ନୀତି

୧୦୦ ଏକର ଜାଗା ମାଡ଼ିବସିଛି ଗୋଟିଏ ଗଛର ୪୭,୦୦୦ କାଣ୍ଡ – Utkal Mail


ପୃଥିବୀର ବୃହତ୍ତମ ବୃକ୍ଷ ‘ପାଣ୍ଡୋ’ ଦୀର୍ଘ ଦିନ ଧରି ବୈଜ୍ଞାନିକ ଓ ପ୍ରକୃତିବିତ୍‌ମାନଙ୍କୁ ଆକର୍ଷିତ କରି ଆସିଛି। ନିକଟରେ ଗବେଷକମାନେ ଏହାର ଏକ ଲୁକ୍କାୟିତ ରହସ୍ୟ ଉନ୍ମୋଚନ କରିଛନ୍ତି। ଏହି ବୃକ୍ଷର ଗଣ୍ଡି ଭିତରୁ ଏକପ୍ରକାର ଗର୍ଜନ ସୃଷ୍ଟି ହୋଇଥାଏ ଯାହାକୁ ଏହାର ସ୍ପନ୍ଦନ ରୂପେ ଅଭିହିତ କରାଯାଇପାରେ। ଉଲ୍ଲେଖଯୋଗ୍ୟ, ପଶ୍ଚିମ ଆମେରିକାର ଉଟାହ ପ୍ରଦେଶରେ ଅବସ୍ଥିତ ଗୋଟିଏ ବିଶାଳ ପାଣ୍ଡୋ ବୃକ୍ଷ ୪୭,୦୦୦ କାଣ୍ଡକୁ ଜନ୍ମ ଦେଇଛି। ଏହା ୧୦୦ ଏକର ପରିମିତ ଜାଗାରେ ବ୍ୟାପି ରହି ସ୍ବୟଂ ଏକ ଜଙ୍ଗଲ ସୃଷ୍ଟି କରିଛି।

ଲାଟିନ୍‌ ଭାଷାରେ ‘ପାଣ୍ଡୋ’ ଶବ୍ଦର ଅର୍ଥ ହେଉଛି ‘ମୁଁ ବିସ୍ତାର କରେ’। ଏହା ଦୀର୍ଘ ୧୨,୦୦୦ ବର୍ଷ ହେଲା ଏପରି ବୃଦ୍ଧି ପାଇ ଆସୁଥିବାର ଆକଳନ କରାଯାଏ। ଏହି ବୃକ୍ଷରୁ ଭାସି ଆସୁଥିବା ଗୋପନ ଶବ୍ଦକୁ ଉଜାଗର କରିଛନ୍ତି ଶବ୍ଦ ଶିଳ୍ପୀ ଜେଫ୍‌ ରାଇସ୍‌। ସେ ଗଛର ଏକ ଗଣ୍ଡି ଭିତରେ ହାଇଡ୍ରୋଫୋନ୍‌ ଖଞ୍ଜି ଏହି ରହସ୍ୟର ଉନ୍ମୋଚନ କରିଛନ୍ତି। ଏହି ହାଇଡ୍ରୋଫୋନ୍‌ ଗଛର ଲକ୍ଷ ଲକ୍ଷ ପତ୍ର ପବନରେ ଦୋହଲିବା କାରଣରୁ ପ୍ରତିଧ୍ବନିତ ହେଉଥିବା କମ୍ପନକୁ ରେକର୍ଡ କରିପାରିଛି। ରେକର୍ଡ ହୋଇଥିବା ଏହି ଧ୍ବନି ପ୍ରମାଣିତ କରିଛି ଯେ ପାଣ୍ଡୋର ଚେରଗୁଡ଼ିକ ମାଟି ଭିତରେ ପରସ୍ପର ମଧ୍ୟରେ ଯୋଡ଼ି ହୋଇ ରହିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button