କଟକ, ୪/୯ ଜଗତଜନନୀ ମା’ ରାଧାରାଣୀଙ୍କ ଜନ୍ମ ଉତ୍ସବ ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରେ ଆଶ୍ରମର ମୁଖ୍ୟ ବାବାଜୀ ଦାମୋଦର ଦାସଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି । ପ୍ରତ୍ୟୁଷରୁ ଅବକାଶ ପାଠ, ବିଶ୍ୱଶାନ୍ତି ପ୍ରାର୍ଥନା ପରେ ମା’ଙ୍କ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା । ସକାଳ ୬ଟାରୁ ମହାମନ୍ତ୍ର ‘ଓଁ ରାଧେ ଶ୍ରୀ ରାଧେ ଜୟ ଜୟ ରାଧେ’ ନାମରେ ଅଖଣ୍ଡ ନାମ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା । କ୍ଷେତ୍ରାଧୀଶ ଶ୍ରୀକୃଷ୍ଣ ନାଟ ମନ୍ଦିରରେ ସନ୍ଧ୍ୟା ପୂଜା ପରେ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଲିଖିତ ମଧୁ ଭାଗବତର ୫ମ ଅଧ୍ୟାୟ ପଠନ ପରେ ଭକ୍ତମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଶ୍ରୀ ରାଧାରାଣୀଙ୍କ ବାତ୍ସଲ୍ୟ ଗୀତ, ଆବାହନ ଗୀତଗୁଡିକୁ ବାବାଜୀ ବିବେକାନନ୍ଦ ଦାସ, ପୂର୍ଣ୍ଣାନନ୍ଦ ଦାସ, ସେବିକା ସବିତା ଦାସ, ସୁଶ୍ରୀ ଶକୁନ୍ତଳା ଦାଶ, ରଂଜୁକ୍ତା ବାରିକ, ପ୍ୟାରୀମୋହନ ସାହୁ, ରାଜୁକିଶୋର ସାହୁ, ସୁକାନ୍ତ ଖଟୋଇ, ରାଧାରାଣୀ ସେନାପତି, ସବିତା ସେନାପତି, ବାସନ୍ତୀ ସେନାପତି ପ୍ରମୁଖ ଗାନ କରିଥିଲେ । ଏହି ଉତ୍ସବ ଦେଖିବା ଲାଗି ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଓ ଭକ୍ତମାନେ ଯୋଗଦେଇଥିବା ସେବକ ପ୍ରୀତିରଂଜନ ଦାସ ସୂଚନା ଦେଇଛନ୍ତି ।