ଓଡିଶା

ରୋଗୀଙ୍କୁ ଅନ୍ନଦାନ କରି ନିରାଡମ୍ବର ଭାବେ ପାଳିଲେ ଗଣେଶ ଭସାଣି

କଟକ, ୪/୯ କଟକ ଏସସିବି ବଡ ମେଡିକାଲର ଓମ୍ ମା’ ତାରିଣୀ ଆମ୍ବୁଲାନ୍ସ ସଂଘ ଏବଂ ଓମ୍ ସାଇରାମ କ୍ଲବର ମିଳିତ ଆନୁକୂଲ୍ୟରେ ନିରାଡମ୍ବର ଭାବେ ଗଣେଶ ପୂଜା ଅନୁଷ୍ଠିତ ହେବା ସହିତ ଏଥର ଭସାଣ କାର୍ଯ୍ୟକ୍ରମକୁ ନିରାଡମ୍ବର ଭାବେ ପାଳନ କରାଯାଇ ମେଡିକାଲରେ ରହୁଥିବା ରୋଗୀ ଓ ତାଙ୍କ ସର୍ମ୍ପକୀୟ ଏବଂ ପଥଚାରୀଙ୍କୁ ଅନ୍ନଦାନ (ରନ୍ଧା ଖାଦ୍ୟ) ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର କଟକ ପୂର୍ବତନ ବିଧାୟକ ଡଃ ପ୍ରଭାତ ରଂଜନ ବିଶ୍ୱାଳ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ମଙ୍ଗଳାବାଗର ଭାରପ୍ରାପ୍ତ ଥାନା ଅଧିôକାରୀ ସୁଧାଂଶୁ ଭୂଷଣ ଜେନା, ୩୫ନଂ ୱାର୍ଡର ପୂର୍ବତନ କର୍ପୋରେଟର ପବିତ୍ର ଭୂୟାଁ, ନଗର ବିଜେଡିର ସାଧାରଣ ସମ୍ପାଦକ ତାପସ ମହାନ୍ତି, ଉପସଭାପତି ରାଜେନ୍ଦ୍ର ରଣା ପ୍ରମୁଖ ଉପସ୍ଥିତ ରହି ଅନୁଷ୍ଠାନର ଏଭଳି ମହାନ ଉଦାରବାଦୀ ଚିନ୍ତାଧାର ପାଇଁ ସମସ୍ତ କର୍ମକର୍ତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଓମ୍ ମା’ ତାରିଣୀ ଆମ୍ବୁଲାନ୍ସ ସଂଘର ଉପସଭାପତି ଯୋଗେନ୍ଦ୍ର ମାଡଗୁଲ, ସମ୍ପାଦକ ଅଶୋକ ନାୟକ, ରବିନ୍ଦ୍ର ନାୟକ, ସୁଶାନ୍ତ ବାରିକ, ଗୁଲାମ ମହମଦ୍ ଖାଁ, ପବିତ୍ର ଦାସ, ଅମିତ ନାୟକ, ପଂଚାନନ ବେହେରା, ରିଙ୍କୁ ଦାସ ଏବଂ ଓମ୍ ସାଇରାମ କ୍ଲବର ସଭାପତି ମୁକେଶ ନାୟକ, ଉପସଭାପତି ଅଜିତ ନାୟକ, ସମ୍ପାଦକ ସୁଜିତ ନାୟକ, ବିକାଶ ବାଙ୍ଗାରୀ, ସିତୁନ ବେହେରା, ସନ୍ତୋଷ ନିମାଁଇ, ତିରୁପତି ମାଡଗୁଲ, ରୋହିତ ନାୟକ, ସିଲୁ ନାୟକ, କାହ୍ନା ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button