ନୀତି

ଅଧା ବିଛଣା ଭଡ଼ାରେ ଲଗାଉଛନ୍ତି ଅଷ୍ଟ୍ରେଲୀୟ ମହିଳା ! – Utkal Mail


ଟଙ୍କାକୁ ସର୍ବାଧିକ ପ୍ରାଧାନ୍ୟ ଦେଉଥିବା ଲୋକମାନେ ପ୍ରତିକୂଳ ପରିସ୍ଥିତିକୁ ରୋଜଗାରର ଅବସରରେ ପରିଣତ କରିବାକୁ ସକ୍ଷମ ବୋଲି ଅନେକେ ବିଶ୍ବାସ କରନ୍ତି। ସେଭଳି ଜଣେ ମହିଳା ହେଉଛନ୍ତି ଅଷ୍ଟ୍ରେଲିଆର ମୋନିକ୍ ଜେରେମିଆ। ସେ ଏକ ଉଦ୍ଭଟ ଉପାୟରେ ମାସକୁ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି। ସେ ଅନୁସରଣ କରୁଥିବା ପନ୍ଥାର ନାମ ହେଉଛି ‘ହଟ୍‌ ବେଡିଙ୍ଗ୍‌’। ମୋନିକ୍ କରୋନା ମହାମାରୀ ବେଳେ ଖୁବ୍ ଏକୁଟିଆ ଅନୁଭବ କଲେ। ବିଛଣାରେ ସେ ଏକା ଶୋଉଥିବାରୁ ତାହାର ଅଧିକାଂଶ ଭାଗ ଅବ୍ୟବହୃତ ରହୁଥିଲା। ତେଣୁ ସେ ତାକୁ ଭଡ଼ାରେ ଲଗାଇବାର ନିଷ୍ପତ୍ତି ନେଲେ।

ଅନ୍ତର୍ଜାତୀୟ ପତ୍ରିକା ‘ଡେଲି ଷ୍ଟାର୍‌’ରେ  ପ୍ରକାଶିତ ରିପୋର୍ଟ ଅନୁସାରେ ତାଙ୍କ ସହ ଅଧା ବିଛଣାରେ ଶୋଇବାକୁ ଇଚ୍ଛୁକ ବ୍ୟକ୍ତିଙ୍କ ଠାରୁ ସେ ଯେଉଁ ପାଉଣା ନେଇଥାନ୍ତି ସେଥିରୁ ସେ ମାସକୁ ପାଖାପାଖି ୪୨ ହଜାର ଟଙ୍କା ରୋଜଗାର କରୁଛନ୍ତି। ମୋନିକ୍‌ଙ୍କ ବିଛଣାରେ ଶୋଇବା ଲାଗି ନାନା କଟକଣା ପାଳନ କରିବାକୁ ପଡ଼େ। ଏଥିରେ କୌଣସି ଶାରୀରିକ ସ୍ପର୍ଶ କିଂବା ରୋମାଣ୍ଟିକ୍ କ୍ରିୟାକଳାପ  ଆଶା କରିବା ଭୁଲ୍ ବୋଲି ମୋନିକ୍ ଗ୍ରାହକଙ୍କୁ ପ୍ରଥମରୁ ଜଣାଇଦିଅନ୍ତି। ସେ ଅଜଣା ଲୋକଙ୍କ ସହିତ ରାତି କାଟିବାର ବିପଦ ସମ୍ପର୍କରେ ମଧ୍ୟ ସଚେତନ। ତେଣୁ ଲୋକଙ୍କ ସ୍ବଭାବ ଜାଣିବା ପରେ ହିଁ ସେମାନଙ୍କୁ ନିମନ୍ତ୍ରଣ କରିଥାନ୍ତି।

ଆଗରୁ ଶୁଣାଯାଇନଥିବା ଏଭଳି ବ୍ୟବସାୟ କରି ଚର୍ଚ୍ଚାରେ ଅଛନ୍ତି ଜେରେମିଆ। ତେବେ ଏହି ‘ହଟ୍ ବେଡିଙ୍ଗ୍’ କାରବାର କ୍ରମଶଃ ବଢ଼ୁଥିବା ଜାଣିବାକୁ ମିଳିଛି।




Related Articles

Leave a Reply

Your email address will not be published. Required fields are marked *

Back to top button