ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ
କଟକ, ୪/୯ କଟକ ମହାନଗର ନିଗମ ଅନ୍ତର୍ଗତ ୫୮ନଂ ୱାର୍ଡର ହରପାର୍ବତୀ ପୂଜା କମିଟି ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଶାରଦୀୟ ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ନିଳକଣ୍ଠେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ କର୍ପୋରେଟର କୈାଶିକ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଭାପତି ତଥା ହାଇକୋର୍ଟର ଆଇନଜୀବୀ ବଦ୍ରୀନାରାୟଣ ମହାପାତ୍ର, ଦୀନକୃଷ୍ଣ ମହାନ୍ତି, ଗ୍ରାମ କମିଟି ସଭାପତି ରବୀନ୍ଦ୍ର ସ୍ୱାଇଁ, ସଂପାଦକ ସୁଶାନ୍ତ ମହାନ୍ତି, ତପନ ଦାସ, ସୁମନ୍ତ ରାଉତ, ମହେନ୍ଦ୍ର କୁଅଁର, ଦୁଃଖୀଶ୍ୟାମ ନାୟକ, ରାଜକିଶୋର ପ୍ରଧାନ, ବାଦଲ ମହାନ୍ତି, ଛବିନ୍ଦ୍ର ମୁଖୀଙ୍କ ସମେତ ଅନ୍ୟ ସଦସ୍ୟମାନେ ଯୋଗଦେଇ ଆଗାମୀ ଦୁର୍ଗାପୂଜା ଉତ୍ସବରେ ପୂଜା କମିଟି ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହିତ କିଭଳି ଭାବେ ପୂଜା ସମ୍ପନ୍ନ କରାଯିବ ତାହା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଘୁପ୍ରସାଦ ଶତପଥୀ, ରବୀନ୍ଦ୍ର ଖିଲାର, ଅର୍ଜୁନ ଜେନା, ଶଶୀକାନ୍ତ ମହାନ୍ତି, ପ୍ରଶାନ୍ତ ପ୍ରଧାନ, ଲକ୍ଷ୍ମୀଧର ମହାନ୍ତି, ଜୟନ୍ତ ରଥ, ଟୁଲୁ ରାଉତ, ପାପୁନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।