ଦେଶ ବିଦେଶ

ଚନ୍ଦ୍ରଯାନ-୩ ସଫଳତା: ‘ଆଜି, ଆମେ ତୁମକୁ ଚୁପ୍ କରାଇଦେଲୁ’ – Utkal Mail


ନ୍ୟୁୟର୍କ ଟାଇମ୍ସକୁ ତା’ର ପୁରୁଣା କାର୍ଟୁନ କଥା ମନେପକାଇ ଦିଆଗଲା

ନୂଆଦିଲ୍ଲୀ: ସାରା ଭାରତ ଚନ୍ଦ୍ରଯାନ-୩ର ସଫଳ ଅବତରଣକୁ ନେଇ ଉତ୍ସବ ମନାଉଥିବା ବେଳେ ଭାରତର ମହାକାଶ କାର୍ଯ୍ୟକ୍ରମକୁ ବ୍ୟଙ୍ଗ କରି ୯ ବର୍ଷ ତଳେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ କାର୍ଟୁନ ସୋସିଆଲ ମିଡ଼ିଆ ଟାଇମ୍‌ଲାଇନକୁ ଫେରିଛି। ୨୦୧୪ରେ ଭାରତର ମଙ୍ଗଳଯାନ ମିସନର ସଫଳତା ପରେ ଆମେରିକାର ନ୍ୟୁୟର୍କ ଟାଇମ୍ସ ଏହି କାର୍ଟୁନ ପ୍ରକାଶ କରିଥିଲା। ମଙ୍ଗଳରେ ରୋବଟିକ୍ ଅନୁସନ୍ଧାନ ପାଇଁ ଉଦ୍ଦିଷ୍ଟ ଥିବା ଉକ୍ତ ମିସନ ମାତ୍ର ୪୫୦ କୋଟି ଟଙ୍କାରେ ସମ୍ପନ୍ନ ହୋଇଥିଲା। ପୂର୍ବରୁ ଆମେରିକା, ରୁଷ୍ ଓ ୟୁରୋପ ମଙ୍ଗଳକୁ ଯାନ ପ୍ରେରଣ କରିଥିଲେ। କାଟୁର୍ନରେ ଦର୍ଶାଯାଇଥିଲା ଯେ, ଜଣେ ଭାରତୀୟ ଗାଉଁଲି ଲୋକ ଗୋଟିଏ ଗାଈ ସହ ‘ଇଲାଇଟ୍ ସ୍ପେସ୍ କ୍ଲବ୍‌’ର ଦ୍ବାର ଖଡ଼ଖଡ଼ କରୁଛି। ସେତେବେଳେ ଏହି କାର୍ଟୁନକୁ ପ୍ରବଳ ସମାଲୋଚନା କରାଯାଇଥିଲା। ଜାତିଆଣ ଭେଦଭାବ ରଖି ଭାରତର ମହାକାଶୀୟ ସଫଳତାକୁ ଉପହାସ କରାଯାଇଥିବା ଅଭିଯୋଗ ହୋଇଥିଲା।

ବର୍ତ୍ତମାନ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣମେରୁରେ ପୃଥିବୀର ପ୍ରଥମ ଦେଶ ଭାବେ ସଫଳ ଅବତରଣ କରିବା ପରେ ଟ୍ବିଟର ବ୍ୟବହାରକାରୀମାନେ ସେହି ପୁରୁଣା କାର୍ଟୁନକୁ ସେୟାର କରି ନ୍ୟୁୟର୍କ ଟାଇମ୍ସକୁ ଟ୍ୟାଗ୍ କରିଛନ୍ତି ଏବଂ କହିଛନ୍ତି, ଏବେ ସମୟ ଆସିଛି ଗୋଟିଏ ନୂଆ କାର୍ଟୁନ ଛାପିବାର। ଭାରତ ରାଷ୍ଟ୍ର ସମିତି ନେତା ୱାଇ ସତୀଶ ରେଡ୍ଡୀ ଲେଖିଛନ୍ତି, ‘‘ତୁମେ ଆମକୁ ଥଟ୍ଟା କରୁଥିଲ, ଆମ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଉଥିଲ। ଆଜି ଚନ୍ଦ୍ର ବିଜୟ ସହ ଆମେ ତୁମକୁ ଚୁପ୍ କରାଇଦେଇଛୁ। ଏବେ ଆଗକୁ ଆସ ଓ ଏକ ନୂଆ କାର୍ଟୁନ ଛାପ।’’




Related Articles

Leave a Reply

Your email address will not be published. Required fields are marked *

Back to top button