ଧର୍ମ

ତୁଳସୀ ଗଛ ଶୁଖିଗଲେ ଏହାକୁ ଫୋପାଡିବାରେ ଭୁଲ କରନ୍ତୁ ନାହିଁ। ଏହି ଗଛ ସହିତ ଜଡିତ ନିୟମ ଜାଣନ୍ତୁ।

ତୁଳସୀ ଅଛକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ ଏବଂ ଏହି ଗଛକୁ ପୂଜା କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ। ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ତୁଲସୀ ଗଛ ଭଗବାନ ବିଷ୍ଣୁଙ୍କ ପାଇଁ ଅତ୍ୟନ୍ତ ପ୍ରିୟ ଏବଂ ଏହାକୁ ପୂଜା କରିବା ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ। କେବଳ ଏତିକି ନୁହେଁ, ବିଷ୍ଣୁଙ୍କୁ ପୂଜା କରୁଥିବାବେଳେ ତାଙ୍କୁ ତୁଳସୀ ପତ୍ର ନିଶ୍ଚିତ ଅର୍ପଣ କରିବାକୁ ପଡିବ। ବିଶ୍ୱାସ କରାଯାଏ ଯେ ବିଷ୍ଣୁଙ୍କୁ ପୂଜା କରିବା ସମୟରେ ତୁଳସୀ ପତ୍ର ଯଦି ଅର୍ପଣ ନ କରୁଛନ୍ତି ତାହେଲେ ପୂଜାପାଠର ସମ୍ପୂର୍ଣ୍ଣ ଫଳ ଉପଲବ୍ଧ ହୁଏନାହିଁ।

ଧାର୍ମିକ ମହତ୍ତ୍ୱ ବ୍ୟତୀତ ଏହି ଗଛରେ ଔଷଧୀୟ ଗୁଣ ମଧ୍ୟ ଥାଏ ଏବଂ ଘରେ ଏହି ଗଛ ରହିବା ଦ୍ୱାରା କୀଟପଟଙ୍ଗ ଦୂରେଇ ରହିଥାଏ । ତାହେଲେ ଆସନ୍ତୁ ତୁଳସୀ ଗଛ ସହିତ ଜଡିତ କିଛି ବିଶେଷ କଥା ଉପରେ ନଜର ପକାଇବା ।

ତୁଳସୀ ଗଛ ହେଉଛି ମା ଲକ୍ଷ୍ମୀଙ୍କ ସ୍ୱରୂପ।

ତୁଳସୀ ଗଛକୁ ମଧ୍ୟ ମା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ବିବେଚନା କରାଯାଏ। ସେଥିପାଇଁ ଯେଉଁମାନେ ତୁଳସୀ ସାମ୍ନାରେ ଦୀପ ଜାଳନ୍ତି । ମା ଲକ୍ଷ୍ମୀଙ୍କ କୃପା ତାଙ୍କ ଉପରେ ସର୍ବଦା ଥାଏ। ଏବଂ ଜୀବନରେ କେବେବି ଅର୍ଥର ଅଭାବ ନଥାଏ । ସାଥିରେ ଘରେ ସୁଖ ଏବଂ ଶାନ୍ତି ରହିଥାଏ। ସେଥିପାଇଁ ଯଦି ଅର୍ଥର ଅଭାବ ଥାଏ ତାହେଲେ ତୁଲସୀ ମାଙ୍କୁ ପ୍ରତିଦିନ ପୂଜା କରନ୍ତୁ ଏବଂ ତାଙ୍କ ସାମ୍ନାରେ ତେଲ କିମ୍ବା ଘିଅର ଦୀପ ଜାଳନ୍ତୁ।

Google

ଘରର ବାସ୍ତୁଦୋଷ ଦୂର ହୋଇଯାଏ ।

ଘରେ ତୁଳସୀ ଗଛ ରହିଲେ ବାସ୍ତୁଦୋଷ ଦୂର ହୋଇଯାଇଥାଏ। ବାସ୍ତୁଶାସ୍ତ୍ରଙ୍କ ଅନୁସାରେ ଯେଉଁମାନଙ୍କ ଘରେ ବାସ୍ତୁଦୋଷ ରହିଛି। ସେହି ଲୋକମାନେ ଘରର ଅଗଣାରେ ଗୋଟେ ତୁଳସୀ ଗଛ ଲଗାନ୍ତୁ। ଏହାକୁ ଲଗେଇବା ଦ୍ୱାରା ଘରେ ବାସ୍ତୁଦୋଷ ଦୂର ହୋଇଯାଏ।

