ଓଡିଶା

ସିଡିଆଇଏଟିଏ ପକ୍ଷରୁ ୧୧ରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ

କଟକ, ୪/୯: ଶିକ୍ଷକ କର୍ମଚାରୀମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ପୋଷଣ ବିରୋଧରେ ଆସନ୍ତା ୧୧ ତାରିଖରେ ବିଧାନସଭା ସମ୍ମୁଖରେ କଟକ ଜିଲ୍ଲା ପ୍ରାରମ୍ଭିକ ନିଯୁକ୍ତ ଶିକ୍ଷକ ସଂଘ(ସିଡିଆଇଏଟିଏ) ପକ୍ଷରୁ ବିକ୍ଷୋଭ ପ୍ରତିବାଦ ସଭା ଅନୁଷ୍ଠିିତ ହେବ । ଏନେଇ ଆଜି ସଂଘ ପକ୍ଷରୁ ଜଗତପୁର ନିମପୁର ହାଇସ୍କୁଲରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସଂଘର ସାଲେପୁର ବ୍ଲକ ସଂଯୋଜିକା ଜ୍ୟୋତିର୍ମୟୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଉପଦେଷ୍ଟା ଶୁଭ୍ରଜିତ ପ୍ରତିହାରୀ, ଶୁଭ ସୁନ୍ଦର ପଣ୍ଡା, ବିଭୁଦ ବେହେରା, କଟକ ଜିଲ୍ଲା ସଭାପତି ଚନ୍ଦ୍ରକାନ୍ତ ଜେନା, ସଂପାଦକ ସୈାଭାଗ୍ୟ ରଂଜନ ପାତ୍ର, ଦେବରାଜ ସାହୁ, ବବିତା ପ୍ରିୟଦର୍ଶିନୀ, ନମ୍ରତା ମିଶ୍ରଙ୍କ ସମେତ ଟାଙ୍ଗି ଓ ସାଲେପୁର ବ୍ଲକର ବହୁ ସଦସ୍ୟ ଯୋଗଦେଇ ଶିକ୍ଷକମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ପୋଷଣକୁ ତୀବ୍ର ସମାଲୋଚନା କରିବା ସହ ଚୁକ୍ତିଭିି ଶିକ୍ଷକ ଭଳି ଏକ ଘୃଣ୍ୟ ପ୍ରଥାକୁ ଉଚ୍ଛେଦ, ନୂତନ ପେନସନ ଯୋଜନା ପ୍ରତ୍ୟାହାର, ପୁରୁଣା ପେନସନ ଯୋଜନାର କାର୍ଯ୍ୟକାରିତା, ୬ ବର୍ଷର ଚୁକ୍ତି ଅବଧିକୁ ଚାକିରି କାଳରେ ମିଶାଇବା ଆଦି ଦାବି ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଟାଙ୍ଗି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଭାବେ ଜ୍ଞାନରଂଜନ କର, ସଂପାଦକ ସୁବ୍ରତ ଦାସ, ସାଲେପୁର ବ୍ଲକ ସଂପାଦକ ଭାବେ ଶୁଭ୍ରାଂଶୁ ମାହାଳିଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button