ଓଡିଶା

ଜଙ୍ଗଲ ରୁ ମହିଳା ଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଵଣାଇଁ,୬/୯/୨୨ : ଟୀକାୟତ ପାଲି ଥାନା ଅନ୍ତର୍ଗତ ଦେବଗଡ଼ ଏବଂ ବଣାଇ ସୀମା ନିକଟରେ ଥିବା  ଜଙ୍ଗଲ ରୁ ଜଣେ ମହିଳା ଙ୍କ କ୍ଷତ ବିକ୍ଷତ ମୃତ ଦେହ ଠାବ ହୋଇଛି  କେହି ଦୃବୃତ୍ତ ଏହି ମହିଳା ଙ୍କୁ ମାରି ଫୋପାଡ଼ି ଦେଇ ଥିବା ସନ୍ଦେହ କରାଯାଉଥିବା ବେଳେ  କେଉଁ କାରଣ ରୁ ଏହି ହତ୍ୟା କାଣ୍ଡ ହୋଇଛି ତାହା ଜଣା ପଡ଼ିନାହିଁ, ମହିଳା ଜଣକ ଟିକାୟତ ପାଲି ଥାନା ତିଳେଇବଣି ନିକଟ କାଟେଇ ଗ୍ରାମର ପଠାଣି ଭୁୟାଁ ବୋଲି ଜଣାପଡ଼ିଛି । ସ୍ୱାମୀ ମରିଗଲା ପରେ ଏକ ମାତ୍ର ଶିଶୁ ପୁତ୍ର କୁ ନେଇ ଚଳିବା ସହିତ ଏଠି ସେଠି ମୁଲ ଲାଗି ନିଜର ଗୁଜୁରାଣ ମେଣ୍ଟାଉଥିଲା | ଆଜି ଏହି ମହିଳା ଙ୍କ ମୃତ ଦେହ ମିଳିବା ଏବଂ ମୃତ  ସ୍ଥାନରୁ ଅନ୍ୟ ସ୍ଥାନକୁ ଘୋଷାରି ଘୋଷାରି ନେଇ ଫୋପାଡ଼ି ଦେବା ନେଇ  ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଜଣା ପଡ଼ିଛି ଖବର ପାଇ ଟିକାୟତପାଲ୍ଲି ଥାନା ଅଧିକାରୀ, ବଣାଇ ଉପଖଣ୍ଡ ପୋଲିସ ଅଧିକାରୀ କଂ ସହିତ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button