ଦେଶ ବିଦେଶ

ଛାତ୍ରଛାତ୍ରୀଙ୍କ ଲିଙ୍ଗ ବଦଳାଇଦେଲା ବିହାର ବିଶ୍ବବିଦ୍ୟାଳୟ

ପାଟନା: ବିହାର ବିଶ୍ବବିଦ୍ୟାଳୟ ହଜାର ହଜାର ଛାତ୍ରଙ୍କ ଲିଙ୍ଗ ପରିବର୍ତ୍ତନ କରିଦେଇଛି। ପୁରୁଷ ଓ ମହିଳାଙ୍କୁ ତୃତୀୟ ଲିଙ୍ଗୀ କରିଦେଇଛି ବିହାର ବିଶ୍ବ ବିଦ୍ୟାଳୟ। ବିଶ୍ବ ବିଦ୍ୟାଳୟର ସ୍ନାତକ ପାର୍ଟ୧ର ଛାତ୍ରଛାତ୍ରୀଙ୍କ ସହ ଏପରି ଘଟିଛି। ତେବେ ବାସ୍ତବରେ ଡାକ୍ତରୀ ପ୍ରଣାଳୀରେ ଏପରି ହୋଇନାହିଁ। କାଗଜ କଲମରେ।

ସୂଚନା ମୁତାବକ, ବିଶ୍ବବିଦ୍ୟାଳୟର ହଜାର ହଜାର ଛାତ୍ରଛାତ୍ରୀଙ୍କ ସ୍ନାତକ ଆବେଦନରେ ହଜାର ହଜାର ଫର୍ମରେ ମେଲ ଓ ଫିମେଲ ବଦଳରେ ଅଦର୍ସ କ୍ଲାସ ଭରାଯାଇଛି। ଏହା ଜଣାପଡିବା ପରେ କୁଳପତି ହନୁମାନ ପ୍ରସାଦ କହିଛନ୍ତି କି, ଏହି ତ୍ରୁଟିକୁ ସଂଶୋଧନ କରାଯିବ। ଏଥିପାଇଁ ପ୍ରକ୍ରିୟାକରଣ ଆରମ୍ଭ ହୋଇଥିବା କୁଳପତି କହିଛନ୍ତି।

ଆବେଦନ ଫର୍ମ ପୂରଣ ବେଳେ ଏପରି ତ୍ରୁଟି ହୋଇଥିବା କହିଛନ୍ତି ଏକ୍ଜାମ କଣ୍ଟ୍ରୋଲର। ସାଇବର କାଫେ ବାଲା ଏପରି କରିଥିବା କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button