ଦେଶ ବିଦେଶ

ମୋଦୀଙ୍କ ସହ ଚା ପିଇବାକୁ ଚାହିଁବି : ପୁଟିନ

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ସେ ଆମେରିକାର ଆଗାମୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ସେ ମଧ୍ୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରସଂଶା କରିଛନ୍ତି । ସେ କହିଛନ୍ତି ଯେ ମୋଦୀ ତାଙ୍କର ବିଶେଷ ବନ୍ଧୁ, ତାଙ୍କ ସହ ଚା ପିଇବାକୁ ସେ ଚାହାନ୍ତି ।

ପୁଟିନ୍ କହିଛନ୍ତି, ଗତ ୪ ବର୍ଷ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ମୋର କୌଣସି କଥାବାର୍ତ୍ତା ହୋଇନାହିଁ। କିନ୍ତୁ ତାଙ୍କ ସହ ସମ୍ଭାବ୍ୟ କଥାବାର୍ତ୍ତା ପାଇଁ ମୁଁ ସମ୍ପୂର୍ଣ୍ଣ ଖୋଲା ଅଛି । କୁହାଯାଉଛି ଯେ ଟ୍ରମ୍ପ ପ୍ରଶାସନ ୟୁକ୍ରେନ ସଙ୍କଟର ଅନ୍ତ ପାଇଁ ପୁଟିନଙ୍କୁ ମନାଇବା ପାଇଁ ପ୍ରସ୍ତୁତି ଚଳାଇଛି । ଏହି ଅବସରରେ ପୁଟିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ଏକ ବିଶେଷ ସମ୍ପର୍କ ରହିଛି ବୋଲି କହିଥିଲେ।
ପ୍ରତିବର୍ଷ ଶେଷରେ ରାଷ୍ଟ୍ରପତି ପୁଟିନ୍ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥାନ୍ତି। ଦକ୍ଷିଣ କୁର୍ସ୍କ ଅଞ୍ଚଳରେ ୟୁକ୍ରେନରୁ ରୁଷୀୟ ସେନା କେବେ ପ୍ରତ୍ୟାହାର କରିବ ତାହା କହିବାକୁ ପୁଟିନ୍ ମନା କରିଦେଇଛନ୍ତି, କିନ୍ତୁ ତାଙ୍କ ସେନା ଆଗକୁ ବଢ଼ୁଛି ବୋଲି କହିଛନ୍ତି।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button