କ୍ରାଇମ

ଏଆଇକୁ ବ୍ୟବହାର କରି ଯୁବତୀ ଓ ମହିଳାଙ୍କ ଅଶ୍ଳୀଳ ଭିଡିଓ ବନାଉଥିବା ବ୍ୟକ୍ତିଙ୍କୁ ହୋଇପାରେ ଜେଲ୍‌ – Utkal Mail


ନୂଆଦିଲ୍ଳୀ: ଦିନକୁ ଦିନ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ)ର ପ୍ରଚଳନ ବଢ଼ି ବଢ଼ି ଚାଲିଛି। ଏଆଇକୁ ବ୍ୟବହାର କରି ବିଭିନ୍ନ କାମକୁ ଖୁବ୍‌ ସହଜରେ କରି ହେଉଛି। ଆପଣ ଜାଣନ୍ତି ଯେ ନିକଟ ଅତୀତରେ ଦେଶରେ ଏଆଇ ଉପସ୍ଥାପକ ଦେଖିବାକୁ ମିଳିଥିବା ବେଳେ ବୁଧବାର ସଂଧ୍ୟାରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ‘ଚନ୍ଦ୍ରଯାନ-୩’ର ବିକ୍ରମ ଲ୍ୟାଣ୍ଡ୍‌କୁ ଅବତରଣ କରାଇବାରେ ବି ଏଆଇର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି।

ତେବେ ଏହାର ପ୍ରଚଳନ ବଢ଼ି ବଢ଼ି ଚାଲିଥିବା ବେଳେ ଏହାକୁ ବ୍ୟବହାର କରି କିଛି ଲୋକ ମନ୍ଦ କାମରେ ବି ଲଗାଉଛନ୍ତି ବୋଲି ଖବର ସାମ୍ନାକୁ ଆସିଛି। ଜାଣିବାକୁ ମିଳିଛି ଯେ ମହାରାଷ୍ଟ୍ରର ପାଲଘରରେ ଜଣେ ବ୍ୟକ୍ତି ଏଆଇକୁ ବ୍ୟବହାର କରି ଅଶ୍ଳୀଳ ଭିଡିଓ ବନାଇଥିବା ଅଭିଯୋଗ ହୋଇଛି। ଜାଣିବାକୁ ମିଳିଛି ଯେ ଏଠାରେ ଜଣେ ପୁଲିସ୍‌ କର୍ମୀଙ୍କ ଦୁଇ ପୁଅ ଏଆଇ ବ୍ୟବହାର କରି ଯୁବତୀ ଓ ମହିଳାମାନଙ୍କ ଅଶ୍ଳୀଳ ଭିଡିଓ ବନାଇଛନ୍ତି।

କେବଳ ସେତିକି ନୁହେଁ, ଦୁଇ ଭାଇ ଏହାକୁ ବନାଇବା ପରେ ସୋସିଆଲ୍‌ ମିଡିଆରେ ବି ପୋଷ୍ଟ୍‌ ହୋଇଥିଲା। ପୀଡ଼ିତା ଏହି କଥାକୁ ବି‌ରୋଧ କରିବାକୁ କଥା ମାଡ଼ପିଟ ପର୍ଯ୍ୟନ୍ତ ଯାଇଛି। ଏହି ଘଟଣା ସଂପର୍କରେ ଖବର ପାଇବା ପରେ ପୁଲିସ୍‌ ଏବେ ୨ ଅଭିଯୁକ୍ତଙ୍କୁ ଗିରଫ କରିସାରିିଛି।

ତେବେ ଜାଣିରଖନ୍ତୁ ଯେ ଏଆଇ ଜରିଆରେ କାହାର ଅଶ୍ଳୀଳ ଫଟୋ, ଭିଡିଓ ବନାଇବା ଆଇନ୍‌ ବିରୋଧୀ କାମ। ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଏପରିକି ଅଭିଯୁକ୍ତଙ୍କ ଜେଲ୍‌ ମଧ୍ୟ ହୋଇପାରେ।




Related Articles

Leave a Reply

Your email address will not be published. Required fields are marked *

Back to top button