ମୃତ୍ୟୁ ପୁର୍ବରୁ ମନୁଷ୍ୟ କୁ ମିଳିଥାଏ ଏହି 7ଟି ସଂକେତ… Garuda Purana

ବନ୍ଧୁଗଣ ମଣିଷ ଶରୀରରେ ଥିବା ଆତ୍ମା ଅଙ୍ଗାର ଅଟେ ଯାହାକୁ କେହି କେବେ ମାରିପାରିବେ ନାହିଁ । କିନ୍ତୁ ମଣିଷର ଶରୀରର ମୃତ୍ୟୁ ଦିନେ ନା ଦିନେ ନିଶ୍ଚୟ ହୋଇଥାଏ । ଯାହାର ଜନ୍ମ ହୋଇଥାଏ ତାର ମୃତ୍ୟୁ ନିଶ୍ଚିନ୍ତ ଅଟେ । ଯେଉଁ ସମୟରେ ମଣିଷ ଭୌତିକ ସଂସାରରେ ଜନ୍ମ ନିଏ ସେହି ସମୟରେ ତାର ମୃତ୍ୟୁର ସମୟ ଓ କାରଣ ନିଶ୍ଚିନ୍ତ ହୋଇଥାଏ । ମୃତ୍ୟୁ ଏମିତି ଏକ ସତ୍ୟ ଯାହାକୁ ଜାଣିବା ପାଇଁ ପ୍ରତେକ ମଣିଷ ଇଚ୍ଛା ରଖିଥାଏ ।
ମୃତ୍ୟୁ ପରେ କଣ ହୁଏ ତାହା ଜାଣିବାକୁ ମଣିଷ ଇଚ୍ଛା କରିଥାଏ । ଆଜି ଆମେ ଆପଣଙ୍କୁ କହିବୁ ଗରୁଡ ପୁରାଣ ଅନୁଯାୟୀ ମୃତ୍ୟୁ ପୂର୍ବରୁ ମଣିଷକୁ କେଉଁ କେଉଁ ସଂକେତ ମିଳିଥାଏ । ୧- ଯେବେ ମଣିଷର ମୃତ୍ୟୁ ନିକଟତର ହୁଏ ତେବେ ତାର ଛାଇ ସାଥ ଛାଡି ଦିଏ । ଏପରି ମଣିଷକୁ ତେଲ ଓ ପାଣିରେ ନିଜର ଛାଇ ଦେଖାଯାଏ ନାହିଁ । ତେବେ ଜାଣି ନିଅନ୍ତୁ ଏହି ସଙ୍କେତ ମିଳିଲେ ମୃତ୍ୟୁ ନିକଟତର ହୋଇଆସୁଛି ।
୨- ଯେବେ କୌଣସି ବ୍ଯକ୍ତିର ମୃତ୍ୟୁ ନିକଟତର ହୁଏ ତେବେ ତାକୁ ତାର ଆଖପାଖରେ ନିଜର ପୂର୍ବଜ ବା ପୂର୍ବ ପୁରୁଷ ମାନେ ଦେଖା ଦିଅନ୍ତି ବା ଅନୁଭବ ହୁଏ । ସେହି ବ୍ଯକ୍ତିର ମୃତ୍ୟୁ ନିକଟତର ହେବାର ଏହା ଅନ୍ୟତମ ସଂକେତ ଅଟେ ।
୩- ଯେବେ ମଣିଷର ମୃତ୍ୟୁ ନିକଟବର୍ତ୍ତୀ ହୁଏ ତେବେ ଶରୀରରୁ ଅଜବ ପ୍ରକାରର ଗନ୍ଧ ଆସିଥାଏ । ଯାହା ପୂର୍ବରୁର ହୁଏ ନାହିଁ ।
୪- ଯଦି କୌଣସି ମଣିଷର ମୃତ୍ୟୁ ନିକଟତର ହୁଏ ତେବେ ନିଜ ମୁହଁ ଆଇନାରେ ଦେଖିବା ବେଳେ ତାର ଚେହେରା ସ୍ଥାନରେ ଅନ୍ୟ କାହାର ମୁହଁ ଦେଖାଯାଏ କିମ୍ବା ତାର ବିକ୍ରତା ଚେହେରା ଦେଖାଯାଏ । ଏହି ଆଇନା ମଣିଷର ମୃତ୍ୟୁ ର ସଂକେତ ଦେଇଥାଏ ।
୫- ଯେବେ ମଣିଷର ମୃତ୍ୟୁ ସମୟ ପାଖେଇ ପାଖେଇ ଆସେ ତେବେ ତାର ଶରୀରର ହଳଦିଆ ବା ହାଲକା ନାଲି ଦେଖାଯାଏ ଏବଂ ତ୍ଵଚା ଶୁଖିଯାଏ । ଆଦି କେହି ଖରାପ କର୍ମ କରିଥାଏ ତାକୁ ନର୍କ କୁ ଯିବା ପୂର୍ବରୁ ସଂକେତ ଆଗୁଆ ମିଳିଥାଏ । କାରଣ ତ୍ଵଚା ଜଳିବାକୁ ଲାଗିଥାଏ ।
୬- କାହାର ମୃତ୍ୟୁ ପାଖେଇ ଆସିଲେ ତାକୁ ସୂର୍ଯ୍ୟ ବା ଚନ୍ଦ୍ରମା ଙ୍କ କିରଣ ଦେଖାଯିବା ବନ୍ଦ ହୋଇଯାଏ । ଅନେକ ଥର ମଣିଷ କୁ ଚନ୍ଦ୍ରମା ଭାଙ୍ଗି ଯାଇ ଥିବାର ନଜର ଆସେ ।
୭- ଯେବେ ମଣିଷର ମୃତ୍ୟୁ ନିକଟରରର ହୋଇଯାଏ ସେତେବେଳେ ମଣିଷର ଜିଭ ଥୋଡି ପାଖକୁ ଆସେ ଓ ଆଖି ବାହାରକୁ ବାହରିଆ ଆସେ । ଯେବେ ମଣିଷର ମୃତ୍ୟୁ ନିକଟରର ହୁଏ ତାର ଆଖି ର ଦ୍ରୁଷ୍ଟି ଏତେ କମ ହୁଏ କି ଆଖପାଖର ଲୋକେ ଦେଖା ଯାଆନ୍ତି ନାହିଁ । କାରଣ ଆଖିର ରଶ୍ମୀ କମ ହୋଇଯାଏ ।
ତେଣୁ ଯେଉଁ ବ୍ୟକ୍ତି ଜୀବନରେ ଭଲ କର୍ମ କରିଥାଏ ତାକୁ ମୃତ୍ୟୁ ପୂର୍ବରୁ ଏକ ଦିବ୍ୟ ରଶ୍ମୀ ଦେଖାଯାଏ ।