ଜୀବନଶୈଳୀ

ଭୀମପୁରର ଶୋଚନୀୟ ଆଇଟିଆର ରାସ୍ତା ନବୀକରଣ ଦାବି

ବାଲେଶ୍ୱର : ଗ୍ରାମ୍ୟ ଉନ୍ନୟନ (ଆରଡି) ବିଭାଗର ତ୍ରୁଟିପୂର୍ଣ୍ଣ ରାସ୍ତା ନବୀକରଣ ଓ ମରଣଯନ୍ତା ପାଲଟିଥିବା ପ୍ରତିରକ୍ଷା ବିଭାଗ ‘ଆଇଟିଆର’ ରାସ୍ତା ମରାମତି ଦାବିରେ ସୋମବାର ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି ସଦର ବ୍ଲକ ଅନ୍ତର୍ଗତ ରସାଳପୁର ପଞ୍ଚାୟତର ଭୀମପୁର ଗ୍ରାମବାସୀ । ସେମାନଙ୍କ ଅଭିଯୋଗ ଅନୁସାରେ ଗତ ୬ମାସ ପୂର୍ବରୁ ରସାଳପୁରରୁ ଭୀମପୁରକୁ ସଂଯୋଗ କରୁଥିବା କଂକ୍ରିଟ ରାସ୍ତାର ମାତ୍ର ୪ଶହଫୁଟ ଆରଡି ବିଭାଗ ନବୀକରଣ କରିଥିଲା । ପୁରୁଣା ରାସ୍ତାର ସଂଯୋଗ ସ୍ଥଳରେ ଫୁଟେ ଉଚ୍ଚା କରିବା ଓ ତାହାର ଗଡ଼ାଣିକୁ ମାତ୍ର ୨ଫୁଟ ମଧ୍ୟରେ ଶେଷ କରିବା ଯୋଗୁଁ ଇତିମଧ୍ୟରେ ୧୫/୧୦ ଜଣ ବାଇକ ଆରୋହୀ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ତୁରନ୍ତ ମରାମତି କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ସେହିଭଳି ୧୯୮୯ ମସିହାରେ ଆଇଟିଆର ଦ୍ୱାରା ନିର୍ମାଣ କରାଯାଇଥିବା କ୍ୟାମେରା ହାଉସ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ବେଳେ ଲୋକେ ଏହି ରାସ୍ତାରେ ଯା’ଆସ କରିବା ଛାଡ଼ି ଦେଲେଣି । ଏମିତିକି ଅଗ୍ନିଶମ ଗାଡ଼ି ହେଉ କି ଆମ୍ବୁଲାନ୍ସ ହେଉ ଭୀମପୁର ଗ୍ରାମକୁ କୌଣସି ଜରୁରୀକାଳୀନ ଗାଡ଼ି ଆସିପାରୁ ନାହିଁ । ଆଇଟିଆର ପ୍ରତିଷ୍ଠା ଠାରୁ ଆରମ୍ଭ କରି ଅଦ୍ୟାବଧି ପ୍ରତିଟି କ୍ଷେପଣାସ୍ତ୍ର ପରୀକ୍ଷା ବେଳେ ଭୀମପୁରବାସୀ ଜିଲା ପ୍ରଶାସନକୁ ସହଯୋଗ କରିଆସୁଛନ୍ତି । ମାତ୍ର ଆଇଟିଆର ଦ୍ୱାରା ତିଆରି ହୋଇଥିବା ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହେବା ପରେ ବି ପ୍ରତିରକ୍ଷା ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ ଏହାର ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆ ନ ଯିବା ଦୁର୍ଭାଗ୍ୟର ବିଷୟ ବୋଲି ଗ୍ରାମବାସୀମାନେ କହିଛନ୍ତି । ତୁରନ୍ତ ଏ ବାବଦରେ ଉଚିତ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।ଏହି ଅବସରରେ ଗ୍ରାମବାସୀଙ୍କ ପକ୍ଷରୁ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକଙ୍କୁ ପ୍ରଦାନ କରାଯାଇଥିଲା । ଦାବିପତ୍ର ପ୍ରଦାନ ବେଳେ ପୂର୍ବତନ ସରପଞ୍ଚ ଜୀବନ କୃଷ୍ଣ ମହାପାତ୍ର, ପ୍ରାଣବନ୍ଧୁ ଦାସ, ଅନଙ୍ଗଭୀମ ଦାସ, ବିକର୍ତ୍ତନ ସ, ବିଦ୍ୟାଧର ପ୍ରଧାନ, ଲକ୍ଷ୍ମଣ ଦାସ, କଟିଆ ପରିଡ଼ା, ବାଇନ ଦାସ ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button