ଦେଶ ବିଦେଶ

ବୁଡ଼ିଗଲା ୩୦ ପିଲାଙ୍କୁ ନେଇ ଯାଉଥିବା ଡଙ୍ଗା: ୨୦ ଉଦ୍ଧାର, ୧୦ ବୁଡ଼ି ଯାଇଥିବା ଆଶଙ୍କା – Utkal Mail


ମୁଜାଫର୍‌ପୁର: ଆଜି ବିହାର ରାଜ୍ୟର ମୁଜାଫର୍‌ପୁର ଜିଲ୍ଲାରେ ପ୍ରବାହିତ ବାଗମତୀ ନଦୀରେ  ୩୦ଜଣ ପିଲାଙ୍କୁ ନେଇ ଯାଉଥିବା ଗୋଟାଏ ଡଙ୍ଗା ମଧୁରପଟ୍ଟି ନିକଟରେ ଓଲଟି ପଡ଼ି ବୁଡ଼ିଯିବାରୁ ୨୪ଜଣ ନିଖୋଜ ହୋଇ ଯାଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

କିନ୍ତୁ, ସଦ୍ୟତମ ରିପୋର୍ଟ ଅନୁସାରେ, ସେମାନଙ୍କ ମଧ୍ୟରୁ ୨୦ଜଣଙ୍କୁ ଉଦ୍ଧାର କରାଯାଇଛି ଓ ବାକି ୧୦ଜଣ ବୁଡ଼ି ଯାଇଥିବା ଆଶଙ୍କା କରାଯାଉଛି। ନିଖୋଜ ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିବା ବ‌େଳେ ସମ୍ପୃକ୍ତ ଅଞ୍ଚଳରେ ଭୟବହ ବାତାବରଣ ସୃଷ୍ଟି ହୋଇଛି।

ଡଙ୍ଗାବୁଡ଼ି ବିଷୟରେ ସୂଚନା ପାଇ ପୁଲିସ ଓ ‘ଏସ୍‌ଡିଆର୍‌ଏଫ୍‌’ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଚଳାଇଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button