ଓଡିଶା

ଆଦର୍ଶ ପ୍ରତିଭା ବିକାଶ ପରିଷଦର କବିତା ଆସର ଓ ସମ୍ବର୍ଦ୍ଧନା ସଭା

କଟକ,୫/୯ ଆଦର୍ଶ ପ୍ରତିଭା ବିକାଶ ପରିଷଦର କବିତା ଆସର ଓ ସମ୍ବର୍ଦ୍ଧନା ସଭା ଚାଉଳିଆଗଞ୍ଜ ସ୍ଥିତ ଉତ୍କଳମଣି ଶିଶୁ ଉଚ୍ଚଶିକ୍ଷା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ପଣ୍ଡିତ ଡ଼.ଅଭୟ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବକୁ ଉଦଘାଟକ ଭାବେ ପଣ୍ଡିତ ନିଳକଣ୍ଠ ରାଉତ ଉଦଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ଶ୍ରୀଦୁର୍ଗା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ପଣ୍ଡିତ ଚୈତନ୍ୟ କୁମାର ସାହୁ, ମୁଖ୍ୟବକ୍ତା ସଂପର୍କ ସାହିତ୍ୟ ସଂସ୍କୃତି ସଂସଦର ସଭାପତି ତଥା ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ଜେନା, ସମ୍ମାନିତ ଅତିଥି ରଂଜନ କୁମାର ଜେନା ଯୋଗ ଦେଇଥିଲେ । ଏହି ଅବସରରେ ଉତ୍କଳ ସାହିତ୍ୟ ସମାଜର ନବ ନିର୍ବାଚିତ ସଭାପତି ଡ଼.ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ସାଧାରଣ ସଂପାଦକ ପ୍ରଫେସର ଆଦିତ୍ୟ ପ୍ରତାପ ଧଳ, କାର୍ଯ୍ୟନିର୍ବାହିକା ସଦସ୍ୟ ବ୍ରହ୍ମାନନ୍ଦ ମହାନ୍ତି ଓ ସାଂସଦ ର୍ଭୃହରୀ ମହତାବଙ୍କ ପ୍ରତିନିଧି ଚିରଞ୍ଜୟ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂପାଦକ ଅଶ୍ୱିନୀ କୁମାର ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସ୍ନେହଲତା ଦ୍ୱିବେଦୀ ଓ ପ୍ରଭାତୀରାଣୀ ମହାନ୍ତିଙ୍କ ସଂଯୋଜନାରେ କବି ବସନ୍ତ କୁମାର ସାହୁ, ନମିତା ମହାନ୍ତି, ଅରୁଣ କୁମାର ଅଗ୍ରୱାଲ, ସୁରେନ୍ଦ୍ର ମହାପାତ୍ର, ଚୈତନ୍ୟ ରାଉତ, ନିରୁପମା ସାହୁ, ରଘୁନାଥ ତ୍ରୀପାଠୀ, ଗୀତାଞ୍ଜଳି ପୃଷ୍ଟି ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । କବି ମୈତ୍ରୀଭୁଷଣ ଖୁଂଟିଆ ଧନ୍ୟବାଦ ଅର୍ପଣ କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button