ ରୋଗ ସମ୍ପର୍କ ରେ ଜଲ୍ଦି ପଡିଥାଏ । ନିଜ ଇମ୍ୟୁନିଟି ସିଷ୍ଟମ ମଜବୁତ କରିବା ପାଇଁ ଆମକୁ ଭାରତ ପ୍ରାଚୀନ ପ୍ରଣାଳୀ ଉପରେ ଧ୍ୟାନ ଦବା ଉଚିତ ଅଟେ, ଏମିତିରେ ହଳଦୀ ଠାରୁ ଅଧିକ ଲାଭଦାୟ ଜିନିଷ କିଛି ନୁହେଁ ।

Image Courtesy: Google

ହଳଦୀ ରେ କରକ୍ୟୁମିନ ନାମକ ଗୋଟେ ତତ୍ଵ ମିଳିଥାଏ, ଯାହା ଦ୍ଵାରା ହଳଦୀ ଏଂଟୀ-ଇଂଫ୍ଲେମେଟରୀ, ଏଂଟୀସେପ୍ଟିକ ଓ ଏଂଟୀ-ବୈକ୍ଟୀରିୟଲ ଗୁଣ ରେ ସମୃଦ୍ଧ ଅଟେ, ହଳଦୀ ଏହି ଗୁଣର ଲାଭ ପାଇବା ପାଇଁ ରୋଷେଇ କଲା ବେଳେ ଖାଦ୍ୟରେ ଓ ରାତିରେ ଶୋଇବା ଆଗରୁ ଖିରରେ ଅଳ୍ପ ପକେଇ ସେବନ କରିବା ଆବଶ୍ୟକ ବୋଲି କୁହା ଯାଉଛି । ହଳଦିରେ ଥିବା କରକ୍ୟୁମୀନ ଦ୍ଵାରା ଆମ ଇମ୍ୟୁନିଟି ସିଷ୍ଟମ ମଜବୁତ ହୋଇଥାଏ, ଯାହା ଫଳରେ ସାମାନ୍ୟ ଭାଇରସ ବା ଛୋଟ ମୋଟ ରୋଗ ଆମ ଶରୀରକୁ ହାନି କରି ପାରନ୍ତି ନାହିଁ ।

Image Courtesy: Google

ଆସଥ୍ମା ସମସ୍ୟା ବାସ୍ତବ ରେ ଇମ୍ୟୁନିଟି ସିଷ୍ଟମ ଅତିସଂବେଦନଶୀଳ ରିୟାକ୍ସନ ଉତ୍ପନ କରିଥାଏ, କରକ୍ୟୁମୀନ ଏହି ପ୍ରତିକ୍ରିୟାରେ ସମାନ୍ତା ବସେଇ ଥାଏ ଯାହା ଦ୍ଵାରା ଆସଥ୍ମା ରୋଗୀଙ୍କୁ ଆରାମ ମିଳିଥାଏ । ହଳଦିରେ ମୁଖ୍ୟ ଭାବରେ କରକ୍ୟୁମୀନ ଥାଏ ଯାହା ଆମ ଇମ୍ୟୁନିଟି ସିଷ୍ଟମକୁ ଶକ୍ତି ଦେଇଥାଏ, ଏହା ଗଛ ଦ୍ଵାରା ଉତ୍ପନ ଗୋଟେ ରାସାୟନିକ ୟୋଗିକ ଅଟେ, ଏଥିରେ ଚିକିତ୍ସା ସମ୍ବନ୍ଧିତ ବହୁତ ଗୁଣ ହୋଇଥାଏ ।

Image Courtesy: Google

ହଳଦୀ ଦ୍ଵାରା ଥଣ୍ଡା, କାସ, ଶ୍ଵାସ ସମ୍ବନ୍ଧିତ ରୋଗ ସଂକ୍ରମଣ ବା ଏହା ସମ୍ବନ୍ଧିତ ରୋଗ ବା ଭାଇରଲ ଜର ଓ କେତେକ ଅନ୍ୟ ସମସ୍ୟାରୁ ମଧ୍ୟ ଆରାମ ଦେଇଥାଏ । ହଳଦୀ ଦ୍ଵାରା ସ୍ୱାସ୍ଥ୍ୟ ଭଲ ରହିଥାଏ ଓ ସଠିକ ମାତ୍ରା ରେ ହଳଦି ସେବନ କଲେ ଆପଣଙ୍କ ଇମ୍ୟୁନିଟି ସିଷ୍ଟମ ଭଲ କରିଥାଏ । ତେବେ ଆଜି ଠାରୁ ହଳଦି ସେବନ କରିବା ଆରମ୍ଭ କରନ୍ତୁ ଯାହା ଫଳରେ ଆପଣଙ୍କ ଇମ୍ୟୁନିଟି ସିଷ୍ଟମ ଭଲ ରହିବ ଓ ଆପଣଙ୍କୁ କୌଣସି ପ୍ରକାର ଭାଇରଲ ରୋଗ ହବାରୁ ଅଟକେଇ ପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button