ଭଗବାନ ଶ୍ରୀ କୃଷ୍ଣ ଙ୍କ ମୃତ୍ୟୁ ପଛର ରହସ୍ୟ କଣ ରହିଛି ? Sri Krishna

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଭଗବାନ କୃଷ୍ଣ ଙ୍କୁ ଭଗବାନ ବିଶୁଣୁ ଙ୍କ ଅବତାର ବୋଲି କୁହାଯାଏ । ମହାଭାରତ ଯୁଦ୍ଧରେ ଭଗବାନ କୃଷ୍ଣ ଅସ୍ତ୍ର ଶସ୍ତ୍ର ନ ଉଠାଇ ମଧ୍ୟ ସଂପୂର୍ଣ୍ଣ ଯୁଦ୍ଧର ପରିଣାମ ବାହାର କରି ନେଇଥିଲେ । ଭଗବାନ କୃଷ୍ଣ ପ୍ରଥମରୁ କହିଥିଲେ ଆମେ ଯେଉଁ କର୍ମ କରିଥାଉ ସେମିତି ଫଳ ମିଳିଥାଏ । ଯେଉଁ କର୍ମ ଠାରୁ ସେ ନିଜେ ମଧ୍ୟ ବଞ୍ଚିପାରିବେ ନାହିଁ । ଆଜି ଆମେ ଜାଣିବା ଶ୍ରୀ କୃଷ୍ଣଙ୍କ ମୃତ୍ୟୁ ପଛରେ କଣ ରହିଛି ରହସ୍ୟ ।
ସୃଷ୍ଟି ର ନିୟମ ସମସ୍ତଙ୍କ ପାଇଁ ସମାନ ଅଟେ । ସେ ପ୍ରାଣୀ ହେଉ କି ମଣିଷ ହେଉ କି ସେ ଭଗବାନ ହୁଅନ୍ତୁ ନା କାହିଁକି । ଯେବେ ମହାଭାରତ ଯୁଦ୍ଧର ଅନ୍ତ ହୋଇଥିଲା ଗାନ୍ଧାରୀ ଦୁର୍ଯୋଧନ ଙ୍କୁ ମୃତ୍ୟୁର ଖବର ଶୁଣିବା ପରେ କାନ୍ଦିଥିଲେ । ଆଉ ଗାନ୍ଧାରୀ କ୍ରୋଧିତ ହୋଇ କହିଥିଲେ ଏ ସବୁର ଶ୍ରୀକୃଷ୍ଣ ଅଟନ୍ତି । ଆଉ ଗାନ୍ଧାରୀ ଶ୍ରୀକୃଷ୍ଣ ଙ୍କୁ ଅଭିଶାପ ଦେଇଥିଲେ କି ତାଙ୍କର ମୃତ୍ୟୁ 36 ବର୍ଷ ପରେ ହେବ ।
ଏହା ସହ ତାଙ୍କର ନଗର ବୁଡିଯିବ ଓ ତାଙ୍କର ବଂଶ ନାଶ ହେବ । ଏହା ଶ୍ରୀ କୃଷ୍ଣ ଶୁଣିବା ପରେ ଖୁସି ହୋଇଥିଲେ । ଯେବେ ଗାନ୍ଧାରୀ ଙ୍କ ରାଗ ଶାନ୍ତ ହୋଇଥିଲା ସେ ଶ୍ରୀ କୃଷ୍ଣ ଙ୍କ ପାଦ ତଳେ ପଡି କହିଥିଲେ କି ତାଙ୍କର ଭୁଲ ହୋଇ ଯାଇଛି ଓ କ୍ଷମା ଯାଚନା କରିଥିଲେ । ଏହା ପରେ କୃଷ୍ଣ କହିଥିଲେ ଆପଣଙ୍କୁ କ୍ଷମା ଯାଚନା କରିବାର ଆବଶ୍ୟକତା ନାହିଁ । ଏହା ବିଧିର ବିଧାନ ଅଟେ ।
ଆପଣଙ୍କ ଅଭିଶାପ ନିଶ୍ଚୟ ସତ୍ୟ ହେବ । ଏହା ପରେ କୃଷ୍ଣ ଦ୍ଵାରିକା ଚାଲିଲେ ଓ ତାଙ୍କର ପୁତ୍ର ମାନେ ଧୀରେ ଧୀରେ ଶକ୍ତିଶାଳୀ ହେବାକୁ ଲାଗିଲେ । ପୁରା ଯଦୁ ବଂଶ ଶକ୍ତିଶାଳୀ ହୋଇଗଲା । ଦ୍ଵାରିକାରେ ସୁଖ ସମୃଦ୍ଧି ମଧ୍ୟରେ ଗାନ୍ଧାରୀ ଙ୍କ ଅଭିଶାପ ଦେଖିବାକୁ ମିଳିଲା । ଯଦୁ ବଂଶୀ ନିଜ ନିଜ ମଧ୍ୟରେ ଯୁଦ୍ଧ କରି ମୃତ୍ୟୁବରଣ କରିଲେ । ଏହା ଦେଖି କୃହନ ଜଙ୍ଗଲକୁ ଚାଲିଗଲେ ।
ଆଉ ସେତେବେଳକୁ ତାଙ୍କ ବଡ ଭାଇ ବଳରାମ ଦେହତ୍ୟାଗ କରି ଦେଇଥିଲେ । ଆଉ ସେ ଅନନ୍ତ ଶେଷ ନାଗ ର ଅବତାର ନେଇଥିଲେ । ତାପରେ ସଂପୂର୍ଣ୍ଣ ଯଦୁ ବଂଶ ର ବିନାଶ ହୋଇ ଯାଇଥିଲା । ଶ୍ରୀ କୃଷ୍ଣ ଜାଣିପାରିଥିଲେ ତାଙ୍କର ମଧ୍ୟ ଶରୀର ତ୍ୟାଗ କରିବାର ସମୟ ଆସିଯାଇଛି । ଦିନେ କୃଷ୍ଣ ଗଛ ତଳେ ବସି ଧ୍ୟାନ କରୁଥିଲେ ସେହି ସମୟରେ ଜରା ନାମକ ଜଣେ ଶିକାରୀ ଶ୍ରୀ କୃଷ୍ଣଙ୍କର ପାଦ ଚିହ୍ନକୁ ଗୋଟେ ଆଖି ଭାବି ତୀର ମାରିଥିଲା ।
ଯାହା ଫଳରେ କୃଷ୍ଣ କ୍ଷତିଗ୍ରସ୍ତ ହୋଇ ପଡିଥିଲେ । ଜରା ଶିକାରୀ ଏହା ଦେଖିବା ପରେ କୃଷ୍ଣ ଙ୍କୁ କ୍ଷମା ଯାଚନା କରିଥିଲା । ସେତେବେଳେ କୃଷ୍ଣ ହସି ହସି କହିଥିଲେ ତୁମ ପୂର୍ବ ଜନ୍ମରେ ବଳି ଥିଲ ଓ ମୁଁ ଶ୍ରୀରାମ ରୂପରେ ତୁମକୁ ବିନା କାରଣରେ ମାରି ଦେଇଥିଲି । ଏଥିପାଇଁ କର୍ମ ଅନୁସାରେ କୃଷ୍ଣର ମୃତ୍ୟୁ ତାଙ୍କ ହାତରେ ଲେଖା ଯାଇଥିଲା ।