ଦେଶ ବିଦେଶ

ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରି ଅଭିଯୋଗରେ ଚଢ଼ାଉ

ଲମପୁର: କଲମପୁର ଅଂଚଳର ବିଭିନ୍ନ ଦୋକାନରେ ଅପମିଶ୍ରିତ ତଥା ଭେଜାଲ ସାମଗ୍ରୀ ବିକ୍ରୟ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଏହି ଅଭିଯୋଗକୁ ଭିତ୍ତିକରି ଗୁରୁବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଅବକାରୀ ବିଭାଗର ସହଯୋଗରେ ମିଳିତ ଭାବେ କଲମପୁରର ସମସ୍ତ ଦୋକାନ ଉପରେ ଚଢାଉ କରାଯାଇଛି।

ବିଭିନ୍ନ ଖାଦ୍ୟ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନୀମାନେ କେଉଁ ମାନର ଖାଦ୍ୟ ବିକ୍ରୟ କରୁଛନ୍ତି ତାହାକୁ ଅଧିକାରୀମାନେ ଯାଞ୍ଚ କରିଥିଲେ। ଏହାପରେ ଖାଦ୍ୟ ସାମଗ୍ରୀ ବିକ୍ରୟ କରିବା ପାଇଁ ଆବଶ୍ୟକ ଲାଇସେନ୍ସ ଅଛି କି ନାହିଁ ତାହା ମଧ୍ୟ ଯାଞ୍ଚ ହୋଇଥିଲା। ଯେଉଁମାନଙ୍କର ଫୁଡ ଲାଇସେନ୍ସ ନାହିଁ ସେମାନଙ୍କୁ ତୁରନ୍ତ ଫୁଡ ଲାଇସେନ୍ସ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏହାପରେ ଭାଙ୍ଗ, ଗୁଟଖା ଆଦି ତମ୍ବାଖୁ ଜାତୀୟ ମାଦକଦ୍ରବ୍ୟ ବିକ୍ରୟ କରୁଥିବା ଦୋକାନ ଉପରେ ଚଢାଉ କରାଯାଇଥିଲା। ମାଦକ ଦ୍ରବ୍ୟ ବିକ୍ରୟ ନିଷେଧ ନେଇ ଥିବା ଆଇନ ଉପରେ ଦୋକାନୀଙ୍କୁ ସଚେତନ କରାଯାଇଥିଲା। ଏହାସହ ଦୋକାନୀମାନଙ୍କଠାରୁ ଜରିମାନା ଆଦାୟ ହୋଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button