ରାଜନୀତି

ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କୁ ସମନ, ଅକ୍ଟୋବର ୩୧ରେ ହାଜର ନିର୍ଦ୍ଦେଶ – Utkal Mail


ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଫସିଥିବା ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ସଂସଦର ଏଥିକ୍ସ କମିଟି ମହୁଆ ମୈତ୍ରଙ୍କୁ ଅକ୍ଟୋବର ୩୧ରେ ହାଜର ହେବାକୁ ସମନ ଜାରି କରିଛି। ତାଙ୍କୁ ପୂର୍ବାହ୍ନ ୧୧ଟାରେ କମିଟି ସମ୍ମୁଖରେ ହାଜର ହେବାକୁ ପଡ଼ିବ।

କମିଟି ଅଧ୍ୟକ୍ଷ ତଥା ବିଜେପି ସାଂସଦ ବିନୋଦ ସୋନକର କହିଛନ୍ତି ଯେ ଆଜି ଦୁଇ ଜଣଙ୍କୁ ନିଶିକାନ୍ତ ଦୁବେ ଏବଂ ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରିଙ୍କୁ ସମନ୍ ପଠାଯାଇଥିଲା । ଏହାପରେ ଅକ୍ଟୋବର ୩୧ତାରିଖରେ ମହୁଆ ମୋଇତ୍ରଙ୍କୁ ସମନ କରିବାକୁ ନିଷ୍ପତ୍ତି ହୋଇଛି। ସେ ନିଜର ପକ୍ଷ ରଖିବେ। ଆଇଟି ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟକୁ ସବିଶେଷ ତଥ୍ୟ ଦେବା ପାଇଁ ଚିଠି ପଠାଯିବ ବୋଲି କମିଟି ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି ।

ନିଶିକାନ୍ତ ଦୁବେ ଏଥିକ୍ସ କମିଟିରେ ହାଜର ହୋଇ ଜବାବ ରଖିଛନ୍ତି । ଭବିଷ୍ୟତରେ ମଧ୍ୟ ପୂର୍ଣ୍ଣ ସହଯୋଗ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଡିଗ୍ରୀ ସମ୍ପର୍କରେ ମଧ୍ୟ ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା, ଯାହାର ଉତ୍ତର ନିଶିକାନ୍ତ ଦୁବେ ଦେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ନିଶିକାନ୍ତ ଦୁବେ କହିଛନ୍ତି ଯେ କୋର୍ଟରେ ମାମଲା ଖାରଜ ହୋଇଛି। ଏବେ କିଛି ଲୋକ ରାସ୍ତାରେ ଠିଆ ହୋଇ ଚିତ୍କାର କରୁଛନ୍ତି।

ସୂଚନାଯୋଗ୍ୟ ଯେ ମହୁଆ ଲୋକସଭାରେ ପ୍ରଶ୍ନ ପାଇଁ ଲାଞ୍ଚ ନେଇଥିବା ଓ ନିଜର ଲୋକସଭା ଲଗ୍ଆ-ଇନ ଇଡି-ପାସଓ୍ବାରଡ୍ ଶିଳ୍ପପତି ଦର୍ଶନ ହିରାନନ୍ଦାନୀଙ୍କୁ ଦେଇଥିବା ଅଭିଯୋଗ ହୋଇଛି । ନିଜେ ଦର୍ଶନ ଏ ସଂପର୍କରେ ବୟାନ ଦେଇଛନ୍ତି ।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button