ବିଚାର

ଘରୁ ଵାହାରିବା ପୂର୍ବରୁ କରନ୍ତୁ ଏହି ବିଶେଷ ଉପାୟ , ନିଶ୍ଚିତ ମିଳିବ ସଫଳତା

ପ୍ରତ୍ୟେକ ମନୁଷ୍ୟ ନିଜ ଜୀବନରେ ସଫଳତାର ପାହାଚ ଚଢ଼ିବାକୁ ଚାହିଁଥାଏ। ଏବଂ ଏଥିପାଇଁ ସେ ଯଥାସମ୍ଭବ ଚେଷ୍ଟା ମଧ୍ୟ କରିଥାଏ। କିନ୍ତୁ ଅନେକଥର ଯଥେଷ୍ଟ ପରିଶ୍ରମ ପରେ ମଧ୍ୟ ଭାଗ୍ୟର ସହାୟତା ମିଳେ ନାହିଁ। ଏବଂ ଲୋକେ ସଫଳତାର ସ୍ୱାଦ ଚାଖୁ ଚାଖୁ ରହିଯାଆନ୍ତି। କଠିନ ପରିଶ୍ରମ ପରେ ମଧ୍ୟ ସେହି ଫଳ ମିଳିନଥାଏ , ଯାହାର ଆଶା ରହିଥାଏ। ଏଭଳି ପରିସ୍ଥିତିରେ କିଛି ଉପାୟ ରହିଛି , ଯାହାର ଅନୁସରଣ କରିବା ଦ୍ୱାରା ସହଜରେ ସଫଳତା ହାସଲ କରାଯାଇ ପାରିବ। ଆଜିର ଏଥିରେ ଆମେ ଆପଣଙ୍କୁ ସେହି ଉପାୟ ଗୁଡିକ ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କୁ ସଫଳତାର ଗ୍ୟାରେଣ୍ଟି ଦେଇଥାଏ। ଏଥିପାଇଁ ଆବଶ୍ୟକ ଯେତେବେଳେ ଆପଣ ଘରୁ ବାହାରକୁ କୌଣସି ଆବଶ୍ୟକୀୟ କାର୍ଯ୍ୟ ପାଇଁ ଯାଉଛନ୍ତି , ସେତେବେଳେ ଘରୁ ବାହାରିବା ପୂର୍ବରୁ କିଛି ବିଶେଷ କଥା ଉପରେ ଧ୍ୟାନ ଦିଅନ୍ତୁ।

ବଡ଼ ମାନଙ୍କର ଆଶୀର୍ବାଦ ନିଅନ୍ତୁ:-

ଏଥିପାଇଁ ଆବଶ୍ୟକୀୟ ଏହା ଯେ ଯେତେବେଳେ ଘରୁ ବାହାରକୁ ଯାଉଛନ୍ତି , ବଡ଼ ମାନଙ୍କର ଆଶୀର୍ବାଦ ନିଶ୍ଚିତ ଭାବରେ ନିଅନ୍ତୁ। କୁହାଯାଏ ଯେ ଘରର ବଡ଼ ମାନଙ୍କର ଆଶୀର୍ବାଦରେ ସୌଭାଗ୍ୟ ରହିଥାଏ। ଯାହାଦ୍ୱାରା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ।

Google

ଗଣେଶଙ୍କୁ ଧ୍ୟାନ କରନ୍ତୁ:-

ଏହା ବ୍ୟତୀତ ଯେବେ ମଧ୍ୟ ଘରୁ କୌଣସି ଅତ୍ୟାବଶ୍ୟକ କାମ ପାଇଁ ବାହାରୁଛନ୍ତି , ସେତେବେଳେ ‘ଶ୍ରୀ ଗଣେଶାୟ ନମଃ’ ଉଚ୍ଚାରଣ କରି ଯେଉଁ ଦିଗକୁ ଯିବାର ଅଛି , ସେହି ଦିଗର ଓଲଟା ଦିଗରେ ୪ ପାଦ ଚାଲନ୍ତୁ। ଏଭଳି କରିବା ଦ୍ୱାରା ଆପଣ ଯେଉଁ କାମ କରିବାକୁ ଯାଉଛନ୍ତି , ତାହା ନିଶ୍ଚିତ ଭାବରେ ସଫଳ ହୋଇଥାଏ।

ଦହି କିମ୍ବା ଚିନି ଖାଇ ବାହାରକୁ ଯାଆନ୍ତୁ:-

ଯେହେତୁ ଦହିକୁ ଚନ୍ଦ୍ରର କାରକ ଭାବରେ ବିବେଚନା କରାଯାଏ।ସେଥିପାଇଁ କୌଣସି ଶୁଭ କାମ ପାଇଁ ଘରୁ ବାହାରକୁ ଯାଉଥିଲେ , ଦହି ଏବଂ ଚିନି ଖାଇ ଘରୁ ବାହାରକୁ ଯିବା ଉଚିତ। ଏହାଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ଡାହାଣ ପାଦକୁ ପ୍ରଥମେ ବାହାରେ ରଖନ୍ତୁ:-

ସାଧାରଣତଃ ବିଶ୍ୱାସ କରାଯାଏ ଯେ ଯେତେବେଳେ କୌଣସି କାମ ପାଇଁ ଘରୁ ବାହାରକୁ ଯାଉଛନ୍ତି , ସର୍ବପ୍ରଥମେ ଡାହାଣ ପାଦକୁ ବାହାରେ ରଖାଯିବା ଉଚିତ ଏବଂ ତାପରେ ବାମ ପାଦକୁ ବାହାରେ ରଖିବା ଉଚିତ। ଏଭଳି କରିବା ଶୁଭ ବୋଲି ବିବେଚନା କରାଯାଏ।

Google

ମାଠିଆ ଦେଖିବା ହୋଇଥାଏ ଶୁଭ:-

ଧାର୍ମିକ ବିଶ୍ୱାସ ଅନୁଯାୟୀ , କୌଣସି କାମ ପାଇଁ ଘରୁ ବାହାରିବା ସମୟରେ ଆପଣ ଯଦି ରାସ୍ତାରେ ମାଠିଆ କିମ୍ବା ସୁରେଇ ଦେଖନ୍ତି , ତେବେ ଏହାକୁ ଶୁଭ ସଙ୍କେତ ଭାବରେ ବିବେଚନା କରାଯାଏ। ଏବଂ ପ୍ରତ୍ୟେକ କାର୍ଯ୍ୟ ସଫଳ ହୋଇଥାଏ। ସେଥିପାଇଁ ଚେଷ୍ଟା କରନ୍ତୁ ଯେ ଯେତେବେଳେ ମଧ୍ୟ ଆପଣ କିଛି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଘରୁ ବାହାରକୁ ଯାଆନ୍ତି , ସେତେବେଳେ ମାଠିଆ କିମ୍ବା ସୁରେଇ ଦେଖିଯିବେ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button