ତୁଳସୀ ପତ୍ର ନିଶ୍ଚିତ ଭାବେ ସେବନ କରନ୍ତୁ।

ତୁଳସୀ ପତ୍ରକୁ ସେବନ ମଧ୍ୟ କରାଯାଏ।ପ୍ରତିଦିନ ତୁଳସୀ ପତ୍ର ସେବନ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ସେଥିପାଇଁ ଆପଣ ତୁଳସୀ ପତ୍ର ସେବନ କରିବା ଉଚିତ୍ । ତୁଳସୀ ପତ୍ରକୁ ଅନେକ ଉପାୟରେ ସେବନ କରିପାରିବେ । ଆପଣ ତୁଳସୀ ପତ୍ରର ପାଣି ପିଇପାରିବେ କିମ୍ବା ଏହାକୁ ଚା ରେ ମଧ୍ୟ ମିଶାଇ ପାରିବେ। ପ୍ରତିଦିନ ଏହି ପତ୍ର ସେବନ କରିବା ଦ୍ୱାରା ଶ୍ୱାସ ଏବଂ ଆଜମା ଭଳି ରୋଗରୁ ମୁକ୍ତି ମିଳିଥାଏ।

ଘରେ ସୁଖ ଆସିବାକୁ ଲାଗେ।

ଯଦି ଘରେ ବାରମ୍ବାର ଝଗଡା କଳହ ଲାଗିରହିଛି ତାହେଲେ ଆପଣ ଘରକୁ ତଲାସୀ ଗଛ ଆଣନ୍ତୁ। ଘରେ ତୁଳସୀ ଗଛ ଆଣିବା ଘରର ପରିବେଶକୁ ଭଲ କରିଥାଏ ଏବଂ ଘରେ ଶାନ୍ତି ବିସ୍ତାର କରିଥାଏ।

Google

ନକାରାତ୍ମକ ଶକ୍ତିଠାରୁ ଦୂରରେ ରୁହନ୍ତୁ।

ଯଦି ଆପଣ ନିଜ ଘରେ ନକାରାତ୍ମକ ଶକ୍ତି ଅନୁଭବ କରୁଛନ୍ତି ତାହେଲେ ତୁଳସୀ ଗଛକୁ ପୂଜା କରନ୍ତୁ। ଏହି ଗଛ ଘରେ ରହିବା ଏବଂ ଏହାକୁ ପୂଜା କରିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ ।

ଏହି କଥା ଉପରେ ଧ୍ୟାନ ରଖନ୍ତୁ।

ଶାସ୍ତ୍ରରେ ତୁଳସୀ ଗଛ ବିଷୟରେ ଉଲ୍ଲେଖ କରାଯାଇଛି ଯେ ଏହି ଗଛର ପତ୍ର ଏକାଦଶୀ, ରବିବାର ଏବଂ ମଙ୍ଗଳବାର ଦିନ ତୋଳିବା ଉଚିତ୍ ନୁହେଁ। ସେଥିପାଇଁ ଏହି ଦିନରେ ତୁଳସୀ ପତ୍ର ତୋଳନ୍ତୁ ନାହିଁ।

Google

ତୁଳସୀ ଗଛକୁ ସର୍ବଦା ସଠିକ୍ ଦିଗରେ ରଖନ୍ତୁ। ଏମିତି କଲେ ଆପଣ ଲାଭ ପାଇବେ। ବାସ୍ତୁଶାସ୍ତ୍ର ଅନୁସାରେ ଏହି ଗଛକୁ କେବଳ ଉତ୍ତର-ପୂର୍ବ ଦିଗରେ ରଖିବା ଉଚିତ୍। ଏହି ଗଛକୁ କେବେବି ଘର ଭିତରେ ରଖନ୍ତୁ ନାହିଁ। ଏହି ଗଛ ଅଗଣାରେ କିମ୍ବା ଛାତ ଉପରେ ରଖାଯାଏ।

ତଲାସୀ ଗଛ ଶୁଖିଗଲା ପରେ ଏହାକୁ ଫୋପାଡନ୍ତୁ ନାହିଁ। ବାସ୍ତବରେ ଅନେକ ଲୋକ ତୁଳସୀ ଗଛ ଶୁଖିଗଲେ ଯେକୌଣସି ସ୍ଥାନରେ ଏହାକୁ ଫୋପାଡ଼ି ଦିଅନ୍ତି କିନ୍ତୁ ଏମିତି କରିବା ଭୁଲ ଅଟେ। ତୁଳସୀ ଗଛ ଶୁଖିଯିବା ପରେ ଏହା ନଦୀ କିମ୍ବା କୂଅରେ ପ୍ରଭାବିତ କରିଦେବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶ୍ରୀକୃଷ୍ଣ ” ଅବଶ୍ୟ ଲେଖନ୍ତୁ । ପ୍ରଭୁଙ୍କର ଆଶୀର୍ବାଦ ପ୍ରାପ୍ତ ହେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button