ଦେଶ ବିଦେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ ବିଶ୍ୱ ଅର୍ଥନୀତିକୁ ନୂଆ ଦିଗ ଦେଖାଇବ ଭାରତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ୱଅର୍ଥନୀତି ଏବଂ ଭାରତ ସମ୍ପର୍କରେ ନୂଆ ଟିପ୍ପଣୀ ଦେଇଛନ୍ତି।ବଜେଟ ପରେ ଆଜି ଅନୁଷ୍ଠିତ ପୋଷ୍ଟ ବଜେଟ ୱେବିନାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମ୍ବୋଧିତ କରିଛନ୍ତି। ଆଜି ଭାରତକୁ ବିଶ୍ୱ ଅର୍ଥନୀତିର ଉଜ୍ଜ୍ୱଳ ତାରକା ଏହ ସହିତ ଭାରତ ବିଶ୍ୱ ଅର୍ଥିନୀତିକୁ ନୂଆ ଦିଗ ଦେଖାଇବ ବୋଲି କୁହାଯାଉଛି ଏବଂ ଦେଶ ମଧ୍ୟ ଜି-୨୦ ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରୁଛି। ୨୦୨୧-୨୨ ବର୍ଷରେ ଭାରତ ଏପର୍ଯ୍ୟନ୍ତ ସର୍ବାଧିକ ଏଫଡିଆଇ ପାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ମଧ୍ୟ କହିଛନ୍ତି ଯେ, ରୁପେ ଏବଂ ୟୁପିଆଇ କେବଳ କମ୍‌ ମୂଲ୍ୟ ଏବଂ ଅତ୍ୟଧିକ ସୁରକ୍ଷିତ ପ୍ରଯୁକ୍ତିବିଦ୍ୟା ନୁହେଁ, ଏହା ବିଶ୍ୱରେ ଆମର ପରିଚୟ। ଭାରତ ଅର୍ଥନୈତିକ ଅନୁଶାସନ, ପାରଦର୍ଶିତା ଏବଂ ସମୂହ ଆଭିମୁଖ୍ୟ ଆଡ଼କୁ ଗତି କରୁଛି। ତେଣୁ ଆମେ ମଧ୍ୟ ଏକ ବଡ଼ ପରିବର୍ତ୍ତନ ଦେଖୁଛୁ। ବିଭିନ୍ନ ଭୌଗୋଳିକ ଏବଂ ଅର୍ଥନୈତିକ କ୍ଷେତ୍ରର ଅଗ୍ରଗତି ପାଇଁ କାର୍ଯ୍ୟ କରୁଥିବା ଘରୋଇ କ୍ଷେତ୍ରକୁ ମଧ୍ୟ ଆମକୁ ସର୍ବାଧିକ ସହାୟତା ଦେବାକୁ ପଡିବ। ଏକଦା ଭାରତରେ ଟ୍ୟାକ୍ସ ହାର କେତେ ଅଧିକ ତାହା ସବୁଠି ଆଲୋଚନା ହେଉଥିଲା, କିନ୍ତୁ ଆଜି ଭାରତରେ ପରିସ୍ଥିତି ସମ୍ପୂର୍ଣ୍ଣ ଅଲଗା।
ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସମ୍ପର୍କରେ ମୋଦି କହିଛନ୍ତି, ଆଜିର ସମୟର ଆବଶ୍ୟକତା ହେଉଛି ଯେ ଭାରତର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଆସିଥିବା ମଜଭୁତିର ଲାଭ ଯଥାସମ୍ଭବ ଲୋକଙ୍କ ନିକଟରେ ପହଞ୍ଚିବା ଉଚିତ।ପ୍ରଧାନମନ୍ତ୍ରୀଙ୍କର ଏହି ଅଭିବ୍ୟକ୍ତି ସମୂହ ଭାରତକୁ ଉତ୍ସାହିତ କରିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button