ଦେଶ ବିଦେଶ

କେଉଁ ପାପ ଦ୍ଵାରା କେଉଁ ରୋଗ ହୋଇଥାଏ ? ଆପଣ ଏଭଳି କରୁ ନାହାନ୍ତି ତ?

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଥରେ ପକ୍ଷୀରାଜ ଗରୁଡ଼ ଭଗବାନ ବିଷ୍ଣୁଙ୍କ ଠାରୁ ତାଙ୍କ ଜୀବନ ବୃତ୍ତାନ୍ତ ଶୁଣି ସାରିବା ପରେ ଭକ୍ତିରେ ପ୍ରଣାମ କରି କହିଲେ, “ପ୍ରଭୁ ଆପଣଙ୍କ ଠାରୁ ଅପୂର୍ବ ବାଣୀ ଶୁଣି ମୁଁ ନିସ୍ତରି ଗଲି ”।ହେ ପ୍ରଭୁ! ପାପୀମାନେ ନର ଲୋକରେ ଜନ୍ମ ହୋଇ ମନୁଷ୍ୟ ଶରୀର ପାଆନ୍ତି ଓ ନାନାଦି ରୋଗ ଯନ୍ତ୍ରଣା ଓ ନିନ୍ଦା ଭୋଗ କରନ୍ତି।କେଉଁ ପାପ କଲେ କେଉଁ ରୋଗ ହୁଏ ? ମନୁଷ୍ୟ ଅଙ୍ଗହୀନ ,ବିକଳାଙ୍ଗ କାହିଁକି ହୁଏ ? ହେ ମହାପ୍ରଭୁ! ଦୟାକରି ସେହି ବିଷୟରେ ମୋତେ ବିସ୍ତାର ରୂପରେ କୁହନ୍ତୁ?

ପକ୍ଷୀରାଜ ଗରୁଡ଼ କଥା ଶୁଣି ଭଗବାନ ବିଷ୍ଣୁ ଅଳ୍ପ ହସି କହିଲେ କି, ହେ ପକ୍ଷୀରାଜ! ତୁମେ ଯାହା ପଚାରିଲ ତାହାକୁ ମୁଁ ବୁଝାଇ କହୁଛି ମନଦେଇ ଶୁଣ। ପୂର୍ବଜନ୍ମରେ ଯେଉଁ ପ୍ରାଣୀ ପାପ କରିଥାଆନ୍ତି, ତାହାର ଫଳ ତାଙ୍କୁ ନର୍କରେ ରହି ଭୋଗିବାକୁ ପଡ଼ିଥାଏ। ନର୍କ ଭୋଗ କରୁଥିବାପାପୀମାନେ ପୃଥିବୀ ଲୋକରେ ପୁଣି ମଣିଷ ଶରୀର ଧାରଣ କରନ୍ତି। ସେହି ଶରୀର ବହୁତ ଦୁଃଖ କଷ୍ଟ, ଯନ୍ତ୍ରଣା, ରୋଗର ପୀଡା ଭୋଗକରେ।

– ଯେଉଁମାନେ ପୂର୍ବଜନ୍ମରେ ବ୍ରାହ୍ମଣଙ୍କୁ ହତ୍ୟା କରିଥାନ୍ତି, ସେମାନଙ୍କୁ ନିଶ୍ଚିତ ଭାବରେ ପରଜନ୍ମରେ ଯକ୍ଷ୍ମା ରୋଗ ହୋଇଥାଏ।

– ଯେଉଁମାନେ ପୂର୍ବ ଜନ୍ମରେ ଗୋ ହତ୍ୟା କରିଥାନ୍ତି ସେମାନଙ୍କୁ କୁଷ୍ଠ ରୋଗ ନିଶ୍ଚିତ ଭାବେ ହୋଇଥାଏ । ଯେଉଁମାନେ ନିଜ ପୁତ୍ରକୁ ହତ୍ୟା କରିଥାନ୍ତି, ସେମାନଙ୍କୁ ଗଳିତ କୋଷ୍ଠ ହୁଏ। ଏହି ତିନି ପାପୀ ମର୍ତ୍ତ୍ୟ ରେ ଚଣ୍ଡାଳ ଘରେ ଜନ୍ମ ହୋଇଥାନ୍ତି ଓ ଏହି ରୋଗରେ ଘାଣ୍ଟି ହୁଅନ୍ତି।

– ଯେଉଁମାନେ ଗୁରୁ ପତ୍ନୀଙ୍କୁ ହରଣ କରିଥାନ୍ତି, ସେମାନେ ଭୂଲୋକରେ ନପୁଂସକ ହୋଇ ଜନ୍ମ ହୁଅନ୍ତି। ଯେଉଁମାନେ ଗର୍ଭ ନଷ୍ଟ କରିଥାନ୍ତି, ସେମାନେ ମର୍ତ୍ତ୍ୟରେ ଶବର ଘରେ ଜନ୍ମ ନେଇ ଥାଆନ୍ତି। ଏହାସହିତ ତାଙ୍କ ଶରୀରରେ କୁଣ୍ଡିଆ, ଯାଦୁ ରୋଗ ହୋଇଯାଏ।

– ଯେଉଁ ବ୍ରାହ୍ମଣ ଲୋକ ନିଜ ଇନ୍ଦ୍ରିୟର ଅଧିନରେ ରହେ, ତାକୁ ଜଳ ଉଦର ରୋଗ ହୁଏ। ଏହାସହିତ ଯେଉଁମାନେ ସୁସ୍ୱାଦୁ ଭୋଜନକୁ ଲୁଚାଇ ସେବନ କରନ୍ତି, ସେମାନଙ୍କୁ ଗଳଗଣ୍ଡ ରୋଗ ହୁଏ।

– ଯଦି ଅଶୁଦ୍ଧ କାଳରେ ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଏ, ତାହେଲେ ପିଣ୍ଡ ଦେଉଥିବା ବ୍ୟକ୍ତିର ଶରୀରରେ ଚିତ୍ର କୁଷ୍ଠ ରୋଗ ହୋଇଥାଏ।

– ଯେଉଁମାନେ ଗୁରୁଙ୍କ ଆଜ୍ଞାକୁ ଅମାନ୍ୟ କରିଥାନ୍ତି, ସେ ଅନେକ ରୋଗରେ ପୀଡିତ ହୋଇଥାନ୍ତି।ଯେଉଁ ବ୍ୟକ୍ତି ପୁରାଣ ଓ ବେଦକୁ ନିନ୍ଦା କରନ୍ତି, ତାଙ୍କୁ ପାଣ୍ଡୁ ରୋଗ ହୁଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button