ଧର୍ମ

ଗଙ୍ଗାଜଳ ଘରେ ରଖିବାର ସଠିକ ସ୍ଥାନ ? ଜାଣନ୍ତୁ ଏବଂ ପୁଣ୍ୟ ଲାଭ ପ୍ରାପ୍ତି କରନ୍ତୁ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ।ଗଙ୍ଗାଜଳକୁ ସନାତନ ଧର୍ମରେ ଅତ୍ୟନ୍ତ ପବିତ୍ର ମାନା ଯାଇଛି। ଘରେ ଗଙ୍ଗାଜଳ ରଖିବା ଦ୍ଵାରା ସୁଖଶାନ୍ତି ଓ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କି, ବାସ୍ତୁ ଶାସ୍ତ୍ରରେ ଗଙ୍ଗାଜଳ ରଖିବାର କିଛି ଖାସ ନିୟମ ରହିଛି ଯାହାକୁ ଆମେ ପାଳନ କରିବା ନିହାତି ଆବଶ୍ୟକ।

ସନାତନ ଧର୍ମରେ ଗଙ୍ଗଜଳକୁ ଜୀବିତ ଦେବୀ ଭାବରେ ବିବେଚନା କରାଯାଇଛି। ଯେଉଁ ନଦୀ କୋଟି କୋଟି ଲୋକଙ୍କୁ ମିଠା ପାଣି ଦ୍ଵାରା ଜୀବନରେ ସକାରାତ୍ମକ ମାର୍ଗ ଦେଖାଇଥାଏ। ଘରେ ଗଙ୍ଗାଜଳ ରଖିବା ଦ୍ଵାରା ଶୁଭ ହୋଇଥାଏ ଏବଂ ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟ ଓ ସଂସ୍କାର ଗୁଡିକରେ ଗଙ୍ଗାଜଳ ବ୍ୟବହାର ସୁନିଶ୍ଚିତ ହୋଇଥାଏ। କଣ ଆପଣ ଜାଣିଛନ୍ତି କି, ଗଙ୍ଗାଜଳକୁ ଘରର କେଉଁ ସ୍ଥାନରେ ରଖିଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଆଜି ଆମେ ଆପଣଙ୍କୁ ଗଙ୍ଗାଜଳକୁ ନେଇ କିଛି ଖାସ ନିୟମ ଗୁଡିକ ବିଷୟରେ କହିବାକୁ ଯାଉଛୁ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଘରେ ଗଙ୍ଗାଜଳକୁ ରଖିବାର ନିୟମ :-

କାଚ ବୋତଲରେ ରଖିବା ସର୍ବୋତ୍ତମ ହୋଇଥାଏ :-

ବାସ୍ତୁ ଶାସ୍ତ୍ର ଅନୁସାରେ ଗଙ୍ଗାଜଳକୁ କାଚ ବୋତଲରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାକୁ ଯଦି ସୋନା ପ୍ଲାଷ୍ଟିକ ବୋତଲରେ ରଖୁଛନ୍ତି, ତାହେଲେ ଧ୍ୟାନ ରଖନ୍ତୁ କି ଏହି ପ୍ଲାଷ୍ଟିକ ବୋତଲ ପୁନଃ ପ୍ରୟୋଗ ହୋଇ ନଥିବା ଆବଶ୍ୟକ। ଯଦି ଆପଣ ଗଙ୍ଗାଜଳକୁ ଲୋଟାରେ ରଖିବାକୁ ଚାହୁଁଛନ୍ତି, ତାହେଲେ ତମ୍ବା, ପିତ୍ତଳ, ରୂପାର ଲୋଟାରେ ରଖିବା ଆବଶ୍ୟକ।

ପୂଜା ଘରେ ରଖନ୍ତୁ :-

ଗଙ୍ଗାଜଳକୁ ଠାକୁର ଘରେ ରଖିବାର ବିଧି ରହିଛି। ଗଙ୍ଗାଜଳକୁ ସ୍ନାନ ନକରି ସ୍ପର୍ଶ କରିବା ଉଚିତ ନୁହେଁ। ନଚେତ ଗଙ୍ଗାଜଳ ଅପବିତ୍ର ହୋଇ ଯାଇଥାଏ। ଯାହାଫଳରେ ଗଙ୍ଗାଜଳ ସିଞ୍ଚନ କରିବା ପରେ ମଧ୍ୟ କୌଣସି ଶୁଭ ଫଳ ପ୍ରାପ୍ତି ହୋଇଥାଏ ନାହିଁ।

ଆଖପାଖ ସ୍ଥାନକୁ ରଖନ୍ତୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ :-

ଘରେ ଆପଣ ଯେଉଁ ସ୍ଥାନରେ ଗଙ୍ଗାଜଳ ରଖୁଛନ୍ତି, ସେହି ସ୍ଥାନକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିବା ଆବଶ୍ୟକ। କାରଣ ପରିଷ୍କାର ପରିଚ୍ଛନ୍ନ ସ୍ଥାନରେ ଦେବୀ ଓ ଦେବତା ମାନେ ବାସ କରିଥାନ୍ତି। ତେଣୁ ଘର ଦୁଆର ସର୍ବଦା ସଫାସୁତୁରା ରଖିବା ଉଚିତ।

ପ୍ରାକୃତିକ ବ୍ୟବସ୍ଥା :-

ଯେଉଁ ସ୍ଥାନରେ ଗଙ୍ଗାଜଳ ରଖୁଛନ୍ତି, ସେଠାରେ କେବେବି ଆମିଷ ଆଦି ରହିବା ଉଚିତ ନୁହେଁ। ନଚେତ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ଏବଂ ଗଙ୍ଗଜଳର ଶୁଭ ପ୍ରଭାବ ନଷ୍ଟ ହୋଇ ଯାଇଥାଏ। ଯେଉଁଠାରେ ସୂର୍ଯ୍ୟ ଆଲୋକ ପଡୁଛି ସେହି ସ୍ଥାନରେ ଗଙ୍ଗାଜଳ ରଖନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button