ଧର୍ମ

ମହୁମାଛିଙ୍କ ଛତା ଭାଙ୍ଗିବା ଦ୍ବାରା ମିଳିଥାଏ ଏହି ଜବରଦସ୍ତ ଫାଇଦା, ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଶାସ୍ତ୍ରରେ ମହୁମାଛି ମଧ୍ୟରେ ଦିବ୍ୟ ଶକ୍ତି ରହିଛି ବୋଲି ମାନ୍ୟତା ରହିଛି। ହିନ୍ଦୁ ପୁରାଣ ଅନୁସାରେ ମନସ୍କାମନା ପୂରଣ କରିବା ପାଇଁ ମହୁମାଛି ଛତା ବ୍ୟବହାର କରାଯାଇଥାଏ। ଯଦି ଆପଣଙ୍କ ଜୀବନରେ ଅଧିକ ଧନ ସମସ୍ୟା ରହୁଛି କିମ୍ବା ଶତ୍ରୁ ଆପଣଙ୍କୁ ବହୁତ ହଇରାଣ କରୁଛନ୍ତି, ତାହେଲେ ଆପଣ ଭୟ କରନ୍ତୁ ନାହିଁ। କାରଣ ମହୁମାଛିର ଛତାକୁ ନେଇ ଆପଣ ଏହିସବୁ ସମସ୍ୟାରୁ ମୁକ୍ତି ପାଇ ପାରିବେ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଯଦି ଆପଣ ମହୁମାଛି ଛତାକୁ ସଠିକ ଉପାୟରେ ପ୍ରୟୋଗ କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଜୀବନରେ ଯେତେ ସମସ୍ୟା ଆସିଲେ ମଧ୍ୟ ଏହି ଉପାୟ କରି ଆପଣ ସବୁ ସମସ୍ୟାରୁ ମୁକ୍ତି ପାଇ ପାରିବେ। ଆଜି ଆମେ ଆପଣ ମାନଙ୍କୁ ମହୁମାଛି ଛତା ବିଷୟରେ ବହୁତ ସୂଚନା ଦେବାକୁ ଯାଉଛୁ। ହିନ୍ଦୁ ପୁରାଣ ଅନୁସାରେ ମହୁମାଛି ଛତାରେ ଦେବୀ ଦୁର୍ଗାଙ୍କର ବାସ ହୋଇଥାଏ। ଲକ୍ଷ ଲକ୍ଷ ମହୁମାଛି କଠିନ ପରିଶ୍ରମ କରି ଫୁଲରୁ ମହୁ ସଂଗ୍ରହ କରି ଥାଆନ୍ତି।

ପ୍ରାୟତଃ ମହୁମାଛି ଜଙ୍ଗଲ ବା କୌଣସି ଗଛର ଡାଳରେ ବସା ବାନ୍ଧିଥାନ୍ତି। ଶାସ୍ତ୍ରରେ କୁହାଯାଇଛି କି, ଯଦି ଘରର ଛାତ ଉପରେ ମହୁମାଛି ବସା ଦେଇଥାନ୍ତି, ତାହେଲେ ଆପଣଙ୍କ ଘରେ ନକାରାତ୍ମକ ଶକ୍ତିର ପ୍ରବେଶ ହେଉଛି ବୋଲି ସଂକେତ ମିଳିଥାଏ। ଯଦି ଆପଣଙ୍କ ବ୍ୟବସାୟରେ କ୍ଷତି ହେଉଛି ଏବଂ ଆପଣଙ୍କ ମନ ସର୍ବଦା ଦୁଃଖକଷ୍ଟରେ ଭରି ରହୁଚି ତାହେଲେ ଆପଣ ମହୁମାଛି ବସାକୁ ନେଇ ଉପାୟ କରି ପାରିବେ। ଏହି ଉପାୟ କରିବା ପରେ ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ। ଉପାୟ ହେଉଛି ଆପଣ ଅଳ୍ପ ମହୁ ଆଣନ୍ତୁ ଏବଂ ଗୋଟେ ଅଶ୍ୱତ୍ଥ ଗଛର ପତ୍ର ନିଅନ୍ତୁ। ଏହି ପତ୍ରରେ ଅଳ୍ପ ମହୁ ନେଇ କୌଣସି ନଦୀରେ ପ୍ରବାହିତ କରି ଦିଅନ୍ତୁ।

ନଦୀରେ ପ୍ରବାହିତ କରିବା ସମୟରେ ନିଜର ମନସ୍କାମନା କୁହନ୍ତୁ। ଦେଖିବେ ଆପଣଙ୍କର ଅଭିଳାଷା ନିଶ୍ଚିତ ଭାବରେ ପୂରଣ ହୋଇଯିବ। ଆୟୁର୍ବେଦ ଶାସ୍ତ୍ରରେ ମହୁକୁ ବହୁତ ଉତ୍ତମ ମାନା ଯାଇଛି। ଆପଣ ମହୁମାଛି ଛତାରୁ ଗୋଟେ ଖଣ୍ଡ ଭାଙ୍ଗି ଆଣନ୍ତୁ ଏବଂ ଏହାକୁ ଗୋଟେ ଲାଲ କପଡ଼ାରେ ବାନ୍ଧି ଦିଅନ୍ତୁ। ତାପରେ ଏହାକୁ ନିଜ ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଦେଖିବେ ଆପଣଙ୍କ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯିବ। ଏହାସହିତ ଘରର ସମସ୍ତ ଆର୍ଥିକ ସଙ୍କଟ ଦୂର ହୋଇଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button