ବିଚାର

ଅଣ୍ଡା ହାତରୁ ଖସି ଭାଙ୍ଗି ଗଲେ ଘରକୁ କେଉଁ ବିପଦ ମାଡି ଆସିଥାଏ? ଜାଣନ୍ତୁ ଆଜିର ଅନୁଚିନ୍ତା!

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଗ୍ରନ୍ଥରେ ଅନେକ ତଥ୍ୟ ବିଷୟରେ ବର୍ଣ୍ଣିତ ରହିଛି। ଏଥିରେ ମନୁଷ୍ୟର ଜୀବନକୁ ସହଜ ଓ ସରଳ କରିବା ପାଇଁ ଅନେକ ଉପଦେଶ ଦିଆଯାଇଛି। ତେଣୁ ମନୁଷ୍ୟ ଏହି ଉପଦେଶକୁ ନିଜ ଜୀବନରେ ପ୍ରୟୋଗ କରି ସୁଖରେ ଜୀବନ ଅତିବାହିତ କରି ପାରିବ। ଆଜି ଆମେ ଆପଣ ମାନଙ୍କୁ ଦୈନନ୍ଦିନ କାର୍ଯ୍ୟଶୈଳୀ ଉପରେ କିଛି ଖାସ ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ତେବେ ଆଜିର ପ୍ରଥମ ଅନୁଚିନ୍ତାଟି ହେଉଛି – କେବେବି ନିଜ ଘରର ମୁଖ୍ୟ ଦୁଆର ମୁହଁ ସାମ୍ନାରେ ଛିଣ୍ଡା ଚପଲ ରଖିବା ଉଚିତ୍ ନୁହେଁ କିମ୍ବା ଛିଣ୍ଡାଥିବା ଚପଲ କଦାପି ବ୍ୟବହାର କରିବା ଉଚିତ ନୁହେଁ। ଏହା ଅତ୍ୟନ୍ତ ଅମଙ୍ଗଳକାରୀ ହୋଇଥାଏ। ଅର୍ଥାତ୍ ଛିଡି ଯାଇଥିବା ଚପଲ ବ୍ୟବହାର କରିବା ଦ୍ଵାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି ଏବଂ ବ୍ୟକ୍ତିକୁ ଆର୍ଥିକ ଅଭାବର ସମ୍ମୁଖୀନ ହେବାକୁ ପଡିଥାଏ।

ଘରର ଛାତ ଉପରେ କେବେବି ଅଦରକାରୀ ଜିନିଷ ରଖିବା ଉଚିତ ନୁହେଁ ଅର୍ଥାତ୍ ଘରର ଛାତରେ କେବେବି ଅଳିଆ ଆବର୍ଜନା ଆଦି ପକାଇ ରଖିବା ଦ୍ଵାରା ଘର ଉପରକୁ ଘୋର ବିପତ୍ତି ମାଡି ଆସିଥାଏ। ଏହାସହିତ ପିତୃଦୋଷ ଲାଗିବାର ସମ୍ଭାବନା ରହିଥାଏ। ଯାହାଫଳରେ ଘରେ ଆର୍ଥିକ ଅଭାବ ଦେଖା ଯିବା ସହିତ ସବୁ କାର୍ଯ୍ୟରେ ବିଫଳତା ମିଳିଥାଏ। ଘରର ଠାକୁର ଘରେ କେବେବି ଭଙ୍ଗା ମୂର୍ତ୍ତି ବା ଭାଙ୍ଗି ଯାଇଥିବା ଫଟୋ ଆଦି ରଖିବା ଅତ୍ୟନ୍ତ ଅଶୁଭ ହୋଇଥାଏ। ଏହା ଘରର ଆର୍ଥିକ ସଙ୍କଟ ଦେଖା ଦେବାର କାରଣ ହୋଇଥାଏ।

ଅଧିକାଂଶ ଲୋକେ ସାବୁନ ଲଗେଇ ସାରି ଛୋଟ ଖଣ୍ଡକୁ ରଖି ଦେଇଥାନ୍ତି। କିନ୍ତୁ ଏଭଳି କରିବା ଉଚିତ ନୁହେଁ। ଛୋଟ ହୋଇ ଯାଇଥିବା ସାବୁନ ଖଣ୍ଡକୁ ତୁରନ୍ତ ବାହାରେ ପକାଇ ଦେବା ଉଚିତ। ନଚେତ ଘରେ ନକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ଘରେ କେବେବି ଚେପା ବା କଣା ହୋଇ ଯାଇଥିବା ବାସନ ବ୍ୟବହାର କରିବା ଉଚିତ ନୁହେଁ। ଏହାଦ୍ବାରା ଅତ୍ୟନ୍ତ ଅଶୁଭ ପରିଣାମ ଭୋଗିବାକୁ ପଡିପାରେ।

ଧାର୍ମିକ ମାନ୍ୟତା ଅନୁସାରେ ମହିଳା ଓ ପୁରୁଷ ମାନେ ଠାକୁର ପୂଜା କରିବା ସମୟରେ ହନୁମାନଙ୍କୁ ସ୍ପର୍ଶ କରିବା ଉଚିତ ନୁହେଁ। ପୂଜା କରିବା ସମୟରେ ମହିଳା ମାନେ ନଡିଆ ଭାଙ୍ଗିବା ଉଚିତ ନୁହେଁ। ପୂଜା ସାରି ଆପଣ ନଡ଼ିଆ ଭାଙ୍ଗି ପାରିବେ। କୌଣସି ଧାର୍ମିକ ଅନୁଷ୍ଠାନ ବା ଯଜ୍ଞ ଅନୁଷ୍ଠାନରେ କେବଳ ପୁରୁଷ ଯଜମାନ ହେବା ଉଚିତ ନୁହେଁ, ଉଭୟ ପୁରୁଷ ଏବଂ ମହିଳା ମାନେ ଯଜମାନ ହେବା ଉଚିତ। ଏହାଦ୍ୱାରା ଖୁବ୍ ଶୀଘ୍ର ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଘରର ଉତ୍ତର ଓ ପୂର୍ବ ଦିଗରେ ଅର୍ଥାତ ଐଶାଣ୍ୟ କୋଣରେ ଡଷ୍ଟବିନ ରଖିବା କିମ୍ବା ଅଳିଆ ଆବର୍ଜନା ପକାଇବା ଉଚିତ ନୁହେଁ। ଏହା ଦ୍ୱାରା ଘରେ ଅଶୁଭ ବାତାବରଣ ସୃଷ୍ଟି ହୋଇଥାଏ ଏବଂ ଘୋର ଅଭାବ ଦେଖା ଦେଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button