ମନୋରଞ୍ଜନ

ଜୀ ସାର୍ଥକର ମେଗା ସିରିୟଲ ‘ମା ଯାହାର ସାହା’ ଏବେ ରୋଚକ ମୋଡ଼ରେ

ଭୁବନେଶ୍ୱର: ମାତ୍ର କେଇଦିନ ଭିତରେ ଦର୍ଶକଙ୍କ ପ୍ରଥମ ପସନ୍ଦ ସାଜିଛି ଜୀ ସାର୍ଥକର ମେଗା ସିରିୟଲ ‘ମା ଯାହାର ସାହା’ । ଗତ ଜୁଲାି ୧୮ ତାରିଖରୁ ପ୍ରସାରିତ ଜୀ ସାର୍ଥକର ଏହି ମେଗା ସିରିୟଲକୁ ଓଡ଼ିଶାବାସୀ ଅନେକ ଭଲପାଇବା ଦେଇଛନ୍ତି । ସୋମବାରରୁ ଶନିବାର ରାତି ୮.୩୦ରେ ପ୍ରସାରିତ ହେଉଥିବା ‘ମା ଯାହାର ସାହା’ର କାହାଣୀ ଇଶ୍ୱରଭକ୍ତି ଓ ବିଜ୍ଞାନକୁ ନେଇ ଗତିଶୀଳ । ତେବେ ଏହି କାହାଣୀକୁ ଦର୍ଶକଙ୍କ ଆଦୃତି ମିଳିଥିବାବେଳେ ଏବେ ଏଥିରେ ଆସିବାକୁ ଯାଉଛି ନୂଆମୋଡ଼ । ଯାହା ଦର୍ଶକଙ୍କୁ ଆହୁରି ରୋମାଞ୍ଚ ଭରିଦେବ ବୋଲି ଜୀ ସାର୍ଥକ ପକ୍ଷରୁ କୁହାଯାଇଛି ।

ଜଣେ ମହାଦେବଙ୍କ ଅଂଶ ।

ଆଉ ଜଣେ ମହାକାଳୀଙ୍କ ଅଂଶରୁ ଜାତ । ଶିବ ଆଉ ପାର୍ବତୀ ଦୁହେଁ ପରସ୍ପର ପାଇଁ ଅଜଣା । ଜଣେ ମା’ କାଳୀଙ୍କର ଭକ୍ତ ଆଉ ଜଣେ ବିଜ୍ଞାନର । ଡାଃ ଶିବପ୍ରସାଦ ତ୍ରିପାଠୀ ଜଣେ ସୁନାମଧନ୍ୟ ଡାକ୍ତର ଅନ୍ୟପଟେ ପାର୍ବତୀ ଗୋଟଏ ଗାଉଁଲି ଝିଅ । ହେଲେ ସଂସାର କିନ୍ତୁ ଦୁଇ ଦେବଅଂଶଙ୍କ ମିଳନ ଅପେକ୍ଷାରେ । ତେବେ ସଂଯୋଗବଶତଃ ଶିବ ପାର୍ବତୀ ଦୁହେଁ ନିକଟତର ହୋଇ ଉଭୟଙ୍କ ଭିତରେ ସୃଷ୍ଟି ହୋଇଛି ସର୍ମ୍ପକ । ପ୍ରଥମେ ତିକ୍ତତାରୁ ଆରମ୍ଭ ହୋଇଥିବା ସମ୍ପର୍କ ଧିରେ ଧବରେ ମଧୁର ହେବା ଆରମ୍ଭ କରେ । କିନ୍ତ ଏହାରି ଭିତରେ ସେମାନଙ୍କ ସମ୍ପର୍କ ଭିତରେ ପଶି ଆସିଛି ଗାଁ ସରପଞ୍ଚ ସନାତନ । ସମ୍ପର୍କର ରାସ୍ତାର ସରପଞ୍ଚ ବାଧା ଦେବାରେ ସଫଳ ହେଉଛି କି ନାହିଁ ତାକୁ ନେଇ କାହାଣୀ ଆଗକୁ ବଢ଼ୁଛି ।

ଗୋଟିଏ ପଟେ ପାର୍ବତୀ ସାମ୍ନାରେ ତା ପରିବାରର ଇଜ୍ଜତ ଆଉ ଗୋଟିଏ ପଟେ ଡାଃ ଶିବପ୍ରସାଦ । କାହାର ହେବ ପାର୍ବତୀ? କଣ ସତରେ ଶିବପ୍ରସାଦଙ୍କୁ ରାସ୍ତାରୁ ହଟାଇପାରିବ ସନାତନ? ପାର୍ବତୀର ପରିବାର ଏବେ କରିବେ କଣ? ଶିବ ଓ ପାର୍ବତୀଙ୍କ ମିଳନ ପାଇଁ ଆଗକୁ କଣ ସବୁ ଘଟୁଛି ତାହା କାହାଣୀରେ ଅତି ଚମତ୍କାରଭାବେ ଚିତ୍ରଣ କରାଯାଇଛି । ପାର୍ବତୀ ଭୂମିକାରେ ଚୁଲବୁଲି ଅଭିନେତ୍ରୀ ଜସ୍ମିନ୍ ରଥ ଅଭିନୟ କରିଥିବାବେଳେ ଡାଃ ଶିବପ୍ରସାଦ ଭୂମିକାରେ ନଜର ଆସିଛନ୍ତି ଆଲୋକ । ଅନ୍ୟମାନଙ୍କ ମଧ୍ୟରେ ଶକ୍ତିପ୍ରସାଦ ଭୂମିକାରେ ବିରେନ୍ ମିତ୍ର, ଶୈଳଭାମା ଭୂମିକାରେ ଛନ୍ଦିତା ପାଢ଼ୀ ପ୍ରମୁଖ ଅଭିନୟ କରିଛନ୍ତି । ପ୍ରତ୍ୟେକ ସୋମବାରରୁ ଶନିବାର ରାତି ୮ଟା ୩୦ରେ ଜୀ ସାର୍ଥକରେ ପ୍ରସାରିତ ହେଉଛି ଏହି ଲୋକପ୍ରିୟ ଧାରାବାହିତ “ମା ଯାହାର ସାହା” ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button