ବିଚାର

ସକାଳୁ ଉଠିବା ପରେ କେବେ ବି କରନ୍ତୁ ନାହିଁ ଏହି ଭୁଲ ଆସିଥାଏ ଗରିବୀ

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ଦ୍ଵାରା ଯେମିତି ହୋଇଥାଉ ନା କାହିଁକି କିନ୍ତୁ ଘରର ମୁଖ୍ୟଦ୍ଵାର ସବୁଠାରୁ ବଡ ହେବା ସହ ଦୁଇଟି କବାଟ ଲାଗିଥିବା ଉଚିତ । ମୁଖ୍ୟଦ୍ଵାର ସର୍ବଦା ସଫା ସୁତୁରା ରଖିବା ଦ୍ଵାରା ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ମୁଖ୍ୟଦ୍ବାରର ଦିଶା ସଠିକ ରହିଲେ ଜୀବନରେ ସୁଖ ସମୃଦ୍ଧି ଆସିଥାଏ । ଆଜି ଆମେ ଆପଣଙ୍କୁ କହିବି ସକାଳୁ ଉଠିବା ପରେ ମହିଳା ମାନେ କେଉଁ କେଉଁ କାର୍ଯ୍ୟ କରିବା ଉଚିତ ଓ ଅନୁଚିତ ହୋଇଥାଏ ।

1- ସକାଳୁ ଉଠିବା ପରେ ମୁଖ୍ୟଦ୍ଵାର ଆଗରେ ଗଙ୍ଗା ଜଳ ପକାଇ ସଫା ରଖିବା ଦ୍ଵାରା ଘରର ପବିତ୍ରତା ବୃଦ୍ଧି ପାଇଥାଏ ।

2- ଶନିବାର ଓ ରବିବାରରେ ମୁଖ୍ୟଦ୍ଵାରରେ ଝାଡୁ ଲଗାଇବା ପୂର୍ବରୁ ପ୍ରଥମେ ପାଣି ପକାଇବା ଉଚିତ । ମୁଖ୍ୟଦ୍ୱାରର କାନ୍ଥ ନାଲି, ହଳଦିଆ, ମେରୁନ ରଙ୍ଗ ହେବ ଉଚିତ ।

3- ଗୁରୁବାର ଦିନ ପାଣିରେ ଲୁଣ ପକାଇ ଘରେ ପୋଛା ମାରିବା ଅନୁଚିତ । ଏହି ଦିନ ହଳଦୀ ପକାଇ ଘରେ ପୋଛା ଲଗାଇଲେ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

4- ସୋମବାର ଦିନ ମୁଖ୍ୟଦ୍ଵାରରେ ଆମ୍ବ ପତ୍ରର ତୋରଣ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ । ଘରେ ଥିବା ସ୍ୱାସ୍ଥ୍ୟ ସମସ୍ଯା ଦୂର ହୋଇଥାଏ । ଗୁରୁବାରରେ ଅଶୋକ ପତ୍ରର ତୋରଣ ଲଗାଇଲେ ଧନର ଅଭାବ ହୁଏ ନାହିଁ ।

5- ଭଗବାନ ଗଣେଶଙ୍କ ମୂର୍ତ୍ତି ଘରର ମୁଖ୍ୟଦ୍ଵାରରେ ଲଗାଇବା ଉଚିତ । କିନ୍ତୁ ଗଣେଶ ଜୀ ଙ୍କ ମୁଖ ଭିତରକୁ ରହିବା ଉଚିତ । କେବଳ ପୂଜା ଘରେ ଦେବୀ ଦେବତାଙ୍କ ଫୋଟୋ ରଖିବା ଉଚିତ । ହିଂସ୍ର ପଶୁ, ପାହାଡ, ଝରଣା ଚିତ୍ର ଥିବା ପେଣ୍ଟିଙ୍ଗ ଲଗାଇବା ଅନୁଚିତ ।

6- ଘରର ମୁଖ୍ୟଦ୍ବାରର ଦୁଇ ପାର୍ଶ୍ଵରେ ସୋରିଷ ତେଲ, ସିନ୍ଦୁର କିମ୍ବା ଘିଅରେ ସିନ୍ଦୁର ମିଶାଇ ସ୍ଵସ୍ତିକ ଚିହ୍ନ ଆଙ୍କିବା ଉଚିତ । ଏରୁଣ୍ଡି ବନ୍ଧରେ ହଳଦୀ ଓ ଚାଉଳରେ ପେଷ୍ଟ ତିଆରି କରି ଓମ ଲେଖିଲେ ନେଗେଟିଭ ଶକ୍ତିର ନାସ ହୋଇଥାଏ ।

7- ଘରର ଅଗଣାରେ ତୁଳସୀ ଗଛ ଲଗାଇଲେ ସ୍ୱାସ୍ଥ୍ୟ ସମସ୍ଯା ଦୂର ହେବା ସହ ଉନ୍ନତି ହୋଇଥାଏ । ଘରର ମୁଖ୍ୟଦ୍ଵାରରେ ଯଦି ସ୍ଥାନ ଅଛି ତେବେ ଅନ୍ୟ ଗଛ ଲଗାଇପାରିବେ ।

8- ସମି ଗହ ଘର ଭିତରେ ଲଗାଇବା ଅନୁଚିତ । ଘରର ମୁଖ୍ୟଦ୍ବାରର ବାମ ପଟରେ ସାଇ ଗଛ ଲଗାଇବା ସହ ଦୀପ ଜଳାନ୍ତୁ । ଘରେ ଓସ୍ତ ଗଛ ଲଗାଇଲେ ଶନି ଦୋଷ ଲାଗିଥାଏ । ଏହାକୁ କୌଣସି ମନ୍ଦିରରେ ନେଇ ଲଗାଇ ଦିଅନ୍ତୁ ।

9- ଗୃହରେ ମନି ପ୍ଳାଣ୍ଟ ଲଗାଇବା ଦ୍ଵାରା ଉନ୍ନତି ହୋଇଥାଏ । ଏହା ଦ୍ଵାରା ଧନର ଖୁବ ବୃଦ୍ଧି ହୋଇଥାଏ । ମୁଖ୍ୟଦ୍ଵାରରେ ଯେଉଁ ଭଗବାନଙ୍କ ମୂର୍ତ୍ତି ଲଗାଇବେ ସେଥିରେ 3ଟି ମୟୂର ପଙ୍ଖ ଲଗାଇଲେ ବାସ୍ତୁ ଦୋଷ ଦୂର ହୋଇଥାଏ ।

10- ସକାଳୁ ଉଠିବା ପରେ ଆଇନା ଦେଖିବା, ଝଗଡା କରିବା, ହିଂସ୍ର ପଶୁଙ୍କ ଚିତ୍ର, ଗୋଟେ ତୋତା, ଖାଲି ପାତ୍ର ଥିବା ତେଲ ଦେଖିବା ଅନୁଚିତ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button