ଦେଶ ବିଦେଶ

ଗରୁଡସ୍ତମ୍ଭ କେଉଁଥିରେ ନିର୍ମିତ ଓ ଆଲିଙ୍ଗନ କରିଲେ କେଉଁ ଲାଭ ମିଳେ ? Dr. Sharat Kumar Mohanty

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଶ୍ରୀ କ୍ଷେତ୍ର ପୁରୀ ରେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ଙ୍କ ମନ୍ଦିର ରହିଛି । ଭକ୍ତ ମାନେ ମହାପ୍ରଭୁ ଙ୍କୁ ଦର୍ଶନ କରିବାକୁ ଯିବା ପୂର୍ବରୁ ପ୍ରଥମେ ଗରୁଡ ସ୍ତମ୍ବ କୁ ଆଲିଙ୍ଗନ କରିଥାନ୍ତି । ତା ପରେ ମନ୍ଦିର ଭିତରୁ ପ୍ରବେଶ କରିଥାନ୍ତି । ଆଜି ଆମେ ଆପଣଙ୍କୁ କହିବୁ ଗରୁଡ ଖୁମ୍ବ କୁ ନେଇ ଗୁପ୍ତ ରହସ୍ୟ ବିଷୟରେ । ମାନ୍ୟତା ଅଛି ଗରୁଡ ଖୁମ୍ବ କୁ ଆଲିଙ୍ଗନ କରିବା ମହାପ୍ରଭୁ ଙ୍କୁ ଆଲିଙ୍ଗନ କରିବା ସହ ସମାନ ।

କାହିଁକି ନା ମହାପ୍ରଭୁ ରତ୍ନ ସିଂହାସନ ରେ ବିରାଜମାନ କରିଥାନ୍ତି । ଭକ୍ତ ଚାହିଁଲେ ବି ମହାପ୍ରଭୁ ଙ୍କୁ କେବେ ସ୍ପର୍ଶ କରି ପାରିବ ନାହିଁ । କେବଳ ଦେଖି ପାରିବେ । ତେଣୁ ଗରୁର ଖୁମ୍ବ କୁ ଆଲିଙ୍ଗନ କରି ଭକ୍ତ ମାନେ ମହାପ୍ରଭୁ ଙ୍କ ସାନିଧ୍ୟ ଲାଭ କରିବାକୁ ଚେଷ୍ଟା କରିଥାନ୍ତି । ଏହି ଗରୁଡ ସ୍ତମ୍ବ ଆଜିକା ଦିନରେ ବୈଜ୍ଞାନିକ ମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ତାହା କାଠ, ପ୍ରସ୍ତର ନିର୍ମିତ ଅଟେ । ତାହା ଆଜି ଯାଏଁ ଜଣା ପଡି ନାହିଁ ।

ତେବେ ଜୀବାଶ୍ମ ବା ଗରୁଡ ମଣି ରେ ଗରୁଡ ଖୁମ୍ବ ପ୍ରସ୍ତୁତ ହୋଇଛି । ଯାହା କୁ ମଝିରେ ଫାଟ ସୃଷ୍ଟି ହୋଇଛି । ଯେମିତି ଗଛ ମଝିରେ ଗଣ୍ଠି ରହିଥାଏ ସେମିତି ମଧ୍ୟ ଗଣତି ପ୍ରତିମାନ ହୋଇଥାଏ ଗରୁଡ ସ୍ତମ୍ବ ରେ । ଯେବେ ଭକ୍ତ ଟି ଗରୁଡ ସ୍ତମ୍ବ କୁ ଆଲିଙ୍ଗନ କରେ ସେତେବେଳେ ଅନେକ ପୂଣ୍ୟ ଲାଭ କରିଥାଏ ।

ଯେବେ କନ୍ଦର୍ପ ରଥରେ ମହାପ୍ରଭୁ ବିଜେ କରି କୁ ମୁରଲୀ ବଜାଉ ଥିଲେ ସେତେବେଳେ ନିଶାର୍ଦ୍ଧ ରେ ଗୋପ ଗଉଡୁଣୀ ମାନେ ତାଙ୍କ ରଥରେ ସାମିଲ ହେବା ପାଇଁ ନିଜ ସ୍ଵାମୀ, ଶାଶୁ ମାନଙ୍କର ଅଗୋଚର ରେ ସେମାନେ ବୃନ୍ଦାବନ ଧାମରେ ଥିବା ନୀପୋମୂଳ କୁ ଯାଉଥିଲେ । ଛୋଟୀ ଗୋପାଳୁଣୀ କୁ ଯେବେ ତା ସ୍ଵାମୀ ଧରି ପକାଇ ଥିଲା ଏବଂ ଅଜସ୍ର ଅସଭ୍ୟ ଭାଷାରେ ତାକୁ ଗାଳି ଗୁଲଜ କରିଥିଲା ସେତେବେଳେ ମହାପ୍ରଭୁ ଙ୍କ କନ୍ଦର୍ପ ରଥରେ ସେ ଭାଗ ନେଇପାରି ନ ଥିବାରୁ ନିଜକୁ ଆତ୍ମହୁତି ଦେଇଥିଲା ।

ମଥା ପିଟି ପିଟି ଗୋପାଳୁଣୀ ଯେଉଁ ଗଛରେ ନିଜର ଜୀବନ ହାରିଥିଲା ମହାପ୍ରଭୁ ତାର ସ୍ମୃତି ହିସାବ ରେ ଗରୁଡ ଖୁମ୍ବ କରି ଶ୍ରୀ ମନ୍ଦିର ରେ ରଖିଛନ୍ତି ଏମିତି କିଛି ପୌରାଣିକ ମାନ୍ୟତା ଅଛି । ଯାହାକୁ ଆଲିଙ୍ଗନ କରି ଭକ୍ତ ମାନେ ପରମ ସୁଖ ପାଉଛନ୍ତି । ମହାପ୍ରଭୁ ଙ୍କର ଯେବେ ସକାଳ ଆରତୀ ସମୟରେ ମଇଲମ ହୋଇଥାନ୍ତି ଏବଂ ସ୍ନାନ କରିଥାନ୍ତି ।

ସ୍ନାନ ସରିବା ପରେ ଗରୁଡ ଙ୍କର ସ୍ନାନ ହୋଇଥାଏ । ଗରୁଡ ଙ୍କ ସ୍ନାନ ଜଳ ପାଇବା ପାଇଁ ଭକ୍ତ ମାନେ ଚାରିପଟେ ଘେରି ରହିଥାନ୍ତି । ଏହା ପରେ ମହାପ୍ରଭୁ ନିଜର ବେସ ଧାରଣ କରିଥାନ୍ତି । ତା ପରେ ଅନ୍ୟାୟ ନୀତି ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button