ପୂଜା କରିବା ସମୟରେ ମନରେ ଖରାପ ବିଚାର କାହିଁକି ଆସିଥାଏ ?

ବନ୍ଧୁଗଣ ପ୍ରତେକ ମଣିଷ ପ୍ରତିଦିନ ଠାକୁର ପୂଜା କରିଥାଏ । କିନ୍ତୁ ଅନେକ ସମୟରେ ବ୍ୟକ୍ତି ନ ଚାହିଁ ମଧ୍ୟ ତା ମନରେ ଅଶ୍ଳୀଳ ଓ ଖରାପ ବିଚାର ଆସିଥାଏ । ବ୍ୟକ୍ତି ଜଣକ ଭକ୍ତି ରେ ଯେତେ ଲୀନ ଥାଉ ନା କାହିଁକି ତା ମନରେ ପାପ ଭଳି ବିଚାର ଆସିଥାଏ । ସେହି ସମୟରେ ବ୍ୟକ୍ତି ଭାବି ଥାଏ କି ତାର ପୂଜା ବିଫଳ ହୋଇଗଲା । ତେବେ କଣ ସତରେ ଏମିତି ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ପୂଜା ସମୟରେ ଖରାପ ବିଚାର ଆସିଲେ କଣ ପୂଜା ବିଫଳ ହୋଇଯାଏ । ଏହା ପଛରେ କଣ ରହିଛି ସତ୍ୟତା ଆସନ୍ତୁ ଜାଣିବା ।
ଗରୁଡ ପୁରାଣ ଅନୁଯାୟୀ ମନ ୨ ପ୍ରକାରର ହୋଇଥାଏ । ଯଥା ଶୁଦ୍ଧ ମନ ଓ ଅଶୁଦ୍ଧ ମନ ହୋଇଥାଏ । ଅନେକ ସମୟରେ ପୂଜା ପାଠ କରିବା ସମୟରେ ଆମ ମନରେ କାମନା ବାସନା ଜାଗୃତ ହୋଇଥାଏ । ଯାହା ଖରାପ ବିଚାର ହୋଇଥାଏ । କାରଣ କାମନା, କ୍ରୋଧ, ଲୋଭ ଓ ମୋହ ଏପରି ହୋଇଥାନ୍ତି ଯାହା କୌଣସି ସମସ୍ୟାରେ ମନରେ ଉତପନ ହୋଇପାରେ ।
ଯଦି କୌଣସି ବ୍ୟକ୍ତି ପୂଜା କରିବା ସମୟରେ ମନରେ ଖରାପ ବିଚାର ଆସୁଛି ତେବେ ଭୟ କରିବାର ନାହିଁ । ଏମିତି କ୍ଷେତରେ ବ୍ୟକ୍ତି ନିଜର ପୂଜା ବନ୍ଦ କରିବା ଉଚିତ ନୁହେଁ । ପୂଜା କୁ ଧ୍ୟାନ ପୂର୍ବକ କରିବା ଉଚିତ । ତେଣିକି ମନରେ ଯେତେ ବି ଖରାପ ଭାବନା ବା ବିଚାର ଆସୁ ନା କାହିଁକି । କାରଣ ଏହା ଏକ ମାଧ୍ୟମ ଅର୍ଥାତ ପୂଜା ପାଠ ଏମିତି ଏକ ମାଧ୍ୟମ ଯାହା ମନକୁ ସଫା ଓ ସୁନ୍ଦର କରିବାରେ ସାହାର୍ଯ୍ୟ କରିଥାଏ ।
ତେଣୁ ଅଶୁଭ ହେବା ଭୟରେ ମନକୁ ଖଣ୍ଡିତ କରିବା ଉଚିତ ନୁହେଁ । ମନ ଅନ୍ୟ କେଉଁଠି କି ଭ୍ରମିତ ହେଲେ ମଧ୍ୟ ଭଗବାନଙ୍କ ନିକଟରେ ଧ୍ୟାନ କରନ୍ତୁ । ଦେଖିବେ ଜଲ୍ଦି ହିଁ ମନରେ ଭଲ ବିଚାର ଆସିଯିବ । ମୁକ୍ତି ଉପନିଷଦ ରେ ମଧ୍ୟ ଏହା କୁହା ଯାଇଛି କି ମଣିଷ ନିଜର ମନ କୁ ଆଧ୍ୟାତ୍ମିକ ବିଦ୍ୟା, ସତସଙ୍ଗ, ବାସନା ର ତ୍ୟାଗ ଏବଂ ପ୍ରାଣାୟମ ବିନା ବଶରେ କରି ପାରିବ ନାହିଁ ।
ତେଣୁ ପୂଜା କରିବା ସମୟରେ ମନରେ ଯେତେ ବି ଖରାପ ବିଚରା ଆସୁ ନା କାହିଁଙ୍କି କେବେ ବି ପୂଜା ଅଧୁରା ଛାଡିବା ବା ବନ୍ଦ କରିବା ଉଚିତ ନୁହେଁ । ଏହା କେବଳ ଭ୍ରମ ଅଟେ । ଯାହା ମନରେ ଉତପନ ହୋଇଥାଏ । ଯାହା ପାଇଁ ବ୍ୟକ୍ତି ଅଶୁଦ୍ଧ ମନେ କରିଥାଏ । କିନ୍ତୁ ବାସ୍ତବରେ ଏହା ଦ୍ଵାରା ପୂଜା ରେ କିଛି ଅଶୁଭ ପ୍ରଭାବ ପଡେ ନାହିଁ ।
କାରଣ ସଂସାର ରେ ଏମିତି କେହି ନାହାନ୍ତି କି ଯାହା ମନରେ ପୂଜା ସମୟରେ ଏଭଳି ଖରାପ ବିଚାର ନ ଆସିଥିବ । ତେଣୁ ପ୍ରଥମେ ନିଜ ମନକୁ ଶାନ୍ତ ରଖିବା ଉଚିତ ହୋଇଥାଏ । ତେବେ ଯାଇ ମନୁଷ୍ୟ ନିଜର ମନକୁ ବସ କରି ପାରିବ ।