ନୀତି

ଲୋକପ୍ରିୟ ହେଉଛି ହଲାଲ ପର୍ଯ୍ୟଟନ : ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ରହଣି – Utkal Mail


ଛୁଟିରେ ଦେଶବିଦେଶ ବୁଲିବା ଓ ଗମାତ୍‌ କରିବା କାହାର ବା ପସନ୍ଦ ନୁହେଁ! ତେବେ ମୁସଲମାନ ଲୋକମାନେ ଧର୍ମ ପାଳନ କରିବା ସହିତ ବୁଲାବୁଲିର ମଜା ନେବା ଲାଗି ଏକ ଅଭିନବ ପର୍ଯ୍ୟଟନ ବଜାର ସୃଷ୍ଟି ହେଲାଣି। ଆରବୀ ଭାଷାରେ ‘ହଲାଲ’ର ଅର୍ଥ ହେଉଛି ଯାହା ଇସଲାମ ଧର୍ମାବଲମ୍ବୀଙ୍କ ପାଇଁ ଗ୍ରହଣୀୟ। ତା’ ଅନୁଯାୟୀ ‘ହଲାଲ ହଲିଡେଜ୍’ର ନାମକରଣ ହୋଇଛି। ଏଥିରେ ପର୍ଯ୍ୟଟକମାନଙ୍କୁ ନିଜ ଧର୍ମୀୟ ପ୍ରଥା ସହିତ ସାଲିସ କରିବାକୁ ପଡ଼ି ନ ଥାଏ। ଅନେକ ମୁସଲମାନ ଦେଶରେ ମଧ୍ୟବିତ୍ତଙ୍କ ସଂଖ୍ୟା ବଢ଼ିବା ସହିତ ସେମାନେ ଭ୍ରମଣରେ ଅଧିକ ଖର୍ଚ୍ଚ କରୁଛନ୍ତି।

ଇଂଲଣ୍ଡର ଜହରା ରୋଜ ସେଭଳି ଜଣେ ଭ୍ରମଣକାରୀ। ସେ ଏ ଭିତରେ ୩୭ଟି ଦେଶ ବୁଲିସାରିଲେଣି। ତାଙ୍କ ଭଳି ଭ୍ରମଣକାରୀମାନେ ହଲାଲ ଖାଦ୍ୟ ଓ ଗୋପନୀୟତାକୁ ସର୍ବାଧିକ ଗୁରୁତ୍ବ ଦିଅନ୍ତି। ବିଶ୍ବ ମୁସଲମାନ ଭ୍ରମଣ ସୂଚକାଙ୍କର ତଥ୍ୟ ଅନୁସାରେ ୨୦୨୨ରେ ‘ହଲାଲ ପର୍ଯ୍ୟଟନ’ର ଆକାର ୨୨୦ ବିଲିଅନ୍ ଡଲାରର ହୋଇସାରିଛି। ଏ ଧରଣର ପର୍ଯ୍ୟଟନର ଅଧିକାଂଶ ଗନ୍ତବ୍ୟ ହେଉଛନ୍ତି ମୁସଲମାନ ଦେଶ; ଶୀର୍ଷ ସ୍ଥାନରେ ଅଛନ୍ତି ଇଣ୍ଡୋନେସିଆ ଓ ମାଲେସିଆ। ହଲାଲ ରହଣିର ସୁବିଧା ଯୋଗାଉଥିବା ହୋଟେଲ୍‌ଗୁଡ଼ିକ ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଅଲଗା ରହିବାର ବ୍ୟବସ୍ଥା କରିବା ସହ ମଦ ଓ ନଗ୍ନତା ଆଦିକୁ ବାରଣ କରିଥାନ୍ତି। ଏଭଳି ପର୍ଯ୍ୟଟନର ଲୋକପ୍ରିୟତା ବୃଦ୍ଧିକୁ ଦୃଷ୍ଟିରେ ରଖି ସିଙ୍ଗାପୁର ଓ ଇଂଲଣ୍ଡ ଭଳି ଦେଶମାନେ ମଧ୍ୟ ‘ହଲାଲ ପର୍ଯ୍ୟଟନ’ ଅନୁକୂଳ ଭିତ୍ତିଭୂମି ପ୍ରସ୍ତୁତ କରି ମୁସଲମାନ ଭ୍ରମଣକାରୀଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କଲେଣି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button