ଓଡିଶା

ଡଃ ଗୁରୁପ୍ରସାଦ ମହାନ୍ତିଙ୍କ ପରଲୋକ

କଟକ, ୫/୯ ଉତ୍କଳ ସମ୍ମିଳନୀର ପୂର୍ବତନ ସଭାପତି, ବିଶିଷ୍ଟ ସାହିତ୍ୟିକ, ସଂଗଠକ ଡଃ ଗୁରୁ ପ୍ରସାଦ ମହାନ୍ତିଙ୍କ ୮୫ବର୍ଷ ବୟସରେ ପରଲୋକ ହୋଇଯାଇଛି  । ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ମର୍କତନଗରସ୍ଥ ଏକ ବେସରକାରୀ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ  । କାଲି ରାତି ୩.୪୫ରେ ପରଲୋକ ହେବା ପରେ ଆଜି ସକାଳ ୦୯ଟାରେ ତାଙ୍କ ବାଦାମବାଡ଼ିସ୍ଥ ଘରକୁ ମରଶରୀର ଅଣାଯାଇଥିଲା  । ତାଙ୍କ ଶେଷଇଛା ଅନୁଯାୟୀ ଜନ୍ମଲାଭ କରିଥିବା ଆଳିପିଙ୍ଗଳ ଗ୍ରାମରେ ଆସନ୍ତା କାଲି ସତ୍କାର କରାଯିବ  । ୧୯୩୮ ମସିହାରେ ଜନ୍ମଗ୍ରହଣ କରି ଜଣେ ବିଜ୍ଞାନ ଛାତ୍ର ଭାବେ ଯୁକ୍ତରାଷ୍ଟ୍ର ଆମେରିକାରେ ଉଚ୍ଚ ଶିକ୍ଷା ଲାଭ କରି ଓଡ଼ିଶାକୁ ଫେରିଆସିବା ପରେ ପ୍ରାଣୀ ଚିକିତ୍ସକ ଭାବେ ଯୋଗ ଦେଇ ପରର୍ବୀ ସମୟରେ ଭେଟେନାରୀ ନିର୍ଦ୍ଦେଶକ ପଦବୀକୁ ଉନ୍ନିତ ହୋଇଥିଲେ  । ସରକାରୀ ଚାକିରୀରୁ ଅବସର ନେବା ପରେ ଜଣେ ଲେଖକ ଓ ସମାଜସେବୀ ଭାବେ ଉତ୍କଳ ସମ୍ମିଳନୀ, କଟକ ଲେଖକ ସହଯୋଗ ସମିତି, ଜୀବେ ହିତୈଷୀ ସଂଘ, ଉତ୍କଳ ସାହିତ୍ୟ ସମାଜ, ଓଡ଼ିଶା ବିଜ୍ଞାନ ପ୍ରଚାର ସମିତି ପ୍ରଭୃତି ଅନୁଷ୍ଠାନ ସହ ଜଡ଼ିତ ହୋଇ କାର୍ଯ୍ୟ କରୁଥିଲେ  । ତାଙ୍କ ଦ୍ୱାରା ରଚିତ “ପାତାଳପୁରୀର ହାଲଚାଲ” ପୁସ୍ତକ ସମ୍ମାନଜନକ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରରେ ପୁରସ୍କୃତ ହୋଇଥିଲା  । ପରଲୋକ ଖବର ପାଇ କଟକ ମହାନଗର ନାଗରିକ ମହାସଭାର ସଭାପତି ଡ଼ାକ୍ତର ରବି ରଞ୍ଜନ ସାହୁ, କଟକ ଲେଖକ ସହଯୋଗ ସମିତିର ସଂପାଦକ ରଘୁନାଥ ମହାପାତ୍ର, ଉତ୍କଳ ସମ୍ମିଳନୀ ସଂପାଦକ ମାଧବ ମିଶ୍ର, ଖ୍ରୀଷ୍ଟ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ସିଦ୍ଧାର୍ଥ ସାହୁ, ଉତ୍କଳ ସାହିତ୍ୟ ସମାଜର ଉପସଭାପତି ଜୀବନାନନ୍ଦ ଅଧିକାରୀ, କୋଷାଧ୍ୟକ୍ଷ ଶିବାଶିଷ କର, ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ବିଶ୍ୱାଳ, ସାଧାରଣ ସଂପାଦକ ପ୍ରଫେସର ଆଦିତ୍ୟ ପ୍ରତାପ ଧଳ, ପ୍ରକାଶକ ଅବନୀ ସାମନ୍ତରାୟ, ବିଜ୍ଞାନ ପ୍ରଚାର ସମିତିର ପୂର୍ବତନ ସଭାପତି ଡ଼ଃ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ  ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button