ଦେଶ ବିଦେଶ

୯ରେ ଗୁଜୁରାଟ ସରକାର ଦ୍ବାରା ମୁକ୍ତ ୧୧ ଦୋଷୀଙ୍କ ମୁକ୍ତି ଉପରେ ଶୁଣାଣି

ନୂଆଦିଲ୍ଲୀ: ବିଲକିସ ବାନୁଙ୍କ ଦୋଷୀକୁ ମୁକ୍ତ କରାଯିବା ବିରୋଧରେ ସୁଭାଷିନୀ ଅଲୀ ଓ ଅନ୍ୟ ଦୁଇ ଜଣଙ୍କ ଦ୍ବାରା ଦାୟର ଯାଚିକା ଉପରେ ସେପ୍ଟେମ୍ବର ୯ ତାରିଖରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ଜଷ୍ଟିସ ଅଜୟ ରସ୍ତୋଗୀ ଓ ଜଷ୍ଟିସ ବି ଭି ନାଗରତ୍ନାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଅଗଷ୍ଟ ୨୫ ତାରିଖରେ ତିନି ଜଣିଆ ଖଣ୍ଡପୀଠ ଗୁଜୁରାଟ ସରକାରକୁ ନୋଟିସ ଜାରି କରି ଜବାବ ତଲବ କରିଥିଲେ।ଯାଚିକାରେ କୁହାଯାଇଛି କି, ସମସ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରାଯାଇ ଜେଲକୁ ପଠାଇଦିଆଯାଉ। ଏଥିସହ ଗୁଜୁରାଟ ସରକାରର ସେହି ଆଦେଶକୁ ଉପସ୍ଥାପନ କରିବାକୁ ଆଦେଶ ଦିଆଯାଉ ଯାହା ଅନ୍ତର୍ଗତଦୋଷୀମାନଙ୍କୁ ଛାଡି ଦିଆଯାଇଛି। ଯାଚିକାରେ ଦୋଷୀଙ୍କୁ ଛାଡିବାକୁ ସୁପାରିଶ କରିଥିବା କମିଟି ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।କୁହାଯାଇଛି କି, ଏପରି ମନେ ହେଉଛି କି, ସୁପାରିଶ କରିଥିବା କମିଟି ଏମିତି କମିଟି ନୁହେଁ କି ଯିଏ ସମ୍ପୂର୍ଣ୍ଣ ରୂପେ ସ୍ବତନ୍ତ୍ର ଥିଲା ଓ ସ୍ବତନ୍ତ୍ରଭାବେ ସେ ନିଜ ବିବେକ ଆଧାରରେ ଏହାକୁ ମଞ୍ଜୁରୀ ଦେଇପାରିବ। ସେହିପରି ଟିଏମସି ସାଂସଦ ମହୁଆ ମୈତ୍ରା ମଧ୍ୟ ବିଲକିସ ମାମଲାରେ ଗୁଜୁରାଟ ସରକାରକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ମୈତ୍ରାଙ୍କ ଯାଚିକାରେ କୁହାଯାଇଛି କି, ପୀଡିତାଙ୍କୁ ନିଜର ଓ ନିଜ ପରିବାରର ସଦସ୍ୟମାନଙ୍କ ସୁରକ୍ଷାକୁ ନେଇ ଆଶଙ୍କା ରହିଛି। ଏହା ସମ୍ପୂର୍ଣ୍ଣ ରୂପେ ସାମାଜିକ ବା ମାନବୀୟ ନ୍ୟାୟକୁ ମଜବୁତ କରିବାରେ ବିଫଳ ରହିଛି ଓ ରାଜ୍ୟର ନିର୍ଦ୍ଦେଶିତ ବିବେକାଧୀନ ଶକ୍ତିର ଏକ ବୈଧ ଅଭ୍ୟାସ ନୁହେଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button