ନୂଆବର୍ଷ ୨୦୨୪ ରେ ପଡ଼ିବ ଗଜକେଶରୀ ଯୋଗ । ଛଅଟି ରାଶିର ଭାଗ୍ୟରେ ବଢ଼ି ଚାଲିବ ଟଙ୍କା ପଇସା ।

ନୂଆବର୍ଷ ୨୦୨୪ ଆରମ୍ଭ ହେବାକୁ ଯାଉଛି । ଏହି ନୂଆ ବର୍ଷରେ ଛଅଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି ଏବଂ ଏମାନଙ୍କ ଜୀବନରେ ସବୁ ଦୁଃଖ କଷ୍ଟ ଦୂର ହେବାକୁ ଯାଉଛି । ପୁଣି ବୃହସ୍ପତିଙ୍କ ଚଳନ କାରଣରୁ ରାଶି ମାନଙ୍କ ଉପରେ ବିଶେଷ ପ୍ରଭାବ ପଡ଼ିବାକୁ ଯାଉଛି ଏବଂ ମାତା ଲକ୍ଷ୍ମୀଙ୍କ ଅଶେଷ କୃପା ମଧ୍ୟ ପଡ଼ିବାକୁ ଯାଉଛି ।
୧ . ମେଷ ରାଶି:-
ବୃହସ୍ପତିଙ୍କ ଚଳନ କାରଣରୁ ଏହି ରାଶିର ଜାତକରେ ଗଜକେଶରୀ ରାଜଯୋଗ ସୃଷ୍ଟି ହେବ । ଏମାନଙ୍କ ଭାଗ୍ୟରେ ଶୁଭ ଫଳ ରହିବ ଏବଂ ଚାକିରୀରେ ପଦୋନ୍ନତି ରହିବ । ରୋଜଗାରରେ ଉନ୍ନତି ସହିତ ପରିବାରରେ ସୁଖ ସମୃଦ୍ଧି ଆସିବ । ବ୍ୟବସାୟ ଏବଂ ଚାକିରୀ କ୍ଷେତ୍ରରେ ଅଧିକ ଅଗ୍ରଗତି ହେବ । ପ୍ରେମୀ ଯୁଗଳ ପ୍ରେମ ସମ୍ପର୍କରେ ସଫଳତା ପାଇବେ । ବୈବାହିକ ଜୀବନ ସୁଖମୟ ରହିବା ସହିତ ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ରହିବ ।
୨ . ବୃଷ ରାଶି:-
୨୦୨୪ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଖାସ ହେବାକୁ ଯାଉଛି । ନୂଆବର୍ଷ ଆରମ୍ଭ ସହିତ ସମୟ ଭଲ ରହିବ , ଆୟ ବଢ଼ିବ ଏବଂ ସମସ୍ୟା ସବୁ ଦୂର ହେବ । କଠିନ ପରିଶ୍ରମର ଫଳ ଆପଣଙ୍କୁ ପ୍ରାପ୍ତ ହେବ । ନୂଆବର୍ଷରେ ଭାଗ୍ୟ ଆପଣଙ୍କ ସାଥ ଦେବ । ଅନେକ ଚ୍ୟାଲେଞ୍ଜ ଥିବା ସତ୍ତ୍ୱେବି ଟଙ୍କା ସଞ୍ଚୟ କରିବାରେ ସକ୍ଷମ ହେବେ । ଛାତ୍ରଛାତ୍ରୀ , ଚାକିରୀ କରୁଥିବା ବ୍ୟକ୍ତି ଏବଂ ବ୍ୟବସାୟୀଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ରହିବ । ବୈବାହିକ ଜୀବନରେ ଥିବା ସମସ୍ୟା ଦୂର ହେବ ।
୩ . ତୁଳା ରାଶି:-
ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ମଧ୍ୟ ଲାଭ ଆସିବାକୁ ଯାଉଛି । ପୁରୁଣା ବିନିଯୋଗରୁ ବର୍ତ୍ତମାନ ଲାଭ ପ୍ରାପ୍ତ ହେବ । ଚାକିରୀ କରୁଥିବା ବ୍ୟକ୍ତିଙ୍କର ପଦୋନ୍ନତି ହେବ । ବ୍ୟବସାୟୀ ମାନେ ଅଧିକରୁ ଅଧିକ ଲାଭ ପାଇବେ । ଦାମ୍ପତ୍ୟ ଜୀବନ ମଙ୍ଗଳମୟ ହେବ । ପାରିବାରିକ ସମ୍ପର୍କରେ ମଧୁରତା ଆସିବ । କୌଣସି ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । ଆର୍ଥିକ କ୍ଷେତ୍ରରେ ଥିବା ସମସ୍ୟାର ସମାପ୍ତ ହେବ । ଆକସ୍ମିକ ଧନ ଲାଭର ଯୋଗ ରହିଛି । କୋର୍ଟ କଚେରୀ ମାମଲାରେ ବିଜୟ ସହିତ ଛାତ୍ର ଛାତ୍ରୀ ମାନେ ମଧ୍ୟ ନିଜ ଉଦ୍ୟମରେ ସଫଳ ହେବେ ।
୪ . ବିଛା ରାଶି:-
ଏହି ରାଶିର ସ୍ୱାମୀ ମଙ୍ଗଳ ତେଣୁ ମଙ୍ଗଳର ଆଶୀର୍ବାଦ ଅନୁଯାୟୀ ନୂତନ ବର୍ଷରେ କ୍ୟାରିଅରରେ ଲାଭ ମିଳିବାକୁ ଯାଉଛି । ଏହାବ୍ୟତୀତ ବ୍ୟବସାୟରେ ମଧ୍ୟ ବଡ଼ ଲାଭ ହେବାକୁ ଯାଉଛି । ଚାକିରୀ ଏବଂ ବ୍ୟବସାୟରେ ବଡ଼ ଲାଭ କରିବାକୁ ଯାଉଛନ୍ତି । ଗୃହରେ ସୁଖ ସମୃଦ୍ଧି ରହିବ । ନୂଆବର୍ଷ ଆରମ୍ଭରୁ ସୁଖର ଦିନ ଆରମ୍ଭ ହୋଇଯିବ ଏବଂ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ହେବ । କୌଣସି ପ୍ରକାରର ଦାରିଦ୍ର୍ୟତା ଆପଣଙ୍କ ପାଖ ମାଡ଼ିବ ନାହିଁ ।
୫ . କୁମ୍ଭ ରାଶି:-
୨୦୨୪ ନୂଆବର୍ଷରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କର ଭାଗ୍ୟ ଉଦୟ ହେବାକୁ ଯାଉଛି । ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ଆହୁରି ଅଧିକ ମଜବୁତ ହେବ । ପୂର୍ବରୁ ଚାଲିଥିବା କୌଣସି ପୁରୁଣା ସମସ୍ୟା ସମାପ୍ତ ହେବ । ଜୀବନରେ ଅପାର ଧନ ସୁଖ ସମୃଦ୍ଧିର ଆଗମନ ହେବ । ପ୍ରେମ ଜୀବନ ମଧ୍ୟ ଭଲ ରହିବ । ଅଟକି ରହିଥିବା ଟଙ୍କା ମିଳିବା ସହିତ ଚାକିରୀରେ ମଧ୍ୟ ଅଗ୍ରଗତି କରିବେ । ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିଙ୍କୁ ସଫଳତା ମିଳିବ ।
୬ . ମୀନ ରାଶି:-
ଏହି ରାଶିର ବ୍ୟକ୍ତି କୌଣସି ନୂଆ ବ୍ୟବସାୟ ଆରମ୍ଭ କରିଥିଲେ ବଡ଼ ଲାଭ ହେବାକୁ ଯାଉଛି । ଏହି ବର୍ଷ ବିଶେଷ କରି ବ୍ୟବସାୟୀଙ୍କ ପାଇଁ ଅଧିକ ଲାଭଦାୟକ ରହିବ । ସେମାନେ କୌଣସିବି ବ୍ୟବସାୟ କଲେ ସେଥିରେ ନିଶ୍ଚୟ ସଫଳ ହେବେ । ଶନିଦେବ ଏହି ରାଶିର ବ୍ୟକ୍ତିଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଶୁଭ ଫଳ ପ୍ରଦାନ କରିବେ । କ୍ୟାରିଅରରେ ଆପଣଙ୍କୁ ଅତୁଳନୀୟ ସଫଳତା ମିଳିବାକୁ ଯାଉଛି । ବିଦେଶରୁ ଚାକିରୀର ଅଫର ମଧ୍ୟ ମିଳିପାରେ ।